ଦୈନିକ ଭାଗ୍ୟଫଳ

4,072

ରାଶିଫଳ : ୧୬ ମଇ ୨୦୨୩ : ଆଜି, ମେଷ ଏବଂ ମୀନ ରାଶିର ବ୍ୟକ୍ତିଙ୍କ ପାଇଁ ସଫଳତାର ଦିନ ହେବ I ବୃଷ ଏବଂ ମିଥୁନ ରାଶିର ବ୍ୟକ୍ତିମାନେ ଚାକିରିରେ ନୂତନ ସୁଯୋଗ ପାଇବେ I ମିଥୁନ ଏବଂ କର୍କଟ ରାଶିର ବ୍ୟକ୍ତିମାନେ ଯାନ ବାହନ ଚଳାଚଳରେ ସାବଧାନତା ଅବଲମ୍ବନ କରନ୍ତୁ Iଆସନ୍ତୁ ଜାଣିବା ଆଜିର ବିସ୍ତୃତ ରାଶିଫଳ-

ମେଷ : ଆଜି ଖର୍ଚ୍ଚାନ୍ତ ହୋଇପାରନ୍ତି I ବିଦ୍ୟାର୍ଥୀ ମାନେ ସେମାନଙ୍କର ପ୍ରଦର୍ଶନରେ ଖୁସି ହେବେ I ରାଜନେତାମାନେ ଉପକୃତ ହେବେ। ଘର ଖର୍ଚ୍ଚ ବୃଦ୍ଧି ହେବ I ମନର ଏକାଗ୍ରତା ପାଇଁ ଧ୍ୟାନ ଏବଂ ଯୋଗ କରନ୍ତୁ I

ବୃଷ : ବ୍ୟବସାୟରେ ସଫଳତା I ବିଦ୍ୟାର୍ଥୀ ମାନେ ପରିଶ୍ରମର ଫଳ ପାଇବେ I ଅଚାନକ ଅର୍ଥ ପ୍ରାପ୍ତି ଯୋଗ ରହିଛି Iଆଜି ଗୁରୁ ଏକାଦଶ ବ୍ୟବସାୟକୁ ଶୁଭ କରିବେ। ନିଜର ମଧୁର ବ୍ୟବହାର ଯୋଗୁଁ ସମସ୍ତଙ୍କ ପ୍ରିୟ ପତ୍ର ହେବେ I

ମିଥୁନ : କାର୍ଯ୍ୟ କ୍ଷେତ୍ରରେ ଅଗ୍ରଗତି କରିବେ I ବୁଝି ବିଚାରି ଚାକିରି ପରିବର୍ତ୍ତନ ନିଷ୍ପତ୍ତି ନିଅନ୍ତୁ I ବୈବାହିକ ଜୀବନ ସୁଖମୟ ହେବ I ଇଲେକ୍ଟ୍ରୋନିକ୍ସ ବ୍ୟବସାୟରେ ସଫଳତା ପାଇବେ I

କର୍କଟ : ଆଜି ଚାକିରିରେ ସଫଳତାର ଦିନ I ବିଦ୍ୟାର୍ଥିମାନେ ସେମାନଙ୍କ କ୍ୟାରିଅରକୁ ନେଇ ଉତ୍ସାହିତ ଏବଂ ଖୁସି ହେବେ I ରାଜନେତାମାନେ ସଫଳ ହେବେ। ପାରିବାରିକ ଜୀବନ ସୁଖମୟ ହେବ I ପିଲାମାନଙ୍କ ଉନ୍ନତିରେ ଖୁସି ହେବେ I

ସିଂହ: ଅଧସ୍ତନଙ୍କର ସହଯୋଗ ଯୋଗୁ କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ । ବନ୍ଧୁ ମିତ୍ରଙ୍କର ସହଯୋଗ ଓ ପ୍ରେରଣା ପାଇ ଉଚିତ ପନ୍ଥା ଗ୍ରହଣ କରିବେ । ଇନ୍ଦ୍ରିୟପରାୟଣତା ଓ ବିଷୟବାସନା ଉପରେ ଅଧିକ ଗୁରୁତ୍ୱ ଦେବେ ।

କନ୍ୟା: ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ । ପଡୋଶୀମାନେ ସମ୍ମୁଖରେ ପ୍ରଶଂସା କରି ପଛରେ ନିନ୍ଦା କରିପାରନ୍ତି । ବାହନରେ କୌଣସି ଜାଗାକୁ ଯାତ୍ରାକଲେ ସତର୍କତା ଅବଲମ୍ବନ କରିବା ଉଚିତ୍ ।

ତୁଳା: ଜୀବନସାଥୀଙ୍କ ସହଯୋଗ ମିଳିବ। ପାରିବାରିକ ଦାୟିତ୍ୱ ପୂରଣ କରିବେ। ରଚନାତ୍ମକ କାର୍ଯ୍ୟରେ ସଫଳତା ମିଳିବ। ଦୂର ଯାତ୍ରା ଜନିତ କ୍ଲାନ୍ତ ଅନୁଭବ କରିବେ I

ବିଛା: ରୋଗ କିମ୍ବା ବିରୋଧୀ ଆପଣଙ୍କ ଚିନ୍ତାର କାରଣ ହୋଇପାରେ। ଧନ, ସମ୍ମାନ, ଯଶ, କୀର୍ତ୍ତି ବଢ଼ିବ। ରଚନାତ୍ମକ କାର୍ଯ୍ୟରେ ସଫଳ ହେବେ।

ଧନୁ : ଦିନଟି ଶୁଭଙ୍କର ହେବ I ବନ୍ଧୁ ପରିବାରରେ କୌଣସି ମାଙ୍ଗଳିକ କାର୍ଯ୍ୟ ପାଇଁ ବ୍ୟସ୍ତ ରହିବେ I ଚାକିରିରେ ପଦୋନ୍ନତି ଜନିତ ଶୁଭ ଖବର ଶୁଣିବେ I ବ୍ୟବସାୟରେ ସଫଳତା ସାଙ୍ଗକୁ ଉଧାର ଦେଇଥିବା ଅର୍ଥ ଫେରି ପାଇବେ I

ମକର : ରାଜନୀତିରେ ଶୁଭଫଳ ପ୍ରାପ୍ତି ହେବ I ମିଡିଆ, ଆଇଟି ଏବଂ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଚାକିରି କରୁଥିବା ବ୍ୟକ୍ତିମାନେ ଉପକୃତ ହେବେ I ଗୁରୁଜନଙ୍କ ଆଶୀର୍ବାଦ ରୁ ସଫଳତା ଲାଭ କରିବେ I କୌଣସି ଧାର୍ମିକ ଯାତ୍ରା କରିପାରନ୍ତି I ପୁରାତନ ବନ୍ଧୁ ଦର୍ଶନ ହେଇପାରେ I

କୁମ୍ଭ : ବୈଷୟିକ କ୍ଷେତ୍ରରେ ଛାତ୍ରମାନେ ସଫଳତା ପାଇବେ I ଚାକିରି ସମ୍ବନ୍ଧୀୟ କୌଣସି ନିଷ୍ପତ୍ତି ନେବାରେ ବିଳମ୍ବ ହୋଇପାରେ I ଦୂର ଯାତ୍ରା ସୁଖଦ ହେବ | ମୂଲ୍ୟବାନ ଜିନିଷ କ୍ରୟ କରି ପାରନ୍ତି I ଆର୍ଥିକ ଲାଭ ପାଇବେ I

ମୀନ : ସଫଳତାର ଦିନ ହେବ I ଅର୍ଥ ପ୍ରାପ୍ତି ର ଯୋଗ ରହିଛି I ପାରିବାରିକ ସୁଖ ସୌହାର୍ଦ୍ଦ୍ୟ ବଜାୟ ରହିବ I ବ୍ୟବସାୟରେ ସଫଳତା ପାଇବେ I ଗୁରୁଜନଙ୍କ ଆଶୀର୍ବାଦ ରହିଛି I କଳାପ୍ରତି ରୁଚି ବଢିବ I ଅନେକ ଦିନରୁ ସ୍ଥଗିତ ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ I

Comments are closed, but trackbacks and pingbacks are open.