ନୂଆଦିଲ୍ଲୀ: ଦିଲ୍ଲୀରେ ଗୃହ ମନ୍ତ୍ରଣାଳୟ ବାହାରେ ପ୍ରତିବାଦ କରୁଥିବା ଆଠ ଜଣ ଟିଏମସି ସାଂସଦଙ୍କୁ ପୋଲିସ ଅଟକ ରଖିଛି। ସମସ୍ତ ସାଂସଦଙ୍କୁ ସଂସଦ ମାର୍ଗ ଥାନାକୁ ନିଆଯାଇଛି। ଜାନୁଆରୀ ୮ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କୋଲକାତାର ଆଇ-ପିଏସି କାର୍ଯ୍ୟାଳୟରେ ଚଢାଉ କରିଥିଲା। ଏହି ଚଢାଉ ସମୟରେ ମମତା ବାନାର୍ଜୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। କୋଲକାତାରୁ ଆରମ୍ଭ ହୋଇଥିବା ବିରୋଧ ଏବେ ଦିଲ୍ଲୀରେ ପହଞ୍ଚିଛି। ପ୍ରତିବାଦ ସମୟରେ ସାଂସଦମାନେ ପୋଷ୍ଟର ହଲାଇଥିଲେ, ଯେଉଁଥିରେ ଲେଖାଥିଲା, “ମୋଦି-ଶାହଙ୍କ ଖରାପ ଷଡଯନ୍ତ୍ରକୁ ବଙ୍ଗଳା ପ୍ରତ୍ୟାଖ୍ୟାନ କରେ।” ପ୍ରତିବାଦ ବୃଦ୍ଧି ପାଇବା ଦେଖି ଦିଲ୍ଲୀ ପୋଲିସ ସାଂସଦମାନଙ୍କୁ ହଟାଇବାକୁ ଚେଷ୍ଟା କରିଥିଲା। ଧସ୍ତାଧସ୍ତି ହୋଇଥିଲା ଏବଂ କିଛି ସାଂସଦ ପଡ଼ି ମଧ୍ୟ ଯାଇଥିଲେ। ପୋଲିସ ସେମାନଙ୍କୁ ଉଠାଇ ନେଇଯାଇଥିଲା। ମହୁଆ ମୋଇତ୍ରା କହିଥିଲେ ଯେ, “ଦେଖନ୍ତୁ ନିର୍ବାଚିତ ସାଂସଦଙ୍କ ସହିତ କିପରି ବ୍ୟବହାର କରାଯାଉଛି।”
Comments are closed, but trackbacks and pingbacks are open.