ବାହାରିନ ମାଟିରେ ‘ତ୍ରିଧାରା’ ଓଡିଶୀ ନୃତ୍ୟ ଅନୁଷ୍ଠାନ ପକ୍ଷରୁ ନୃତ୍ୟ ପରିବେଷଣ

31

ଆଜି (୨୦-୦୫-୨୦୨୨) ବାହାରିନ୍ ଓଡ଼ିଆ ସମାଜ ତରଫରୁ ପାଳନ ହେଉଛି ଓଡିଆ ନବବର୍ଷ । କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଓଡିଶା ବାହାରେ ବିଦେଶ ମାଟିରେ ଓଡ଼ିଶାର କଳା, ସଂସ୍କୃତି ଏବଂ ହସ୍ତଶିଳ୍ପକୁ ପ୍ରଚାର କରିବା। ବାହାରିନରେ ପାଳନ ହେଉଥିବା ଉତ୍କଳ ଦିବସରେ ବାହାରିନ୍ ସରକାରଙ୍କର ପ୍ରତିନିଧି ଭାଗନେଉଛନ୍ତି । ଏହି ଅବସରରେ ଓଡିଶାରୁ ଯାଇଥିବା ‘ତ୍ରିଧାରା’ ଓଡିଶୀ ନୃତ୍ୟ ଅନୁଷ୍ଠାନ ର ପ୍ରଖ୍ୟାତ ନୃତ୍ୟ ଗୁରୁ ଡା.ଗଜେନ୍ଦ୍ର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ରେ ଓଡିଶୀ ନୃତ୍ୟଶିଳ୍ପୀ ମାନଙ୍କ ଦ୍ୱାରା ୪ଟି ଓଡିଶୀ ଏବଂ ୩ଟି ସମ୍ବଲପୁରୀ ର ମନୋରମ ନୃତ୍ୟ ପରିବେଷଣ କରାଯିବ I ଏଥିରେ ଭାଗ ନେଉଛନ୍ତି ‘ତ୍ରିଧାରା‘ ଅନୁଷ୍ଠାନ ର ଗୁରୁ ଡା.ଗଜେନ୍ଦ୍ର ପଣ୍ଡା,ଓ ୪ ଜଣ ବରିଷ୍ଠ ନୃତ୍ୟଶିଳ୍ପୀ ସୁଶ୍ରୀ ଦୀପିକା ପ୍ରିୟଦର୍ଶିନୀ ,ସୁଶ୍ରୀ ତେଜସ୍ୱିନୀ,ପ୍ରଭୂତୋଷ ପଣ୍ଡା ,ସୁଶ୍ରୀ ଆଞ୍ଚଲ ପାଣ୍ଡେ I

କୋଭିଡ ମହାମାରୀ ପରେ ଏହି ବର୍ଷ ବାହାରିନ ରେ ପ୍ରଥମ କରି ଆରମ୍ଭ କରାଯାଉଥିବା ଓଡିଶା ନବବର୍ଷ ଉପଲକ୍ଷେ ଓଡିଶା ଓ ବାହାରିନ ସଂସ୍କୁତି ର ନିଆରା ଯୁଗଳବନ୍ଦୀ ଦେଖିବାକୁ ମିଳିବ I ‘ତ୍ରିଧାରା‘ ନୃତ୍ୟ ଅନୁଷ୍ଠାନ ପକ୍ଷରୁ ଏଥିରେ ଗଣେଶ ଏବଂ ମହାଲକ୍ଷ୍ମୀ ଓ ଗ୍ଲୋବାଲ ୱାର୍ମିଙ୍ଗ ଉପରେ ନୃତ୍ୟ ପରିବେଷଣ କରାଯିବ I

ସେହିପରି ବାହାରିନ୍‌ରେ ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ୭ଟି ଦେଶର ରାଷ୍ଟ୍ରଦୂତ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହା ସହିତ ଓଡ଼ିଶାର କଳା ସଂସ୍କୃତି ,ବୟନଶିଳ୍ପ , ହସ୍ତଶିଳ୍ପ ଓ ବାଲୁକା ଶିଳ୍ପ କୁ ନେଇ ଏକ ପ୍ରଦର୍ଶନୀ ମଧ୍ୟ ଆୟୋଜନ କରାଯାଇଛି ବୋଲି ବାହାରିନ୍ ଓଡ଼ିଆ ସମାଜର ପ୍ରତିଷ୍ଠାତା ଅଧକ୍ଷ ଡ. ଅରୁଣ ପ୍ରହରାଜ ପ୍ରକାଶ କରିଛନ୍ତି।ଏଥିରେ ବାହାରିନ ରେ ଥିବା ହଜାର ହଜାର ପ୍ରବାସୀ ଓଡ଼ିଆ ଯୋଗ ଦେବେ I

Comments are closed, but trackbacks and pingbacks are open.