କଳସ ସ୍ଥାପନାରୁ କରଜ ମୁକ୍ତି

30

ହିନ୍ଦୁ ଧର୍ମରେ କଳସକୁ ସୁଖ, ସମୃଦ୍ଧି, ଐଶ୍ୱର୍ଯ୍ୟର ପ୍ରତୀକ ବୋଲି କୁହାଯାଏ । ଶୁଭ କାର୍ଯ୍ୟ ହେଉ ଅବା ଧାର୍ମିକ ଅନୁଷ୍ଠାନ କଳସ ସ୍ଥାପନା ବିନା ପୂଜା କରିବା ଦ୍ୱାରା ଶୁଭ ଫଳ ମିଳି ନ ଥାଏ । କଳସ ସ୍ଥାପନା କୌଣସି କାର୍ଯ୍ୟର ସିଦ୍ଧି ଉଦ୍ଦେଶ୍ୟରେ କରାଯାଏ ତାହା ନୁହେଁ, ଏହା କରଜରୁ ମଧ୍ୟ ମୁକ୍ତି ଦେଇଥାଏ । ଯେଉଁ ଘରେ ଶୁଭ ଓ ମାଙ୍ଗଳିକ କାର୍ଯ୍ୟରେ କଳସ ସ୍ଥାପନା କରାଯାଏ, ସେଠାରେ ଋଣ ସମସ୍ୟା ରହେ ନାହିଁ ।
କଳସ ସ୍ଥାପନା ଦ୍ୱାରା ଧନ ଦେବୀ ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ଏହା ଦ୍ୱାରା ଅଖଣ୍ଡ ଧନ ପ୍ରାପ୍ତ ହୁଏ । ସେହିପରି ଜ୍ୟୋତିଷବିଦ୍‌ଙ୍କ କହିବା କଥା, କଳସରେ ଥିବା ନଡ଼ିଆ ରୋଗ, ଦୁର୍ଘଟଣାରୁ ରକ୍ଷା କରିଥାଏ । କଳସର ନଡ଼ିଆ ଉପରମୁହାଁ ଥିଲେ, ରାହୁ ସମସ୍ୟା ଦୂର ହୋଇଥାଏ ।
ନବରାତ୍ରିରେ ମା’ ଦୁର୍ଗାଙ୍କ ପୂଜା ପୂର୍ବରୁ କଳସ ସ୍ଥାପନା କରାଯାଏ । ଏହା ଦ୍ୱାରା ନକାରାତ୍ମକ ଶକ୍ତି ନଷ୍ଟ ହୋଇଥାଏ । ଶତ୍ରୁଙ୍କ ଉପରେ ବିଜୟ ପ୍ରାପ୍ତି ହୁଏ ଏବଂ ଭକ୍ତଙ୍କ ଉପରେ ମା’ ଦୁର୍ଗାଙ୍କ କୃପା ବଜାୟ ରହେ ।

Comments are closed, but trackbacks and pingbacks are open.