ବଙ୍ଗଳାରେ ଦୁଷ୍କର୍ମକାରୀଙ୍କୁ ମୃତ୍ୟୁଦଣ୍ଡ!: ବିଧାନସଭାରେ ବିଲ ଆଗତ କଲେ ମମତା ସରକାର

243

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାର ଆଜି ପଶ୍ଚିମବଙ୍ଗ ବିଧାନସଭାରେ ମହିଳାଙ୍କ ସୁରକ୍ଷା ଉପରେ ଏକ ବିଲ୍ ଆଗତ କରିଛନ୍ତି। ଏହା ମାଧ୍ୟମରେ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ଲୋକଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ଟିଏମସି ସରକାର ବିଧାନସଭାରେ ‘ଆପରାଜିତା ମହିଳା ଏବଂ ଶିଶୁ ବିଲ୍’ ପ୍ରଣୟନ କରିଛନ୍ତି। ଏହି ବିଲ୍ ଅନୁଯାୟୀ, ଦୁଷ୍କର୍ମ ପୀଡିତାଙ୍କ ମୃତ୍ୟୁ ମାମଲାରେ ଦୋଷୀଙ୍କୁ ମୃତ୍ୟୁଦଣ୍ଡର ବ୍ୟବସ୍ଥା ରହିଛି। ପ୍ରଚଳିତ ଆଇନରେ ପରିବର୍ତ୍ତନ ପରେ ଏହି ବିଲ୍ ଆଗତ କରାଯାଇଛି। ବାସ୍ତବରେ ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ଆର.ଜି କର ମେଡିକାଲ ଏବଂ ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କ ଦୁଷ୍କର୍ମ-ହତ୍ୟା ମାମଲା ସମ୍ପର୍କରେ ମମତା ସରକାର ବ୍ୟାକ ଫୁଟରେ ଅଛନ୍ତି। କୋଲକାତା ମାମଲା ପରେ ମମତା ବାନାର୍ଜୀ ଦୁଷ୍କର୍ମ ସମ୍ପର୍କରେ ଏକ ଆଇନ କରିବେ ବୋଲି ଘୋଷଣା କରିଥିଲେ। ଏ ସମ୍ପର୍କରେ ସେ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ମଧ୍ୟ ଘୋଷଣା କରିଥିଲେ। ମମତା କହିଥିଲେ ଯେ, ପୀଡିତା ଯଥାଶୀଘ୍ର ନ୍ୟାୟ ପାଅନ୍ତୁ ବୋଲି ସେ ଚାହୁଁଛନ୍ତି। ବିଧାନସଭାରେ ଉପସ୍ଥାପିତ ଏହି ବିଲକୁ ବିଜେପି ନିଜର ସମ୍ମତି ଜଣାଇଛି।

Comments are closed, but trackbacks and pingbacks are open.