ଫେବୃଆରୀରେ କଂଗ୍ରେସର କାର୍ଯ୍ୟକରିଣୀ ଘୋଷଣା

15

ଆସନ୍ତା ଫେବୃଆରୀରେ ରାଜ୍ୟ କଂଗ୍ରେସର କାର୍ଯ୍ୟକାରିଣୀ ସଦସ୍ୟ ଘୋଷଣା ହେବ। ଚଳିତମାସରେ ସଦସ୍ୟଙ୍କ ତାଲିକା ଘୋଷଣା ନେଇ ଚର୍ଚ୍ଚା ହେଉଥିଲା। ମାତ୍ର ଭାରତ ଯୋଡ଼ୋ, ହାଥ୍ ସେ ହାଥ୍ ଯୋଡ଼ୋ କାର୍ଯ୍ୟକ୍ରମ ସହିତ ତାଲିକାରେ କିଛିଟା ସଂଶୋଧନ ପାଇଁ ଏହାକୁ ଘୁଞ୍ଚାଯାଇଛି।ସାର୍ଟ ପଟନାୟକ ଦାଇତ୍ୱ ଗ୍ରହଣ ୮ମାସ ବିତିଥିଲେ ମଧ୍ୟ କାର୍ଯ୍ୟକାରିଣୀ ଘୋଷଣା ହୋଇନି।

ତେବେ କଂଗ୍ରେସର ଜଣେ ବରିଷ୍ଠ ନେତାଙ୍କ ସୂଚନା ଅନୁସାରେ, କାର୍ଯ୍ୟକାରିଣୀ ସଦସ୍ୟଙ୍କ ତାଲିକା ପ୍ରସ୍ତୁତ ‌କରାଯାଇଛି। ମାତ୍ର ‘ଭାରତ ଯୋଡ଼ୋ’ କାର୍ଯ୍ୟକ୍ରମ ପାଇଁ ପିସିସି ସଭାପତି ବ୍ୟସ୍ତ ରହିଛନ୍ତି। ଏହାସହ ଚଳିତମାସ ୩୦ତାରିଖରେ ‘ଭାରତ ଯୋଡ଼ୋ’ କାର୍ଯ୍ୟକ୍ରମର ଉଦ୍‌ଯାପନୀ ସମାରୋହ ହେବ। ଏଥିପାଇଁ ସବୁ ରାଜ୍ୟର ପିସିସି ସଭାପତିଙ୍କୁ ଉପସ୍ଥିତ ରହିବେ। ତେଣୁ ଏହା ପୂର୍ବରୁ ୨୮ତାରିଖ ସୁଦ୍ଧା ରାଜ୍ୟରେ ଏହି କାର୍ଯ୍ୟକ୍ରମ କାଣ୍ଟଛାଣ୍ଟ ହୋଇପାରେ। ଏହାସହ ସାଧାରଣତନ୍ତ୍ର ଦିବସରୁ ହେବାକୁ ଥିବା ‘ହାଥ୍ ସେ ହାଥ୍ ଯୋଡ଼ୋ’ କାର୍ଯ୍ୟକ୍ରମ ପ୍ରସ୍ତୁତିରେ ସମସ୍ତେ ବ୍ୟସ୍ତ ରହିଛନ୍ତି।

ତେଣୁ ଚଳିତମାସ ବଦଳରେ ଆସନ୍ତାମାସ ପ୍ରଥମ ସପ୍ତାହରେ ସଦସ୍ୟଙ୍କ ନାମ ଘୋଷଣା ହେବା ଏକପ୍ରକାର ସ୍ପଷ୍ଟ। ତେବେ କାର୍ଯ୍ୟକାରିଣୀ ସଦସ୍ୟଙ୍କ ତାଲିକା ଘୋ‌ଷଣା ହେଲେ ବି ଏବେ ବୈଠକ ଆୟୋଜିତ ହେବା ସମ୍ଭାବନା କମ୍। ରାୟପୁରରେ ଏଆଇସିସିର ଅଧିବେଶନ ପରେ ବୈଠକ ବସିପାରେ ବୋଲି ସେ ସୂଚନା ଦେଇଛନ୍ତି।

Comments are closed, but trackbacks and pingbacks are open.