ସେପ୍ଟେମ୍ବର ମାସ ରେ ଦିଲ୍ଲୀରେ ସର୍ବାଧିକ ବର୍ଷା ରେକର୍ଡ

26

ଶୁକ୍ରବାର ରାତିରୁ ଦିଲ୍ଲୀରେ ପ୍ରବଳ ବର୍ଷା ସାଙ୍ଗକୁ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେଇଛି I ବର୍ଷା ର ପରିମାଣ ଏତେ ଅଧିକ ଥିଲା ଯେ ଦିଲ୍ଲୀ ବିମାନ ବନ୍ଦର ରନୱେ ରେ ପାଣି ଲହଡି ଭାଙ୍ଗି ଥିଲା l ଯୁଆଡେ ଚାହିଁବ ସିଆଡେ କେବଳ ପାଣି ଆଉ ପାଣି। ରନୱେରେ ପାଣି ଭର୍ତ୍ତି ହେବା ଯୋଗୁଁ ବିମାନ ଗୁଡିକ ଭାସମାନ ଅବସ୍ଥାରେ ଥିବା ଭଳି ମନେ ହେଉଛି।୧୯୪୪ ବର୍ଷ ପରେ ଏଥର ସେପ୍ଟେମ୍ବର ମାସରେ ସବୁଠୁ ଅଧିକ ବର୍ଷା ହୋଇଛି। ପାଣିପାଗ ବିଭାଗ ଅନୁସାରେ, ଦିଲ୍ଲୀରେ ଚଳିତ ବର୍ଷ ୧୨୧ ବର୍ଷ ପରେ କେବଳ ୨୪ ଘଣ୍ଟାରେ ସବୁଠୁ ଅଧିକ ବର୍ଷା ହୋଇଛି । ଫଳରେ ଅଧିକାଂଶ ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଛି। ଗଳିକନ୍ଦିରେ ପାଣି ଜମିବା ସହ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଏପରିକି ଇନ୍ଦିରାଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦର ଟର୍ମିନାଲ-୩ରେ ପାଣି ପଶିଯାଇଛି। ସମୁଦ୍ର ଭଳି ଲହଡି ଭାଙ୍ଗୁଛି ବର୍ଷା ପାଣି। ମେଟ୍ରୋ ଷ୍ଟେସନରେ ମଧ୍ୟ ପାଣି ପଶିଛି। ଲଗାଣ ବର୍ଷା ଯୋଗୁଁ ଦ୍ୱାରକା ମେଟ୍ରୋ ଷ୍ଟେସନ ବାହାରେ ପାଚେରୀ ଭାଙ୍ଗି ଯାଇଥିବା କୁହାଯାଉଛି।
ସେପଟେ ଦିଲ୍ଲୀ ଜଖିରା ଅଣ୍ଡରପାସ୍‌ରେ ୧୦ ଫୁଟ୍‌ ଯାଏଁ ପାଣି ଭର୍ତ୍ତି ହୋଇଯାଇଛି। ଗାଡି ମଟର ଚଳାଚଳ ପୂରାପୁରି ପ୍ରଭାବିତ ହୋଇଛି। ଦିଲ୍ଲୀ-ଏନ୍‌ସିଆର୍‌ ସମେତ କିଛି ଅଞ୍ଚଳରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଥିଲା। ଏବେ ଦିଲ୍ଲୀ ଏନ୍‌ସିଆର୍‌ ପାଇଁ ଭାରତୀୟ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି।
ସେପ୍ଟେମ୍ବରରେ ୩୯୦ ମିଲିମିଟର ବର୍ଷା ହୋଇଛି । ଏହା ପୂର୍ବରୁ ୭୭ ବର୍ଷ ପୂର୍ବେ ସେପ୍ଟେମ୍ବର ୧୯୪୪ରେ ସବୁଠୁ ଅଧିକ ୩୯୦ ମିମି ବର୍ଷା ହୋଇଥିଲା । ଦିଲ୍ଲୀରେ ୪ ମାସ ମଧ୍ୟରେ ୧୧୩୯ ମିମି ବର୍ଷା ରେକର୍ଡ କରାଯାଇଛି। ଯାହାକି ୪୬ ବର୍ଷରେ ସର୍ବାଧିକ। ୧୯୭୫ରେ ୧୧୫୫ ମିମି ବର୍ଷା ହୋଇଥିଲା।
ଦିଲ୍ଲୀ, ନଏଡା, ଗ୍ରେଟର ନଏଡା, ସମେତ ଏନ୍‌ସିଆର୍‌ର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୨୦୦୩ ପରେ ଦିଲ୍ଲୀରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୯୭ ମିଲିମିଟର ବର୍ଷା ହୋଇଛି। ବର୍ଷା ଯୋଗୁଁ ରାଜଧାନୀରେ ତାପମାତ୍ରା ସାମାନ୍ୟ କମିଛି।

Leave A Reply

Your email address will not be published.