ଦୀପାଳି ଏ ମାଟିର ଝିଅ, ଝାରସୁଗୁଡାବାସୀ ଭୋଟ୍ ଦେଇ ଜିତାଇବେ ବିଶ୍ବାସ: ନବୀନ

21

ଝାରସୁଗୁଡା: ଝାରସୁଗୁଡ଼ା ଉପ-ନିର୍ବାଚନରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର କରିଛନ୍ତି। ନିର୍ବାଚନ ମଣ୍ଡଳୀର ଅମିଲିପାଲିରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେଇ ଦୀପାଳିଙ୍କୁ ପ୍ରଶଂସା କରିବା ସହ ଏ ମାଟିର ଝିଅ ବୋଲି କହିଛନ୍ତି। ଏଥିସହ ଏ ମାଟିର ସେବା କରିବା ପାଇଁ ଝାରସୁଗୁଡା ବାସୀ ତାଙ୍କୁ ସୁଯୋଗ ଦେବେ ବୋଲି ତାଙ୍କର ଭରସା ରହିଛି ବୋଲି କହିଛନ୍ତି।

ସେ କହିଛନ୍ତି, ନବ ଦାସ ଜଣେ ଲୋକପ୍ରିୟ ନେତା, ଦକ୍ଷ ବିଧାୟକ ଓ ମନ୍ତ୍ରୀ ଭାବରେ ସାରା ଓଡିଶାରେ ପରିଚିତ ଥିଲେ । ସେ ଆଜି ଆମ ଭିତରେ ନାହାନ୍ତି।  ତାଙ୍କ କାମ ପାଇଁ ଝାରସୁଗୁଡାବାସୀ ସବୁବେଳେ ତାଙ୍କୁ ମନେ ରଖିବେ। ଏବେ ତାଙ୍କ ଦାୟିତ୍ବ ନେବାପାଇଁ, ଆପଣମାନଙ୍କ ସେବା କରିବାପାଇଁ, ତାଙ୍କ ଝିଅ ଦୀପାଳି ଦାସ ଆଗେଇ ଆସିଛନ୍ତି। ଦୀପାଳି ଜଣେ ଉଚ୍ଚ ଶିକ୍ଷିତ ଝିଅ । ସମାଜସେବାରେ ତାଙ୍କର ବିଶେଷ ରୁଚି ରହିଛି। ଝାରସୁଗୁଡାବାସୀ ତାଙ୍କୁ ସୁଯୋଗ ଦେଲେ ଦକ୍ଷତାର ସହ ପାଳନ କରିପାରିବେ।

ନିର୍ବାଚନରେ ହାର ଜିତ୍‌ ରହିଛି । ତେଣୁ ନିର୍ବାଚନ ପ୍ରଚାର ସମୟରେ ଆମେ ସମସ୍ତେ ଶାଳୀନତା ରକ୍ଷା କରିବା ଜରୁରୀ । କାହାକୁ, ବିଶେଷ କରି, ଆମର ମହିଳା ମାନଙ୍କୁ, ଆମର ମା ମାନଙ୍କୁ, ଗାଳି ଦେବା, ଅସମ୍ମାନ କରିବା ଉଚିତ ନୁହେଁ ବୋଲି କହି ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ। ଉଲ୍ସେଖଯୋଗ୍ୟ, ବିଜେଡି ଝାରସୁଗୁଡା ଉପନିର୍ବାଚନ ଜିତିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚଳାଇଛି। ଏରିଆ ଭାଗ ଭାଗ କରି ନେତା ଜଗାଇ ନିର୍ବାଚନ ଜିତିବ ବୋଲି ବିଜେଡି ରଣନୀତି ତଆରି କରିଛି। ଆସନ୍ତାକାଲି ପ୍ରଚାରର ଶେଷ ତାରିଖ ରହିଛି।

Comments are closed, but trackbacks and pingbacks are open.