ମହିଳା ଅଧିକାର କର୍ମୀ ଇଲା ଭଟ୍ଟ୍‌ଙ୍କ ପରଲୋକ

28

ନୂଆଦିଲ୍ଲୀ: ମହିଳାଙ୍କ ଅଧିକାର ପାଇଁ ସ୍ୱର ଉତ୍ତୋଳନ କରିଆସୁଥିବା ବିଶିଷ୍ଟ ସାମାଜିକ କର୍ମକର୍ତ୍ତା, ଗାନ୍ଧୀବାଦୀ ନେତ୍ରୀ ତଥା ଆଇନଜୀବୀ ଇଲା ଭଟ୍ଟ୍‌ଙ୍କର ବୁଧବାର ୮୯ ବର୍ଷ ବୟସରେ ପରଲୋକ ଘଟିଥିବା ଜଣାପଡିଛି । ମହିଳା ସଶକ୍ତିକରଣ ପାଇଁ ଇଲା ‘ସେବା’ (ସେଲ୍‌ଫ-ଏମ୍ପଲଏଡ୍ ଓି୍ୱମେନ୍ସ ଆସୋସିଏସନ ଅଫ୍ ଇଣ୍ଡିଆ) ନାମରେ ଏକ ସଂସ୍ଥା ଗଠନ କରିଥିଲେ । ଏପରିକି ମହିଳାଙ୍କ ଆର୍ôଥକାବସ୍ଥାର ଉନ୍ନତି ପାଇଁ ସେ ୧୯୭୩ରେ ‘କୋ-ଅପରେଟିଭ୍ ବ୍ୟାଙ୍କ୍ ଅଫ୍ ସେବା’ ମଧ୍ୟ ପ୍ରତିଷ୍ଠା କରିଥିଲେ । ଏହା ଦେଶର ପ୍ରଥମ ମହିଳା ବ୍ୟାଙ୍କ୍‌ଭାବେ ମାନ୍ୟତାଲାଭ କରିଥିଲା । ଏହାବ୍ୟତୀତ ସେ ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ତଥା ନୋବେଲ ଶାନ୍ତି ପୁରସ୍କାରପ୍ରାପ୍ତ ନେଲସେନ ମାଣ୍ଡେଲାଙ୍କ ଦ୍ୱାରା ସ୍ଥାପିତ ବିଶ୍ୱସ୍ତରୀୟ ସଂଗଠନ ‘ଦି ଏଲଡର୍ସ’ର ପ୍ରତିଷ୍ଠାତା ସଦସ୍ୟା ଭାବେ କାର୍ଯ୍ୟ କରିଥିଲେ । ଲିଙ୍ଗଭିତ୍ତିମ ସମାନତା ଏବଂ ସମାଜରୁ ବାଲ୍ୟବିବାହ ଭଳି କୁସଂସ୍କାର ଦୂର କରିବା ଉପରେ ଇଲା ଧ୍ୟାନ କେନ୍ଦ୍ରୀଭୂତ କରିଥିଲେ । ସାମାଜିକ କର୍ମୀଭାବେ ଉଲ୍ଲେଖନୀୟ ଅବଦାନ ରଖିଥିବାରୁ ୧୯୮୫ରେ ଇଲାଙ୍କୁ ପଦ୍ମଶ୍ରୀ, ୧୯୮୬ରେ ପଦ୍ମଭୂଷଣ, ୧୯୭୭ରେ ରମନ ମ୍ୟାଗ୍‌ସେସ୍‌, ୨୦୧୧ରେ ଇନ୍ଦିରା ଗାନ୍ଧୀ ଶାନ୍ତି ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ତାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିି ଗଭୀର ଶୋକପ୍ରକାଶ କରିଛନ୍ତି ।

Comments are closed, but trackbacks and pingbacks are open.