ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଛି । ଜଣେ ଅଜଣା ବ୍ୟକ୍ତି ୧୨୨ରେ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇଥିବା ଖବର ମିଳିଛି । ମେସେଜରେ ଲେଖାଯାଇଛି କି ‘ମୁଁ ଶୀଘ୍ର ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ହତ୍ୟା କରିବି। ଏହି ଖବର ମିଳିବା ପରେ ହଡକମ୍ପ ସୃଷ୍ଟି ହୋଇଛି ।
ମୁଖ୍ୟମନ୍ତ୍ରୀଙ୍କୁ ଧମକ ମିଳିବା ପରେ ସୁରକ୍ଷା ଏଜେନ୍ସୀ ସତର୍କ ରହିଛି । ତେବେ ଯୋଗୀଙ୍କୁ ଧମକ ମିଳିବା ପରେ ସୁଶାନ୍ତ ଗଲ୍ଫ ସିଟି ଥାନା ଅଞ୍ଚଳରେ ଅଜଣା ଲୋକ ବିରୋଧରେ କେସ୍ ଦାଏର କରାଯାଇଛି । ପୋଲିସ ଆଇପିସି ଧାରା ୫୦୬,୫୦୭ ଏବଂ ଆଇଟି ଆକ୍ଟ ୬୬ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି ।
ଖବର ମୁତାବକ, ୨୩ ଏପ୍ରିଲ ରାତିରେ ୧୧୨ ନମ୍ବରର ହ୍ଵାଟସଆପ୍ ନମ୍ବରକୁ ଏକ ମେସେଜ ଆସିଥିଲା। ଏହି ମେସେଜକୁ କମ୍ୟୁନିକେସନ ଅଧିକାରୀ ଶିଖା ଅଓ୍ଵସ୍ତୀ ଉଠାଇଥିଲେ । ଯେଉଁଥିରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ମାରିବାକୁ ଧମକ ଦିଆଯାଇଥିଲା । ଏହାପରେ ଅଧିକାରୀ ଜଣକ ମେସେଜର ସ୍କ୍ରିନ ସଟ୍ ନେଇ ଉପରସ୍ଥ ଅଧିକାରୀଙ୍କୁ ଏହା ବିଷୟରେ ଜଣାଇଥିଲେ । ତେବେ ଧମକ ଦେଇଥିବା ବ୍ୟକ୍ତି ଜଣକ କିଏ ତାହାର ତଦନ୍ତ କରୁଛି ପୋଲିସ ।
ତେବେ ଏହା ପ୍ରଥମ ଥର ନୁହେଁ, ପୂର୍ବରୁ ଯୋଗୀଙ୍କୁ ଅନେକ ଥର ଧମକ ମିଳିଛି । ଗୋଟେ ସପ୍ତାହ ପୂର୍ବରୁ ଯୋଗୀଙ୍କୁ ଫେସବୁକ ଜରିଆରେ ଜୀବନରୁ ମାରିଦେବାକୁ ଧମକ ମିଳିଥିଲା । ଏହା ଫେସବୁକ ପୋଷ୍ଟ ବାଗପତର ଅମନ ରାଜା ପ୍ରୋଫାଇଲରୁ ସେୟାର କରାଯାଇଥିଲା ।
Comments are closed, but trackbacks and pingbacks are open.