ସ୍ପୁଟନିକ୍‌-V ଟିକାର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ପାଇଁ DCGIର ଅନୁମତି

29

ଦେଶ ରେ କରୋନା ସଂକ୍ରମଣ କୁ ରୋକିବାରେ ଟୀକାକରଣ ପ୍ରମୁଖ ଅସ୍ତ୍ର ହୋଇଛି I ଭାରତରେ ଟୀକାକରଣ ଦ୍ୱାରା କରୋନା ସଂକ୍ରମଣ ଶତପ୍ରତିଶତ ରୋକାଯାଇପାରିଛି । ଦେଶର ପ୍ରାୟ ସମସ୍ତ ରାଜ୍ୟରେ ଟିକାକରଣ ଦ୍ରୁତ ଗତିରେ ଜାରି ରହିଥିବା ବେଳେ ଟିକା ଉତ୍ପାଦନ କମ୍ପାନୀମାନେ ମଧ୍ୟ ଉତ୍ପାଦନ ଜାରି ରଖିଛନ୍ତି । ସ୍ପୁଟନିକ୍‌-ଭି ଲାଇଟ୍‌ ଭ୍ୟାକସିନ୍‌କୁ ଭାରତରେ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ପାଇଁ ଅନୁମୋଦନ ଦେଇଛନ୍ତି ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ (DCGI) । ଋଷ ନିର୍ମିତ ସ୍ପୁଟନିକ୍‌-ଭି ଲାଇଟ୍‌ ଭ୍ୟାକସିନ୍‌ ହେଉଛି ସିଙ୍ଗଲ ଡୋଜ୍‌ ଟିକା ।
ତେବେ ଗତ ଜୁଲାଇ ମାସରେ ସ୍ପୁଟନିକ୍‌-ଭି ଲାଇଟ୍‌ର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେବାକୁ ମନାକରିଦେଇଥିଲେ ସିଡିଏସ୍‌ସିଓ । ଏହା ସହିତ ସିଡିଏସ୍‌ସିଓ କହିଥିଲେ ଯେ, ସ୍ପୁଟନିକ୍‌ ଭି ଲାଇଟ୍‌ ଟିକାର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଆବଶ୍ୟକତା ରହିଛି । ସ୍ପୁଟନିକ୍‌ ଭି ଲାଇଟ୍‌ ରେ ସେହି ଉପାଦାନ ରହିଛି ଯାହାକି ସ୍ପୁଟନିକ୍‌-ଭି ଭ୍ୟାକସିନ୍‌ରେ ରହିଥିଲା । ତେଣୁ ଏହାର ଜରୁରୀ ବବ୍ୟହାର ପାଇଁ ଅନୁମତି ଦିଆଯାଇନଥିଲା ଏବଂ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ କୁହାଯାଇଥିଲା । ସ୍ପୁଟନିକ୍‌-ଭି ଟୀକାରେ କରୋନା ପ୍ରତିରୋଧକ ଶକ୍ତି ୭୮.୬ ପ୍ରତିଶତରୁ ୮୩.୭ ପ୍ରତିଶତ ରହିଛି । ଯାହାକି କୌଣସି ଭ୍ୟାକସିନ୍‌ର ଦୁଇଟି ଜାକ ଡୋଜଠାରୁ ମଧ୍ୟ ଅଧିକ ପ୍ରଭାବଶାଳୀ ।

ସୂଚନାଯୋଗ୍ୟ, ଭାରତରେ ସ୍ପୁଟନିକ୍‌ ଭିର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ପାଇଁ କେବଳ ଔଷଧ ନିର୍ମାତା କମ୍ପାନୀ ଡକ୍ଟର ରେଡ୍ଡୀକୁ ଅନୁମତି ଦେଇଥିଲେ RDIF । ପରେ ଚଳିତ ବର୍ଷ ଏପ୍ରିଲ ମାସରେ ଭାରତରେ ସ୍ପୁଠନିକ୍‌-ଭି ର ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ମିଳିଥିଲା । ଏହାପରେ ଗତ ମେ ୧୪ ତାରିଖରେ ଭାରତରେ ସ୍ପୁଟନିକ୍‌ ଭି ର ପ୍ରଥମ ଟିକା ହାଇଦ୍ରାବାଦର ଜଣେ ବ୍ୟକ୍ତିଙ୍କୁ ଦିଆଯାଇଥିଲା ।

ସ୍ପୁଟନିକ୍‌ ଲାଇଟ୍‌କୁ ନେଇ ଆର୍ଜେଣ୍ଟିନାର ପ୍ରାୟ ୪୦ ହଜାର ଲୋକଙ୍କୁ ନେଇ ପରୀକ୍ଷଣ କରାଯାଇଥିଲା । ଯେଉଁଥିରେ ଯୁବକ, ବୟସ୍କ ଏବଂ ପ୍ରାପ୍ତ ବୟସ୍କ ବ୍ୟକ୍ତି ସାମିଲ ଥିଲେ । ପରୀକ୍ଷଣ ବେଳେ ସ୍ପୁଟନିକ୍‌ ଲାଇଟ୍‌ ଭ୍ୟାକସିନ ୮୨.୧-୮୭.୬ ପ୍ରତିଶତ ପ୍ରଭାବୀ ବୋଲି ବିଶେଷଜ୍ଞମାନେ ଦାବି କରିଥିଲେ । ଏହା ସହିତ ଏହି ଟିକା ନେଲେ ହସ୍ପିଟାଲରେ ଭର୍ତ୍ତି ହେବା ଆଶଙ୍କା ଖୁବ କମ୍‌ ବୋଲି କୁହାଯାଇଥିଲା ।

Leave A Reply

Your email address will not be published.