ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା

19

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ବୈଠକରେ ୨୦୨୩-୨୪ ଖରଫ ବିପଣନ ଋତୁ ପାଇଁ ବିଭିନ୍ନ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା କରାଯାଇଛି।

ସାଧାରଣ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୪୩ ଟଙ୍କ ବୃଦ୍ଧି ପାଇଛି । କୁଇଣ୍ଟାଲ ପିଛା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୧୮୩ ଟଙ୍କା ଧାର୍ଯ୍ୟ କରାଯାଇଛି । ସେହିପରି ‘ଏ-ଗ୍ରେଡ’ ଧାନର କୁଇଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୨୨୦୩ ଟଙ୍କାକୁ ବୃଦ୍ଧି ପାଇଛି । ବାଜରାର କୁଇଣ୍ଟାଲ ପିଛା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୫୦୦ଟଙ୍କା ଓ ମାଣ୍ଡିଆର କୁଇଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୩୮୪୬ ଟଙ୍କା ଧାର୍ଯ୍ୟ କରାଯାଇଛି । ସେହିପରି ମକାର କୁଇଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୨୦୯୦ ଟଙ୍କା ଧାର୍ଯ୍ୟ କରାଯାଇଛି।

ବିଭିନ୍ନ ଡାଲି ଜାତୀୟ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା କରାଯାଇଛି। ହରଡର ସର୍ବନିମ୍ନ ସହାୟକ ମୂଲ୍ୟ ୭୦୦୦ ଟଙ୍କା ଧାର୍ଯ୍ୟ କରାଯାଇଛି । ମୁଗର ଦର ୮୫୫୮ଟଙ୍କା, ବରି ଡାଲିର କୁଇଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୬୯୫୦ ଟଙ୍କା ଧାର୍ଯ୍ୟ କରାଯାଇଛି ।

ସେହିପରି ବିଭିନ୍ନ ତୈଳବୀଜ ଜାତୀୟ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ମଧ୍ୟ ଘୋଷଣା କରାଯାଇଛି । ଚୀନବାଦାମର କୁଇଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୬୩୭୭ ଟଙ୍କାକୁ ବୃଦ୍ଧି କରାଯାଇଛି । ସୂର୍ଯ୍ୟମୁଖୀ ମଞ୍ଜିର କୁଇଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୬୭୬୦ ଟଙ୍କା ଧାର୍ଯ୍ୟ କରାଯାଇଛି ।

Comments are closed, but trackbacks and pingbacks are open.