ପ୍ରତିଭା ପାଟିଲଙ୍କ ସ୍ବାମୀ ଦେବୀ ସିଂହ ଶେଖାୱତଙ୍କ ପରଲୋକ

13

ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କ ସ୍ବାମୀ ଦେବୀ ସିଂହ ଶେଖାୱତଙ୍କ ୮୯ ବର୍ଷରେ ପରଲୋକ। ହସ୍ପିଟାଲରେ ଚିକିତ୍ସା ଚାଲିଥିବା ବେଳେ ଶୁକ୍ରବାର ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି। ପୂର୍ବତନ ରାଷ୍ଟ୍ରପତିଙ୍କ ନିକଟ ସମ୍ପର୍କୀୟ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, କିଛି ଦିନ ପୂର୍ବରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଏକ ସୁତ୍ରରୁ ସୂଚନା ମିଳିଛି ଯେ, ହୃଦଘାତ ପଡିବା କାରଣରୁ ଆଜି ସକାଳ ୯ଟା ବେଳେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କ ପରିବାରରେ ପତ୍ନୀ ପ୍ରତିଭା ପାଟିଲ, ଗୋଟିଏ ପୁଅ ଓ ଗୋଟିଏ ଝିଅ ରହିଛନ୍ତି। ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ତାଙ୍କର ଅନ୍ତିମ ସଂସ୍କାର ପୁନେରେ କରାଯିବ।

ମିଳିଥିବା ଖବର ଅନୁସାରେ, ଶେଖାୱତ ୧୨ ଫେବୃଆରୀରେ ପୁନେରେ ନିଜ ଘର ବାହାରେ ସକାଳେ ପଡିଯାଇଥିଲେ। ତାଙ୍କର ସର୍ଜରୀ ହୋଇଥିଲା, କିନ୍ତୁ ପରେ ଉଚ୍ଚରକ୍ତଚାପ, କିଡନୀ ଫେଲ୍ୟୁଅର ସହିତ ଅନେକ ଜଟିଳ ରୋଗରେ ପୀଡିତ ଥିଲେ। ଶେଷରେ ତାଙ୍କର ପରଲୋକ ହୋଇଛି।

ଉଲ୍ଲେଖନୀୟ ଯେ, ଦେବୀ ସିଂହ ଶେଖାୱତ ଓ ପ୍ରତିଭା ପାଟିଲଙ୍କ ବିବାହ ୭ ଜୁଲାଇ ୧୯୬୫ ରେ ହୋଇଥିଲା। ଦେବୀ ସିଂହ ଶେଖାୱତ ଅମରାବତୀରୁ ମେୟର ହେବା ସହ ସେଠାରୁ ସେ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ। କେବଳ ସେତିକି ନୁହେଁ, ସେ ଶିକ୍ଷା ଜଗତରେ ମଧ୍ୟ ଖୁବ୍ ସକ୍ରିୟ ଥିଲେ। ମୁମ୍ବାଇ ବିଶ୍ବବିଦ୍ୟାଳୟରୁ ସେ ୧୯୭୨ ରେ ପିଏଚ୍‌ଡି କରିଥିଲେ।

Comments are closed, but trackbacks and pingbacks are open.