ଡେଲାଙ୍ଗ ନାବାଳକ ନିଖୋଜ ଘଟଣା, ୭ଦିନ ପରେ ପାଇଖାନା ଟାଙ୍କିରୁ ମିଳିଲା ମୃତ ଦେହ

98

ଭୁବନେଶ୍ବର: ସାତ ଦିନ ପରେ ଡେଲାଙ୍ଗର ନିଖୋଜ ନାବାଳକ ଆର୍ଶିବାଦ ସାହୁର ମୃତ ଦେହ ମିଳିଛି। ତାଙ୍କ ମୃତ ଦେହ ଡେଲାଙ୍ଗ ଥାନା ରତନପୁର ଗାଁର ଜଣେ ବ୍ୟକ୍ତିଙ୍କ ଘର ପାଇଖାନା ଟାଙ୍କିରୁ ମିଳିଛି। ଫଳରେ ଆର୍ଶିବାଦକୁ କେହି ହତ୍ୟା କରି ପାଇଖାନା ଟାଙ୍କିରେ ପକାଇଥିବାର ସ୍ପଷ୍ଟ ହୋଇଛି। ଏହି ଘଟଣାରେ ପୋଲିସ ଆର୍ଶିବାଦର ସଂପର୍କିୟ ଦାଦା ବାପି ସାହୁଙ୍କୁ ଅଟକ ରଖିଛି। ଏହି ଘଟଣା ଜଣାପଡିବା ପରେ ଗାଁ ଲୋକେ ଉତେକ୍ତ ହୋଇ ଉଠିଛନ୍ତି। ସାତଦିନ ଧରି ପିଲାକୁ ଖୋଜିବାରେ ବ୍ୟସ୍ତ ଥିବା ଗାଁ ଲୋକେ ଆର୍ଶିବାଦର ମୃତଦେହ ମିଳିବା ଏବଂ ସଂପର୍କୀୟ ଦାଦାଙ୍କୁ ପୋଲିସ ଅଟକ ରଖିବା ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ଉତ୍ତେକ୍ତ ଗ୍ରାମବାସୀ ବାପି ସାହୁଙ୍କ ଘର ଭାଙ୍ଗି ଦେଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ, ପୁରୀ ଡେଲାଙ୍ଗ ବ୍ଲକ୍ ରତନପୁର ଗାଁର ମାନସ ସାହୁଙ୍କ ପୁଅ ଆର୍ଶିବାଦ ଗତ ୧୫ ତାରିଖ ସନ୍ଧ୍ୟାରେ ଗାଁ ଦାଣ୍ଡରେ ଖେଳୁଥିବାବେଳେ ହଠାତ ନିଖୋଜ ହୋଇଯାଇଥିଲେ। ବହୁ ଖୋଜାଖୋଜି ପରେ ପରଦିନ ଡେଲାଙ୍ଗ ଥାନାରେ ଏତଲା ଦେଇଥିଲେ ପରିବାର ଲୋକେ। ଡେଲାଙ୍ଗ-କଣାସ ଓ ଖୋର୍ଦ୍ଧା ପଟ୍ଟନାୟିକିଆ ରାସ୍ତାକୁ ଅବରୋଧ କରି ପୋଲିସ ଓ ପ୍ରଶାସନଠୁ ନ୍ୟାୟ ଦାବି କରିଥିଲେ।

Comments are closed, but trackbacks and pingbacks are open.