ନୂଆଦିଲ୍ଲୀ: ଆଉ ନିର୍ଦ୍ଦିଷ୍ଟ ବ୍ୟବସାୟୀଙ୍କଠାରୁ ବହି, ଖାତା, ୟୁନିଫର୍ମ ଓ ଅନ୍ୟାନ୍ୟ ଉପକରଣ କିଣିବେ ନାହିଁ ଅଭିଭାବକ। ଅଭିଭାବକମାନେ ଏହିସବୁ ଜିନିଷ କେଉଁଠୁ କିଣିବେ, ସେ ସ୍ବାଧିନତା ସେମାନଙ୍କର ରହିବ ବୋଲି ଦିଲ୍ଲୀର ଘରୋଇ ତଥା ଅଣ-ସହାୟତା ପ୍ରାପ୍ତ ସ୍ୱୀକୃତିପ୍ରାପ୍ତ ସ୍କୁଲଗୁଡ଼ିକୁ ଲାଗି ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ସରକାର।ଦିଲ୍ଲୀ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏ ନେଇ ନୂଆ ନିର୍ଦ୍ଦେଶନାମା ଜାରି ହୋଇଛି। ଏଥିରେ ଉଲ୍ଲେଖ ରହିଛି ଯେ, କିଛି ସ୍କୁଲ ଅଭିଭାବକମାନଙ୍କୁ ନିର୍ଦ୍ଦିଷ୍ଟ ଦୋକାନରୁ ଶିକ୍ଷା ସାମଗ୍ରୀ ଅଧିକ ଦାମରେ କିଣିବାକୁ ବାଧ୍ୟ କରୁଛନ୍ତି। ଯାହାର ଏକାଧିକ ଅଭିଯୋଗ ନିର୍ଦ୍ଦେଶାଳୟ ପାଖରେ ପହଞ୍ଚିଛି। ଏହା ଦିଲ୍ଲୀ ସ୍କୁଲ ଶିକ୍ଷା ଆଇନ ଏବଂ DSEAR ନିୟମ 1973 ଅନୁଯାୟୀ ବେଆଇନ୍। ତେଣୁ ସ୍କୁଲଗୁଡ଼ିକୁ ଖୋଲା ବଜାରରେ ଏସବୁ ସାମଗ୍ରୀ ବହୁଳ ଭାବେ ଉପଲବଧକୁ ନିଶ୍ଚିତ କରିବା ସହିତ, ଏ ନେଇ ସ୍ବଚ୍ଛତା ରଖିବାକୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅଭିଭାବକଙ୍କୁ ବହି, ଖାତା, ଓ ୟୁନିଫର୍ମର ପ୍ରକାର ଓ ତାଲିକା ଯୋଗାଇ ଦେବା ସହ ସ୍କୁଲ ୱେବସାଇଟରେ ମଧ୍ୟ ଏ ସୂଚନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ଶିକ୍ଷା ନିର୍ଦ୍ଦେଶାଳୟ।
Comments are closed, but trackbacks and pingbacks are open.