ଭୋଟର ଲିଷ୍ଟରେ ନାଁ ନଥିବାରୁ,ଭୋଟ ବାକ୍ସ ଉଠାଇନେଲେ ଡଙ୍ଗରିଆ କନ୍ଧ

14

ରାଜ୍ୟରେ ଆରମ୍ଭ ହୋଇଥିବା ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଲାଗି ମତଦାନ ନିର୍ଧାରିତ ସମୟରେ ଶେଷ ହୋଇଛି । ଦ୍ଵିତୀୟ ପର୍ଯ୍ୟାୟ ମତଦାନ ସମୟରେ କିଛି ସ୍ଥାନରେ ହୋଇଥିବା ରାଜନୈତିକ ହିଂସାକାଣ୍ଡ ଯୋଗୁଁ ମତଦାନ ବାଧାପ୍ରାପ୍ତ ହୋଇଥିଲା ଇ ତେଣୁ ଡିଜିପି ଙ୍କ ସତର୍କ ପଦକ୍ଷେପ ସତ୍ତ୍ୱେ ତୃତୀୟ ପର୍ଯ୍ୟାୟ ମତଦାନ ରେ ମଧ୍ୟ ଏହି ହିଂସାକାଣ୍ଡ ର ପୁନରାବୃତି ଘଟିଛି I ସେହିଭଳି ନିୟମଗିରି ବାସି ମଧ୍ୟ ସେଥିରୁ ବାଡ଼ ଯାଇ ନାହାନ୍ତି I ଭୋଟର ଲିଷ୍ଟ ରେ ନାଁ ନ ଥିବାରୁ ଭୋଟ ବାକ୍ସ ଉଠାଇ ନେଇଛନ୍ତି ଡଙ୍ଗରିଆ କନ୍ଧ । କଲ୍ୟାଣସିଂହପୁର ଶୂନଖଣ୍ଡ ପଞ୍ଚାୟତରେ ଉଠାଇ ନେଇଛନ୍ତି ଭୋଟବାକ୍ସ । ଶୂନଖଣ୍ଡ ପଞ୍ଚାୟତ ରାଇଲିମା ଗାଁ ୧୪ ନମ୍ବର ବୁଥରୁ ଭୋଟ ବାକ୍ସ ଉଠାଇନେଇଥିବା ଜଣାପଡିଛି । ଉପର ଓ ତଳ ମୁଶୁଡିର ଶହେ ଲୋକଙ୍କ ନାଁ ଲିଷ୍ଟରେ ନଥିବାରୁ ସେମାନେ ଏପରି କରିଥିବା ଅଭିଯୋଗ ହୋଇଛି ।

Comments are closed, but trackbacks and pingbacks are open.