ଭୁବନେଶ୍ୱର: ଗୋଟିଏ ବୋଲି ପୁଅ। ପାଠପଢ଼ାରେ ଆଗୁଆ, ବ୍ୟବହାରରେ ସମସ୍ତଙ୍କ ମନ ଜିିଣୁଥିଲେ। ମର୍ଚ୍ଚେଣ୍ଟ ନେଭିରେ କାମ କରୁଥିବାବେଳେ ବଡ଼ ଅଫିିସର ହେବାକୁ ଆଶା ଥିଲା। ସଫଳତାର ପ୍ରଥମ ପର୍ଯ୍ୟାୟରେ ପହଞ୍ଚି ପରିବାରର ବୋଝ ସମ୍ଭାଳିବାକୁ ସେ ପ୍ରସ୍ତୁତ ହେଉଥିଲେ। ସମସ୍ତଙ୍କ ପ୍ରିୟ ଓ ପରିବାରର ଆଖିର ତାରା ଥିବା 22 ବର୍ଷୀୟ ଓଡିଆ ପୁଅ ମର୍ଚ୍ଚାଣ୍ଟ ନେଭିର ଡେକ୍ କ୍ୟାଡେଟ୍ ସାର୍ଥକ ମହାପାତ୍ର ମଝି ସମୁଦ୍ରରେ ନିଖୋଜ ହେବା ଘଟଣାକୁ ନେଇ ଗାଁରୁ ରାଜଧାନୀ ଓ ଦେଶରୁ ଅନ୍ତର୍ଜାତୀୟ ସ୍ତରରେ ଆଲୋଡନ ସୃଷ୍ଟି କରିଛି। ସରକାରୀସ୍ତରରେ ଏନେଇ ତତ୍ପରତା ପ୍ରକାଶ ପାଇଥିବା ବେଳେ ନିଖୋଜର 4 ଦିନ ପରେ ମଧ୍ୟ ଡେକ୍ କ୍ୟାଡେଟ୍ ସାର୍ଥକ ମହାପାତ୍ର ଓରଫ ରାହୁଲଙ୍କ ପତ୍ତା ମିଳୁନାହିଁ। ଏପଟେ ସାର୍ଥକଙ୍କ ଫେରିବା ବାଟକୁ ପୁରା ପରିବାର ଅନେଇ ବସିଛନ୍ତି। ସତେ ଯେମିତି ପରିବାର ସଦସ୍ୟଙ୍କ ଆଖିରୁ ନିଦ ହଜିଯାଇଛି। ମା’ ରଶ୍ମୀତା ସାହୁ କୋହଭରା କଣ୍ଠରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ଏପରିକି ସିପିଂ କମ୍ପାନୀକୁ ମଧ୍ୟ ଦୋଷ ଦେଇ ସନ୍ଦେହ ପ୍ରକଟ କରିଛନ୍ତି।
Comments are closed, but trackbacks and pingbacks are open.