ଡେରାଡୁନରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା ଙ୍କ ‘ଘାସିୟାରୀ କଲ୍ୟାଣ ଯୋଜନା’ର ଶୁଭାରମ୍ଭ

18

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା ଶନିବାର ଦିନ ଉତ୍ତରାଖଣ୍ଡ ଗସ୍ତ କରି ଡେରାଡୁନରେ ଠାରେ ‘ଘାସିୟାରୀ କଲ୍ୟାଣ ଯୋଜନା’ ର ଶୁଭାରମ୍ଭ କରିଛନ୍ତି ।ଆଗକୁ ବିଧାନସଭା ନିର୍ବାଚନ ଆସୁଛି ଓ ପୁଣି ଉତ୍ତରାଖଣ୍ଡରେ ବିଜେପି ସରକାର କରିବା ସହିତ କଂଗ୍ରେସ କେବେ ଲୋକଙ୍କ କଲ୍ୟାଣ ପାଇଁ କାମ କରେ ନାହିଁ ବୋଲି ଲୋକଙ୍କୁ ବୁଝାଇଥିଲେ ।

ଅମିତ୍ ଶାହା ନିଜ ଭାଷଣରେ କଂଗ୍ରେସ ନେତା ହରିଶ ରାଓ୍ଵତଙ୍କୁ କଡା ପ୍ରହାର କରିଛନ୍ତି। ସେ କହିଛନ୍ତି, ହରିଶ ରାଓ୍ଵତ ନକଲି ମଦ ବିକି ଲୋକଙ୍କ ଜୀବନ ସହ ଖେଳିଛନ୍ତି। ଏହା ବ୍ୟତୀତ ସରକାରରେ ଥିବା ବେଳେ ଶୁକ୍ରବାର ନମାଜ ପାଇଁ ଛୁଟି ଘୋଷଣା କରି ତୃଷ୍ଟିକରଣ ରାଜନୀତି କରିଛନ୍ତି। ଶାହା କହିଛନ୍ତି କି ଦେବଭୂମି ରଚନା କରିବାର କାମ ପୂର୍ବ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ କରିଥିଲେ । ଉତ୍ତରଖଣ୍ଡକୁ ରାଜ୍ୟର ମାନ୍ୟତା ଦାବି କରୁଥିବା ଯୁବକଙ୍କ ଉପରେ କିଏ ଗୁଳି ଚଳାଇଥିଲା ବୋଲି ପ୍ରଶ୍ନ କରିଥଲେ ଶାହା । କିନ୍ତୁ ଆମ ସରକାର ରାଜ୍ୟରେ ୮୫ ହଜାର କୋଟି ଟଙ୍କାର କାମ କରିଛନ୍ତି। କଂଗ୍ରେସ ନିଜର ୧୦ ବର୍ଷର ହିସାବ ଦେଉ ବୋଲି ଶାହା କହିଛନ୍ତି।
ସେହିପରି ଶାହା କହିଛନ୍ତି କି ନଭେମ୍ବର ୫ ତାରିଖରେ କେଦାରନାଥ ଧାମରେ ପ୍ରଧାନମନ୍ତ୍ରୀ ଆଦି ଶଂକରାଚାର୍ଯ୍ୟକ ଏକ ବୃହତ ପ୍ରତିମୂର୍ତ୍ତି ଉନ୍ମୋଚନ କରିବାକୁ ଯାଉଛନ୍ତି । ଏହାକୁ ସାରା ଦେଶର ଶିବାଳୟ ସହିତ ଯୋଡାଯିବ ।

ସୂଚନା ଅନୁସାରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଛି I କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ତଥା କ୍ୟାବିନେଟ୍ ମନ୍ତ୍ରୀ ଙ୍କୁ ଅଣଦେଖା କରାଯାଇଛି I ବିମାନ ବନ୍ଦରରୁ ପହଞ୍ଚିବା ପରେ ଅମିତ ଶାହା ଙ୍କ ର ବନ୍ନୁ ସ୍କୁଲ ପରିସରରେ ଏକ କାର୍ଯ୍ୟକ୍ରମ ହେଉଥିଲା ଅମିତ ଶାହାଙ୍କ କାର୍ଯ୍ୟକ୍ରମରେ ହରିଦ୍ଵାରର ଖାନପୁର ବିଧାୟକ କୁଅଁର ପ୍ରଣବ ସିଂହ ଚାମ୍ପିଅନ ଙ୍କୁ ମଞ୍ଚରେ ସିଟ ମିଳି ନଥିଲା ଏବଂ ସେ ମଂଚ ନିକଟରୁ ଫେରିଯାଇଥିଲେ । ସେ କହିଛନ୍ତି ଏହା ମୋ ପ୍ରତି ଅପମାନ। ସେହିପରି ଜଲିଗ୍ରାଣ୍ଟ ବିମାନ ବନ୍ଦରରେ ସ୍ଵାଗତ ତାଲିକାରେ ନାମ ନଥିବାରୁ କ୍ୟାବିନେଟ୍ ମନ୍ତ୍ରୀ ରେଖା ଆର୍ଯ୍ୟ ମଧ୍ୟ ଫେରି ଯାଇଥିବାର ଦେଖିବାକୁ ମିଳିଥିଲା

Leave A Reply

Your email address will not be published.