ଦାଣ୍ଡର ଭିକାରୀ ହୋଇଗଲେ ନିରବ !

20

ଆର୍ଥିକ ସ୍ଥିତିରେ ଦହନୀୟ ହୋଇପଡିଛନ୍ତି ନିରବ । ଜୋରିମାନା ଦେବାକୁ କରଜ କଲେ ନିରବ । ଦାଣ୍ଡର ଭିକାରୀ ହୋଇଗଲେ ନିରବ ! ଆର୍ଥିକ ସ୍ଥିତି ଦୁର୍ବଳ ହୋଇ ପଡିଛନ୍ତି ନିରବ । ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କରେ ହୋଇଥିବା ୧୪ ହଜାର କୋଟି ଟଙ୍କା ଠକେଇର ମୁଖ୍ୟ ଅଭିଯୁକ୍ତ ନିରବ ମୋଦୀଙ୍କ ଆର୍ଥିକ ସ୍ଥିତି ଅତ୍ୟନ୍ତ ଦହନୀୟ ହୋଇପଡିଛି । ପ୍ରତ୍ୟର୍ପଣ ମାମଲାକୁ ହାରିଯାଇଥିବା ନିରବଙ୍କ ଉପରେ ଲଣ୍ଡନର ଏକ କୋର୍ଟ ୧୪୬ ଲକ୍ଷ ଟଙ୍କାର ଜୋରିମାନା ଲାଗୁ କରିଥିଲା । ସେହି ଟଙ୍କା ଦେବା ଲାଗି ନିରବ ୯ ଲକ୍ଷ ୭୦ ହଜାର ଟଙ୍କା କରଜ ଆଣୁଛନ୍ତି ।

ପ୍ରତ୍ୟର୍ପଣ ମାମଲାରେ ଖର୍ଚ୍ଚ ହୋଇଥିବା ସମସ୍ତ ଟଙ୍କା ଭରଣା ଲାଗି କୋର୍ଟ ନିରବଙ୍କୁ ନିର୍ଦ୍ଦେଶ ଦେଇଥିଲେ । କୋର୍ଟରେ ହାଜର ହୋଇଥିବା ନିରବ ବିଶାଦଗ୍ରସ୍ତ ଜଣାପଡୁଥିଲେ । ତାଙ୍କ ସପକ୍ଷରେ କୈଣସି ଆଇନଜୀବୀ ନଥିଲେ । ନିଜ ମାମଲାକୁ ସେ ନିଜେ ଲଢୁଥିଲେ । କାହିଁକି ଜୋରିମାନ ଦେଉନ ପ୍ରଶ୍ନ ହେବାରୁ ସେ କହିଥିଲେ ,ମୋର ସମସ୍ତ ସମ୍ପତ୍ତି ଜବତ ହୋଇଥିବାରୁ ମୁଁ ଆଇନଗତ ଫି ଦେଇପାରୁନି । କାହିଁକି ସମ୍ପତ୍ତି ଜବତ ହୋଇଛିର ପ୍ରଶ୍ନର ଉତ୍ତରରେ ନିରବ କହିଲେ ମୋର ଅଧିକାଂଶ ସମ୍ପତ୍ତି ଭାରତରେ ଏବଂ ଏକ ମିଛ ମାମଲାରେ ମୋର ସମ୍ପତି ଜବତ ହୋଇଛି ।

ସେ ଆହୁରି ମଧ୍ୟ କହିଛନ୍ତି , ମୁଁ ଗତ ୪ବର୍ଷ ହେଲାଣି ଜେଲ୍‌ରେ ଅଛି । କେସ୍ ଲଢି ମୋର ସମସ୍ତ ପାଣ୍ଠି ଖର୍ଚ୍ଚ ହୋଇଯାଇଛି । ଏହି ପାଣ୍ଠି ଦେବାକୁ ମୁଁ ଗତ ୨ବର୍ଷ ହେବ ମୁଁ ୧୦ଲକ୍ଷ ଟଙ୍କା କରଜ ଆଣୁଛି । ତେବେ ଭାରତଯାଇ ନ୍ୟାୟ ପାଇଁ ଲଢିବା ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି , ମୁଁ ସେଠି ଉଚିତ୍ ନ୍ୟାୟ ପାଇବି ବୋଲି ଭାବୁନାହିଁ । ଆଉ କିଛି ଜେଲ୍ ରହିବ ପ୍ରଶ୍ନରେ ସହମତି ଦେଇଛନ୍ତି ନିରବ ।

Comments are closed, but trackbacks and pingbacks are open.