ମାହାଙ୍ଗା ଡବଲ ମର୍ଡର କେସରେ ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର

101

ଗତବର୍ଷ ଜାନୁୟାରୀ ମାସ କଟକ ଜିଲ୍ଲା ମାହାଙ୍ଗା ରେ ରାଜନୈତିକ ଆକ୍ରୋଶ ରୁ ହୋଇଥିବା ଡବଲ ମର୍ଡର ଘଟଣାରେ ଅଭିଯୁକ୍ତଙ୍କ ଜାମିନ ଖାରଜ ହୋଇଛି ।ଗିରଫ ୬ ହତ୍ୟା ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ହାଇକୋର୍ଟ । ଅଭିଯୁକ୍ତିମାନଙ୍କୁ ଗିରଫ କରିଥିଲା ମାହାଙ୍ଗା ଥାନା ପୋଲିସ । ହାଇକୋର୍ଟରୁ ଜାମିନ ନମିଳିବାରୁ ଅଭିଯୁକ୍ତ କୈଳାଶ ଖଟୁଆ, ମଳୟ ବାରିକ, ଭିକାରୀ ସ୍ୱାଇଁ, କ୍ଷୀତିଶ ଆଚାର୍ଯ୍ୟ, ଚୈତନ୍ୟ ସେଠୀ, ଅରବିନ୍ଦ ଖଟୁଆ ନିରାଶ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ୨୦୨୧ ଜାନୁଆରୀ ୨ ତାରିଖ ସନ୍ଧ୍ୟାରେ ମାହାଙ୍ଗାର ବରିଷ୍ଠ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସଂପର୍କୀୟ ଦିବ୍ୟ ସିଂହ ବରାଳଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଭିତ୍ତି କରି ଏହି ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ କରାଯାଇଥିବାବେଳେ, ଏହି ମାମଲାରେ ୧୩ ଜଣଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିଲା ଏବଂ ଏଥିରୁ ସ୍ଥାନୀୟ ବିଧାୟକ ଙ୍କ ନାଁକୁ କାଟି ଦିଆଯାଇଥିଲା । ତେବେ ଏହି ହତ୍ୟାକାଣ୍ଡ ରେ ସ୍ଥାନୀୟ ବିଧାୟକ ତଥା ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରଚ୍ଛନ୍ନ ହାତ ଥିବା ଦର୍ଶାଇ ତାଙ୍କ ବିରୋଧରେ ମୃତ କୁଳମଣିଙ୍କ ପୁଅ ରମାକାନ୍ତ ବରାଳ କୋର୍ଟରେ ପ୍ରୋଟେଷ୍ଟ ପିଟିସନ୍ ଦାୟର କରିଛନ୍ତି I

Comments are closed, but trackbacks and pingbacks are open.