ବଙ୍ଗୀୟ ଅଭିନେତ୍ରୀ ଏଣ୍ଡ୍ରିଲା ଶର୍ମାଙ୍କ ପରଲୋକ

46

କୋଲକତା : ପଶ୍ଚିମବଙ୍ଗ ଅଭିନୟ ଜଗତରୁ ଆସିଲା ପୁଣି ଏକ ଦୁଖଦଃ ଖବର I ମାତ୍ର ୨୪ ବର୍ଷ ବୟସରେ ଆଖିବୁଝିଛନ୍ତି ଜଣାଶୁଣା ବଙ୍ଗାଳି ଅଭିନେତ୍ରୀ ଏଣ୍ଡ୍ରିଲା ଶର୍ମା I କ୍ୟାନସର ରୁ ଭଲ ହେବାପରେ ବ୍ରେନ୍‌ଷ୍ଟ୍ରୋକ୍‌ ଯୋଗୁଁ କୋଲକାତା ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା I ସେଠାରେ ମଲ୍ଟିପୁଲ୍ ହାର୍ଟଷ୍ଟ୍ରୋକ୍ ହେବ ଯୋଗୁଁ ତାଙ୍କୁ ଭେଣ୍ଟିଲେଟର୍‌ରେ ରଖାଯାଇଥିଲା। ଆଜି ତାଙ୍କର ପରଲୋକ ହୋଇଛି।

ସୂଚନା ଅନୁଯାୟୀ, ୧୫ ନଭେମ୍ବରରେ ଏଣ୍ଡ୍ରିଲା ଏକାସାଙ୍ଗରେ ଅନେକ ହୃଦଘାତରେ ଆକ୍ରାନ୍ତ ହୋଇଥିଲେ। ଏଥିପାଇଁ ତାଙ୍କୁ ତୁରନ୍ତ ତାଙ୍କୁ ତୁରନ୍ତ କୋଲକାତାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅଧିକ ବିଗିଡି ଯିବାରୁ ତାଙ୍କୁ ଭେଣ୍ଟିଲେଟରକୁ ସିଫ୍ଟ କରାଯାଇଥିଲା।

ଏହାପୂର୍ବରୁ ସେ କର୍କଟ ରୋଗ ସହ ଲଢି ଜିତିଥିଲେ। ପୁଣି ଏହି ମାସ ଆରମ୍ଭରେ ତାଙ୍କର ବ୍ରେନ ଷ୍ଟ୍ରୋକ୍‌ ହୋଇଥିଲା। ଏଣ୍ଡ୍ରିଲାଙ୍କ ଜୀବନ ତାଙ୍କ ପାଇଁ ସହଜ ନୁହେଁ। ତାଙ୍କର ସିଟି ସ୍କାନ୍ କରାଯିବା ପରେ ଜଣାପଡିଥିଲା କି ମସ୍ତିଷ୍କର ଅନ୍ୟ ଏକ ଅଂଶରେ ରକ୍ତ ଜମାଟ ବାନ୍ଧିଥିଲା । ୨ ଥର କ୍ୟାନସର, ବ୍ରେନ ଷ୍ଟ୍ରୋକ, ହାର୍ଟ ଆଟାକକୁ ମାତ୍‌ ଦେଇଥିଲେ । ଆଣ୍ଡ୍ରିଲା ଶର୍ମାଙ୍କ ପ୍ରେମିକ ସବ୍ୟସାଚୀ ଚୌଧୁରୀ ସୋସିଆଲ ଅଭିନେତ୍ରୀଙ୍କ ଶୀଘ୍ର ଆରୋଗ୍ୟ କାମନା କରିବା ପାଇଁ ଏକ ଭାବପ୍ରବଣ ପୋଷ୍ଟ କରିଥିଲେ। ଏଭଳି ପରିସ୍ଥିତିରେ ଏଣ୍ଡ୍ରିଲାଙ୍କ ମୃତ୍ୟୁରେ ଭାଙ୍ଗି ପଡିଛନ୍ତି ।

ସେ ନିଜ କ୍ୟାରିୟର ଟିଭି ଶୋ’ ‘ଝୁମର’ରୁ ଆରମ୍ଭ କରିଥିଲେ। ଏହାପରେ ସେ ଅନେକ ପପୁଲାର ଶୋ’ରେ ନଜର ଆସିଥିଲେ। ଏଣ୍ଡ୍ରିଲା ଓଟିଟିର କେତେକ ପ୍ରୋଜେକ୍ଟର ଅଂଶ ମଧ୍ୟ ରହିଛନ୍ତି। ସେ ଜୀବନ ଜ୍ୟୋତି, ଜୀବନ କଠିରେ ଲିଡ୍‌ ଅଭିନେତ୍ରୀର ଭୂମିକାରେ ଦେଖା ଦେଇଥିଲେ।

Comments are closed, but trackbacks and pingbacks are open.