ଚୀନ୍‌ରେ ମର୍ମନ୍ତୁଦ ବସ୍ ଦୁର୍ଘଟଣା, ୨୭ ମୃତ

24

ବେଜିଂ: ରବିବାର ଚୀନ୍‌ର ଗୁଇଝାଓ ପ୍ରଦେଶରେ ମର୍ମନ୍ତୁଦ ବସ୍ ଦୁର୍ଘଟଣା ଘଟି ୨୭ ଜଣ ପ୍ରାଣ ହରାଇଥିବାବେଳେ ଆହତ ୨୦ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଚଳିତବର୍ଷ ଏହା ଚୀନ୍‌ର ସବୁଠାରୁ ଭୟଙ୍କର ବସ୍ ଦୁର୍ଘଟଣା ବୋଲି କୁହାଯାଇଛି । ୪୭ ଜଣ ଯାତ୍ରୀଙ୍କୁ ନେଇ ଉକ୍ତ ବସ୍‌ଟି ଯାଉଥିବାବେଳେ ଗୁଇଝାଓ ପ୍ରଦେଶର କ୍ୱିଆନ୍‌ନାନ୍ ପାର୍ବତ୍ୟାଞ୍ଚଳରେ ଓଲଟି ପଡିଥିବା ପୁଲିସ ପକ୍ଷରୁ କୁହାଯାଇଛି । ପୁଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରୁଥିବା ଜଣାପଡିଛି ।

Comments are closed, but trackbacks and pingbacks are open.