ମାନହାନୀ ମାମଲା: ରାହୁଲ ଗାନ୍ଧୀଙ୍କୁ ମିଳିଲା ଜାମିନ

113

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ମାନହାନୀ ମାମଲାରେ ଏକ ବଡ଼ ଆଶ୍ଵସ୍ତି ପାଇଛନ୍ତି। କର୍ଣ୍ଣାଟକ ବିଜେପି ଦାଖଲ କରିଥିବା ମାନହାନୀ ମାମଲାରେ ବେଙ୍ଗାଲୁରୁର ଏକ ସ୍ୱତନ୍ତ୍ର କୋର୍ଟ ରାହୁଲ ଗାନ୍ଧୀଙ୍କୁ ଜାମିନ ପ୍ରଦାନ କରିଛନ୍ତି। ରାହୁଲ ଗାନ୍ଧୀଙ୍କୁ ତାଙ୍କ ବ୍ୟକ୍ତିଗତ ହାଜର ସମୟରେ କୋର୍ଟ ଏହି ଆଶ୍ଵସ୍ତି ପ୍ରଦାନ କରିଛନ୍ତି। ଆସନ୍ତା ଜୁଲାଇ ୩୦ ତାରିଖରେ କୋର୍ଟ ଏହି ମାମଲାର ଶୁଣାଣି କରିବେ। ବାସ୍ତବରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ ଖବରକାଗଜରେ ଅପମାନଜନକ ବିଜ୍ଞାପନ ପ୍ରକାଶ କରିଥିବା ବିଜେପି ଅଭିଯୋଗ ଆଣିଥିଲା।

Comments are closed, but trackbacks and pingbacks are open.