ଭିଜିଲାନ୍ସ ଜାଲରେ ଡାଟା ଏଣ୍ଟ୍ରି ଅପରେଟ

173

ଖୋର୍ଦ୍ଧା: ଭିଜିଲାନ୍ସ ଜାଲରେ ଡାଟା ଏଣ୍ଟ୍ରି ଅପରେଟର। ବେଗୁନିଆ ତହସିଲରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟର ସ୍ମୃତି ଜୟସିଂହ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଘରବାଡ଼ି କିସମ ପରିବର୍ତ୍ତନ ପାଇଁ ଅତିରିକ୍ତ ତହସିଲଦାରଙ୍କ ନାଁରେ ୮ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ବିଭାଗ ହାତରେ ଧରାପଡିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଗଡମାଣିତ୍ରୀର ଶିଶିର ମଙ୍ଗରାଜ ନାମକ ଜଣେ ବ୍ୟକ୍ତି ଘରବାଡ଼ି କିସମ ପରିବର୍ତ୍ତନ ପାଇଁ ଆବେଦନ କରିଥିଲେ। ଗତ ଏକ ମାସ ଧରି ସେ କାର୍ଯ୍ୟାଳୟକୁ ଦୌଡୁଥିବାବେଳେ ସ୍ମୃତି ତାଙ୍କୁ ଆର୍‌ଆଇ ଏବଂ ଅତିରିକ୍ତ ତହସିଲଦାର ଟଙ୍କା ନେବେ । ଏବଂ ଟଙ୍କା ଦେଲେ କାମ ହୋଇଯିବ ବୋଲି କହିଥିଲେ। ଶିଶିର ଏ ସମ୍ପର୍କରେ ଗତ ୧୪ତାରିଖରେ ଖୋର୍ଦ୍ଧା ଭିଜିଲାନ୍ସ ବିଭାଗରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଭିଜିଲାନ୍ସ ବିଭାଗ ପୂର୍ବରୁ ଯୋଜନା କରିଥିଲା। ଏବଂ ବୁଧବାର ସେ କାର୍ଯ୍ୟାଳୟରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍‌ ତାଙ୍କଠାରୁ ରଙ୍ଗ ପ୍ରଲେପ ଦିଆ ଟଙ୍କା ଜବତ କରିଥିଲେ। ଖୋର୍ଦ୍ଧା ପୁଲିସ୍‌ ଏବଂ ଭିଜିଲାନ୍ସ ଟିମ୍‌ ମିଳିତ ଭାବେ ଚଢ଼ାଉ କରିଥିଲେ। ୩ ଡିଏସ୍‌ପି, ୨ ଇନ୍ସପେକ୍ଟର ଚଢ଼ାଉରେ ସାମିଲ ହୋଇଛନ୍ତି। ଭିଜିଲାନ୍ସ କାର୍ଯ୍ୟାଳୟ ସମେତ ବାସଭବନରେ ଚଢ଼ାଉ କରାଯାଇଛି।

Comments are closed, but trackbacks and pingbacks are open.