ପ୍ରଥମ ଓମିକ୍ରନ୍ ସଂକ୍ରମିତ ଙ୍କ ମୃତ୍ୟୁ

15

କରୋନା ମହାମାରୀ ର ନୂତନ ପ୍ରଜାତି ଓମିକ୍ରନ୍ ଦ୍ୱାରା ସଂକ୍ରମିତ ହୋଇ ପ୍ରଥମ ବ୍ୟକ୍ତି ଙ୍କ ମୃତ୍ୟୁ ଘଟିଛି I ଏହି ମୃତ୍ୟୁ ମାମଲା ସାମ୍ନା କୁ ଆସିବାପରେ କିଛି ଦେଶ ପୁନଃ ପ୍ରତିବନ୍ଧକ ଲଗାଇବା ଉପରେ ମତ ଦେଲେଣି ଏହା ସହିତ ଟୀକାକରଣ କୁ ଜୋରଦାର କରିବାକୁ ମଧ୍ୟ ନିଷ୍ପତି ନେଲେଣି I ତେଣୁ ଓମିକ୍ରନ୍ ଜନିତ ବିପଦ କୁ ଏଡାଇ ଦିଆଯାଇ ନ ପାରେ ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି I
ସୂଚନାନୁସାରେ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ସୋମବାର ଦିନ କରୋନା ଜୀବାଣୁ ର ନୂତନ ପ୍ରଜାତି ଓମିକ୍ରନରେ ସଂକ୍ରମିତ ହୋଇ ଦେଶର ପ୍ରଥମ ରୋଗୀର ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି । ଏହା ସହିତ, ଦୁନିଆରେ ଓମିକ୍ରନ୍ ଭାରିଆଣ୍ଟ କାରଣରୁ ଏହା ପ୍ରଥମ ମୃତ୍ୟୁ ଘଟଣା ବୋଲି କହିଛନ୍ତି I
ଓମିକ୍ରନ୍‌ର ପ୍ରଥମ ମୃତ୍ୟୁ ବିଷୟରେ ସୂଚନା ଦେଇ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଲୋକଙ୍କୁ ସତର୍କ କରାଇଛନ୍ତି କି ଏହି ଭାଇରସ ଡେଲଟା ଭାଇରସ ଠାରୁ କମ ନୁହେଁ ଏହା ସହିତ ସେ ଦେଶର ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ଟୀକାକରଣର ଗୁରୁତ୍ତ୍ଵ କୁ ବୁଝାଇବା ସହିତ ବୁଷ୍ଟର ଡୋଜ ନେବାକୁ ନିବେଦନ କରିଛନ୍ତି।
ତେବେ ଓମିକ୍ରନ୍ କ୍ରମଣ କୁ ରୋକିବା ପାଇଁ ଜରୁରୀକାଳୀନ ସଚେତନତା କରିବା ପାଇଁ ପଶ୍ଚିମ ଲଣ୍ଡନର ଏକ କ୍ଲିନିକ୍ କୁ ପରିଦର୍ଶନରେ ଯାଇ ପ୍ରଧାନ ମନ୍ତ୍ରୀ ଜନସନ ଓମିକ୍ରନ୍‌ ସଂକ୍ରାନ୍ତରେ ଆଗାମୀ ଦିନରେ ଅଧିକ ପ୍ରତିବନ୍ଧକ ଲଗାଯିବାର ସମ୍ଭାବନାକୁ ଏଡ଼ାଇ ଦେଇଥିଲେ। ଏହା ସହିତ ସେ ଏହା ମଧ୍ୟ କହିଥିଲେ କି ଦେଶର ପ୍ରଥମ ଓମିକ୍ରନ୍‌ର ସଂକ୍ରମିତ ଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ ବର୍ତ୍ତମାନ କୌଣସି ପ୍ରତିବନ୍ଧକ ଲଗାଯିବ ନାହିଁ I ସୂଚନା ଥାଉ କି ବ୍ରିଟେନ ରେ ସମସ୍ତ ରୋଗୀଙ୍କ ମଧ୍ୟରୁ କେବଳ ୪୦%ହେଉଛନ୍ତି ଓମିକ୍ରନ୍‌ର ସଂକ୍ରମିତ ଇ ତେଣୁ, ଟୀକାକରଣର ସହିତ ଏକ ବୁଷ୍ଟର ଡୋଜ ନେବାକୁ ବ୍ରିଟେନ ବାସୀ ଙ୍କୁ ନିବେଦନ କରିଛନ୍ତି I

Leave A Reply

Your email address will not be published.