ସେବା ପର୍ବ ଉପଲକ୍ଷେ ଡିଡି ନେସନାଲ୍ ଏବଂ ଡିଡି ନ୍ୟୁଜର ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ

146

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନୂଆଦିଲ୍ଲୀରେ ସେବା ପର୍ବ ପାଳନର ଅଂଶବିଶେଷ ଭାବରେ ଡିଡି ନେସନାଲ୍ ଏବଂ ଡିଡି ନ୍ୟୁଜରେ ପ୍ରସାରିତ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମଗୁଡ଼ିକୁ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ କ୍ଷୁଦ୍ର ଚଳଚ୍ଚିତ୍ର ଗୁଡ଼ିକର ପ୍ରୋମୋ ମଧ୍ୟ ଉନ୍ମୋଚିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଦୂରଦର୍ଶନ ଏବଂ ପ୍ରସାର ଭାରତୀ ଦ୍ୱାରା ଆଜି ଉନ୍ମୋଚନ କରାଯାଇଥିବା କ୍ଷୁଦ୍ର ଚଳଚ୍ଚିତ୍ରଗୁଡ଼ିକ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ପ୍ରଦର୍ଶିତ କର୍ମଯୋଗ ଏବଂ ଜୀବନବ୍ୟାପୀ ସମର୍ପଣର ଭାବନାକୁ ପ୍ରତିଫଳିତ କରିଥାଏ। ଆରମ୍ଭରୁ, ପ୍ରଧାନମନ୍ତ୍ରୀ ଦେଶ ଏବଂ ସମାଜର ସେବା ପାଇଁ ନିଜକୁ ସମ୍ପୂର୍ଣ୍ଣ ଉତ୍ସର୍ଗ କରିଛନ୍ତି, ବ୍ୟକ୍ତିଗତ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ରାଷ୍ଟ୍ର ନିର୍ମାଣ ଲକ୍ଷ୍ୟ ହାସଲ ପାଇଁ ଅକ୍ଲାନ୍ତ ପରିଶ୍ରମ କରିଛନ୍ତି। ଏହି ପ୍ରତିବଦ୍ଧତା ଦେଶ ପାଇଁ ଏକ ମହାନ ଆଶୀର୍ବାଦ ଏବଂ ଏହା ଆଜି ସାରା ଭାରତରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନରୁ ସ୍ପଷ୍ଟ ରୂପେ ଦୃଶ୍ୟମାନ ହେଉଛି। ଶ୍ରୀ ବୈଷ୍ଣବ ଆହୁରି ମଧ୍ୟ କହିଛନ୍ତି, ଗତ ୧୧ ବର୍ଷ ମଧ୍ୟରେ, ଭାରତ ଏହାର ଉପାନ୍ତ ଗ୍ରାମଗୁଡ଼ିକରେ ମଧ୍ୟ ସ୍ପଷ୍ଟ ପ୍ରଗତି ଦେଖିଛି। ବିଶ୍ୱ ସ୍ତରରେ, ଭାରତ ପ୍ରଯୁକ୍ତିବିଦ୍ୟା, ସୃଜନଶୀଳତା, ସାମାଜିକ ନ୍ୟାୟ ଏବଂ ସମାବେଶୀ ଅଭିବୃଦ୍ଧି ଭଳି କ୍ଷେତ୍ରରେ ଏକ ନୂତନ ପରିଚୟ ଓ ସ୍ୱୀକୃତି ହାସଲ କରିଛି। ସେବା ପର୍ବ ସମୟରେ ସେବା ଭାବନାକୁ ସମ୍ମାନ କରିବାକୁ ସେ ସମସ୍ତଙ୍କୁ ଆହ୍ୱାନ କରିଥିଲେ। କେନ୍ଦ୍ର ମନ୍ତ୍ରୀ ସେବା କାର୍ଯ୍ୟରେ ଅଂଶଗ୍ରହଣ ପାଇଁ ଉତ୍ସାହିତ କରିଥିଲେ। ସେ ମଧ୍ୟ ରକ୍ତଦାନ ଶିବିରରୁ ଆଜିର ଦିନକୁ ଶୁଭାରମ୍ଭ କରିଥିଲେ। ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସଚିବ ସଞ୍ଜୟ ଜାଜୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱରେ ଦେଶର ପରିବର୍ତ୍ତନମୂଳକ ଯାତ୍ରା ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକାଳ ସମୟରେ ଜନସେବା ଏବଂ ସୁଶାସନକୁ ମାର୍ଗଦର୍ଶୀ ନୀତି ଭାବରେ ଗୁରୁତ୍ୱ ଦିଆଯାଇଛି । ଦେଶର ସମସ୍ତ ଭାଗରୁ ପ୍ରଗତି ଏବଂ ବିକାଶର କାହାଣୀ ଆଗକୁ ଆସୁଛି ।

Comments are closed, but trackbacks and pingbacks are open.