ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା :୫ଟି ପର୍ଯ୍ୟାୟରେ ହେବ ନିର୍ବାଚନ

0 23

ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ବାଜିଛି ବିଗୁଲ । ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର । ଏକ ପ୍ରେସ୍‌ମିଟ୍‌ ଜରିଆରେ ଆଗାମୀ ଦିନରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ।
ଫେବ୍ରୁଆରୀ ୧୬, ୧୮, ୨୦, ୨୨ ଓ ୨୪ ତାରିଖରେ ତ୍ରିସ୍ତରୀୟ ନିର୍ବାଚନ ହେବ । ଫେବ୍ରୁଆରୀ ୨୬, ୨୭ ଓ ୨୮ ତାରିଖରେ ଭୋଟ୍ ଗଣତି କରାଯିବ । ଏଥିପାଇଁ ଆଜିଠାରୁ ଫେବ୍ରୁଆରୀ ୧୮ ଯାଏଁ ଆଦର୍ଶ ଆଚରଣ ବିଧି ଲାଗୁ କରାଯାଇଛି । ପଞ୍ଚାୟତ ନିର୍ବାଚନ ପାଇଁ ଜାନୁଆରୀ ୧୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । କୋଭିଡ କଟକଣା ମଧ୍ୟରେ ସମସ୍ତ ମତଦାନ କାର୍ଯ୍ୟ ହେବ I
– ଫେବ୍ରୁଆରୀ ୧୬ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ । ପ୍ରଥମ ପର୍ଯ୍ୟାୟରେ ୩୦ଟି ଜିଲ୍ଲାର ୭୧ଟି ବ୍ଲକ, ୨୦୨ ଜିଲ୍ଲା ପରିଷଦ ଜୋନରେ ନିର୍ବାଚନ ହେବ । ୧୬୬୯ ଗ୍ରାମ ପଞ୍ଚାୟତ, ୨୨ ହଜାର ୩୭୯ ବୁଥରେ ମତଦାନ ହେବ ।

– ଫେବ୍ରୁଆରୀ ୧୮ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ । ଏଥିରେ ୩୦ଟି ଜିଲ୍ଲାର ୬୮ ବ୍ଲକ, ୧୮୬ ଜିଲ୍ଲା ପରିଷଦ ଜୋନରେ ନିର୍ବାଚନ ହେବ । ୧୫୧୪ ଗ୍ରାମ ପଞ୍ଚାୟତ, ୨୦ ହଜାର ୪୩୬ ବୁଥରେ ମତଦାନ ହେବ ।
– ଫେବ୍ରୁଆରୀ ୨୦ରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେବ । ଏଥିରେ ୨୯ଟି ଜିଲ୍ଲାର ୬୩ ବ୍ଲାକ, ୧୭୧ ଜିଲ୍ଲା ପରିଷଦ ଜୋନରେ ନିର୍ବାଚନ ହେବ । ୧୩୮୨ ଗ୍ରାମ ପଞ୍ଚାୟତ, ୧୮ ହଜାର ୪୯୫ ବୁଥରେ ମତଦାନ ହେବ ।

– ଫେବ୍ରୁଆରୀ ୨୨ରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ହେବ । ଏଥିରେ ୨୭ଟି ଜିଲ୍ଲାର ୬୪ ବ୍ଲକ, ୧୬୩ ଜିଲ୍ଲା ପରିଷଦ ଜୋନରେ ନିର୍ବାଚନ ହେବ । ୧୨୫୪ ଗ୍ରାମ ପଞ୍ଚାୟତ, ୧୭ ହଜାର ୮୯ ବୁଥରେ ମତଦାନ ହେବ ।

– ଫେବ୍ରୁଆରୀ ୨୪ରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ହେବ ।୨୫ଟି ଜିଲ୍ଲାର ୪୮ ବ୍ଲକ, ୧୩୧ ଜିଲ୍ଲା ପରିଷଦ ଜୋନରେ ନିର୍ବାଚନ ହେବ । ୯୭୫ ଗ୍ରାମ ପଞ୍ଚାୟତ, ୧୩ ହଜାର ୫୧୪ ବୁଥରେ ମତଦାନ ହେବ ।

ରାଜ୍ୟରେ ମୋଟ୍ ୯୧, ୯୧୩ଟି ୱାର୍ଡରେ ନିର୍ବାଚନ ହେବ । ୬୭୯୪ଟି ପଞ୍ଚାୟତରେ ସରପଞ୍ଚ, ୬୭୯୩ ପଞ୍ଚାୟତ ସମିତି ପାଇଁ ଏବଂ ୮୫୩ଟି ଜିଲ୍ଲା ପରିଷଦ ଜୋନରେ ନିର୍ବାଚନ ଅନୁଷ୍ଠିତ ହେବ । ୪୩୩ ଜିଲ୍ଲା ପରିଷଦ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ସକାଳ ୭ଟାରୁ ଦିନ ୧ଟା ଯାଏ ମତଦାନ କରାଯାଇପାରିବ । ନିର୍ବାଚନ ସରିବା ପରେ ବ୍ଲକରେ ହେବ ସେଣ୍ଟ୍ରାଲ୍ କାଉଣ୍ଟିଙ୍ଗ ହେବ । ଏଥର ପଞ୍ଚାୟତ ନିର୍ବାଚନ ପାଇଁ ମୋଟ ଭୋଟର ହେଉଛନ୍ତି ୨ କୋଟି ୭୯ ଲକ୍ଷ।ୱାର୍ଡ ମେମ୍ବର ପ୍ରାର୍ଥୀଙ୍କ ପାଇଁ ୧୫ଟା ସରପଞ୍ଚପ୍ରାର୍ଥୀଙ୍କ ପାଇଁ ୩୨ ପ୍ରକାର, ସମିତି ସଭ୍ୟ ପାଇଁ ୧୯ ପ୍ରକାର ଓ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ ୧୯ ପ୍ରକାରର ଚିହ୍ନ ଜାରି ହୋଇଛି । ଏଣେ ୱାର୍ଡ ମେମ୍ବର ପାଇଁ ହଳଦିଆ, ସରପଞ୍ଚ ପାଇଁ ଗୋଲାପି ଓ ଜିଲ୍ଲା ପରିଷଦ ପାଇଁ ଧଳା ବ୍ୟାଲଟ ବ୍ୟବହାର ହେବ ।

Leave A Reply

Your email address will not be published.