ଭାରତ ନିର୍ମାଣ କରୁଛି ମିସାଇଲ ଡିଫେନ୍ସ ସିଷ୍ଟମ

113

ନୂଆଦିଲ୍ଲୀ : ଭାରତର ଡିଆରଡିଓ ଏକ ଶକ୍ତିଶାଳୀ ମିସାଇଲ ଡିଫେନ୍ସ ସିଷ୍ଟମ ତିଆରି କରୁଥିବାର ଜଣାପଡ଼ିଛି,ଯାହାର ନାମ ରଖାଯାଇଛି ପ୍ରୋଜେକ୍ଟ କୁଶା ପର୍ଯ୍ୟାୟ-୨। ଯାହାର ଲକ୍ଷ୍ୟ ହେଉଛି ରୁଷିଆର ଅତ୍ୟାଧୁନିକ ଏସ-୫୦୦ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ସହିତ ସମକକ୍ଷ ହେବା । ରୁଷ ନିର୍ମିତ ଏସ-୪୦୦ ସମେତ ସ୍ଵଦେଶୀ ଆକାଶତୀର ସିଷ୍ଟମ ପାକିସ୍ତାନୀ ରକେଟ ଓ ଡ୍ରୋନକୁ ଆକାଶରେ ହିଁ ଧ୍ୱଂସ କରି ଦେଶକୁ ସୁରକ୍ଷିତ କରିଥିଲା । ଏହି ପର୍ଯ୍ୟାୟର ଲକ୍ଷ୍ୟ ହେଉଛି ରୁଷିଆର ଅତ୍ୟାଧୁନିକ ଏସ-୫୦୦ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ସହିତ ମେଳ ଖାଇବା। ରୁଷିଆର ଏସ-୫୦୦ ସିଷ୍ଟମ ହାଇପରସୋନିକ୍ ମିସାଇଲକୁ ମଧ୍ୟ ଅଟକାଇ ପାରିବ ଏବଂ ୬୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବାକୁ ସକ୍ଷମ। ସୂତ୍ର ଅନୁସାରେ, ଭାରତ ଏବେ ଏହି ଦିଗରେ ଆଗକୁ ବଢ଼ୁଛି ଏବଂ ୪୦୦ କିଲୋମିଟରରୁ ଅଧିକ ରେଞ୍ଜ ବିଶିଷ୍ଟ ଇଣ୍ଟରସେପ୍ଟର ମିସାଇଲ ଏବଂ ନୂତନ ପିଢ଼ିର ରାଡାର ସିଷ୍ଟମ ଉପରେ କାମ କରୁଛି। ଏଥିରେ ଏଆଇ ଆଧାରିତ ପ୍ରଯୁକ୍ତିବିଦ୍ୟା ଏବଂ ୧୫୦୦ କିଲୋମିଟର ପର୍ଯ୍ୟନ୍ତ ଟ୍ରାକିଂ କ୍ଷମତା ସହିତ ଦୀର୍ଘ ଦୂରଗାମୀ ରାଡାର ଅନ୍ତର୍ଭୁକ୍ତ ହେବ। ଚୀନ୍ ପାଖରେ ୧୨,୦୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବାର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଅଛି ଏବଂ ଏହା ପାକିସ୍ତାନକୁ ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର ଯୋଗାଇ ଦେଉଛି। ଏପରି ପରିସ୍ଥିତିରେ, ଭାରତକୁ ଏହାର ଗୁରୁତ୍ୱପୂର୍ଣ୍ଣ ଘାଟି, କମାଣ୍ଡ ସେଣ୍ଟର ଏବଂ ବଡ଼ ସହରଗୁଡ଼ିକୁ ଏହି ବିପଦରୁ ରକ୍ଷା କରିବା ପାଇଁ ଏକ ଦୃଢ଼ ବାୟୁ ପ୍ରତିରକ୍ଷା କବଚ ଆବଶ୍ୟକ।ଏହି ଆବଶ୍ୟକତା ମେଣ୍ଟାଇବ କୁଶା ପର୍ଯ୍ୟାୟ-୨।

Comments are closed, but trackbacks and pingbacks are open.