ଦେବ ପ୍ରସାଦ ଦାଶ ହେଲେ ସୂଚନା – ଲୋକ ସମ୍ପର୍କ ବିଭାଗର ନିର୍ଦେଶକ

231

ଭୁବନେଶ୍ବର: ବରିଷ୍ଠ ରାଜ୍ୟ ପ୍ରଶାସନିକ ଅଧିକାରୀ ଦେବ ପ୍ରସାଦ ଦାଶ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନୂଆ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହେଲେ । ସେ ବର୍ତ୍ତମାନ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ବତନ୍ତ୍ର ସଚିବ ଅଛନ୍ତି ଦେବ ପ୍ରସାଦ । ୨୫ ଜୁଲାଇ, ୨୦୨୪ରେ ରାଜ୍ୟ ସରକାର ତାଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦେଇଥିଲେ ।

ସୂଚନାନୁସାରେ,୨୦୧୮ ମେ ମାସ ୨୮ ତାରିଖରେ ସେ ପୂର୍ବର ସରକାରଙ୍କ ଦ୍ୱାରା ନିଲମ୍ବିତ ହୋଇଥିଲେ । ତାଙ୍କୁ ବିନା ବିଜ୍ଞପ୍ତିରେ ନିଲମ୍ବନ କରାଯାଇଥିଲା । ନୂଆ ସରକାର ଆସିବା ପରେ ତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃତ କରାଯାଇଥିଲା । ଏହାପରେ ସେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗର ଯୁଗ୍ମ ସଚିବ ଭାବରେ ପୁନଃସ୍ଥାପିତ ହୋଇଥିଲେ ।

Comments are closed, but trackbacks and pingbacks are open.