ଦୈନିକ ଭାଗ୍ୟଫଳ

27

ରାଶିଫଳ ୨୨-୦୬-୨୦୨୨ ବୁଧୁବାର : ଆଜି ନୂତନ କାର୍ଯ୍ୟ ରୁ ସଫଳତା ମିଳିବ I ମେଷ -ଶାରୀରିକ ଅସୁସ୍ଥତା ,ବୃଷ – ନୂତନ କାର୍ଯ୍ୟ ପନ୍ଥା ଆପଣେଇବେ ,ମିଥୁନ -ଦିନଟି ସୁଖମୟ ହେବ I ଜାଣନ୍ତୁ ଆପଣଂକ ରାଶିଫଳ ବିଷୟରେ I

ମେଷ : ଶାରୀରିକ ଅସୁସ୍ଥତା ଦେଖାଦେବ I ଖର୍ଚ୍ଚାନ୍ତ ହେବେ I କାର୍ଯ୍ୟକ୍ଷେତ୍ରରେ ଆତ୍ମ ବିଶ୍ୱାସ ବଢିବ I ଜମି ଏବଂ ଘର ସମ୍ବନ୍ଧୀୟ ଦଲିଲରେ ପ୍ରତାରଣା ହେବାର ସମ୍ଭାବନା ଅଛି I ଦ୍ୱନ୍ଦ୍ୱପୂର୍ଣ୍ଣ ପରିସ୍ଥିତି ଯୋଗୁଁ, ସଠିକ୍ ନିଷ୍ପତ୍ତି ନେବା କଷ୍ଟସାଧ୍ୟ ହେବ I

ବୃଷ : ଆୟ ବୃଦ୍ଧି ପାଇବ I ଆପଣ କାର୍ଯ୍ୟକ୍ଷେତ୍ରରେ ନୂତନ ପନ୍ଥା ଆପଣେଇବେ I ସହକର୍ମୀ ମାନଙ୍କର ସହଯୋଗ ମିଳିବ I କାର୍ଯ୍ୟରେ ବାହାରକୁ ଯାଇ ପାରନ୍ତି I ମହିଳାମାନେ ଉପକୃତ ହୋଇପାରିବେ I ଜୀବନସାଥୀ ସହିତ ସମ୍ପର୍କ ଅଧିକ ମଧୁର ହେବ I ଶାରୀରିକ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ I ପାରିବାରିକ ସ୍ନେହ ଶ୍ରଦ୍ଧା ବୃଦ୍ଧି ପାଇବ I

ମିଥୁନ : ଆଜି ଦିନଟି ସୁଖରେ ବିତିବ I କର୍ମକ୍ଷେତ୍ରରେ କଠିନ ପରିଶ୍ରମ ର ଫଳ ପାଇବେ I ଉଚ୍ଚ ପଦାଧିକାରୀଙ୍କଠାରୁ ପ୍ରେରଣା ମିଳିବ I ପରିବାରରେ ସୁଖର ପରିବେଶ ରହିବ I ପିତାଙ୍କ ପକ୍ଷରୁ ଲାଭ ମିଳିବ | ସରକାରୀ କାର୍ଯ୍ୟ ରେ ସଫଳତା ଏବଂ ସମାଜରେ ତୁମର ପ୍ରତିଷ୍ଠା ବୃଦ୍ଧି ପାଇବ I

କର୍କଟ : ଜୀବନସାଥୀ ଖୁସିର କାରଣ ହେବେ। ଦିନ ଶେଷ ହେବା ବେଳକୁ ଆର୍ଥିକ ବୃଦ୍ଧି ହେବ। ଆଜି ଆପଣ ନିଜ ଜ୍ଞାନ ଖଟାଇ ଘରୋଇ ବିବାଦକୁ ସମାଧାନ କରିବେ। ବ୍ୟକ୍ତିଗତ ପଥ ପ୍ରଦର୍ଶନ ଆପଣଙ୍କ ସଂପର୍କରେ ଉନ୍ନତି ଆଣିବ। ଧର୍ମ କାର୍ଯ୍ୟରେ ମନ ଲାଗିବ। ମାତା-ପିତାଙ୍କ ଆଶୀର୍ବାଦ ବରଦାନ ସଦୃଶ ହେବ। ପ୍ରତ୍ୟେକ କାମ ପାଇଁ ସମାଧାନର ବାଟ ମିଳିଯିବ।

ସିଂହ : ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ Iଆପଣଙ୍କ ଭୁଲ୍ ନିଷ୍ପତ୍ତି କାମରେ ଦ୍ୱନ୍ଦ୍ୱ, ପରିବାରରେ ଅଶାନ୍ତି ଓ ଅର୍ଥପ୍ରାପ୍ତିରେ ସମସ୍ୟା ସୃଷ୍ଟି କରିବ । କର୍ମକ୍ଷେତ୍ରରେ କେତେକ ସାମାନ୍ୟ ଭୁଲରୁ କାମଗୁଡିକ ବିଶୃଙ୍ଖଳିତ ହୋଇପାରେ । କରଜଦାତାଙ୍କ ଚାପ ବୃଦ୍ଧି ପାଇବାକୁ ମାନସିକ ଭାରସାମ୍ୟ ହରାଇବେ ।

କନ୍ୟା : ଭାଗ୍ୟ ଆପଣଙ୍କ ସପକ୍ଷରେ ଯାଉଛି I ପାରିବାରିକ ଆନନ୍ଦ ଉପଭୋଗ କରିବେ I ଗହଣା କିମ୍ବା ଯାନବାହନ କିଣି ପାରନ୍ତି I ବୈବାହିକ ଜୀବନ ସୁଖମୟ ହେବ I କର୍ମକ୍ଷେତ୍ରରେ ଉନ୍ନତି ହେବ I

ତୁଳା : ସ୍ୱାସ୍ଥ୍ୟ ଭଲ ରହିବ I ଯେଉଁମାନେ ଅସୁସ୍ଥ ଅଛନ୍ତି ତାଙ୍କ ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ହେବ I ପାରିବାରିକ ସୁଖ ଏବଂ ଶାନ୍ତି ଅତୁଟ ରହିବ I କାର୍ଯ୍ୟରେ ଉଭୟ ସଫଳତା ଏବଂ ପ୍ରଶଂସା ଉତ୍ସାହ ବୃଦ୍ଧି ପାଇବ I ଆପଣ ଚାକିରିରେ ଲାଭ ସହିତ ସହକର୍ମୀଙ୍କ ସାହାଯ୍ୟ ମଧ୍ୟ ପାଇବେ I ଶତ୍ରୁ ପରାଜିତ ହେବେ I

ବିଛା : ଆପଣଙ୍କୁ ଅନେକ ଗୁଡିକ କ୍ଷେତ୍ରରୁ ଧନ ଲାଭ ମିଳିପାରେ। ଆପଣଙ୍କ କଠିନ ପରିଶ୍ରମ ଓ ପରିବାର ଜଣଙ୍କ ସହଯୋଗ କାରଣରୁ ଆପଣଙ୍କୁ ଆସୁଥିବା ସମୟରେ ବହୁମାତ୍ରାରେ ଖୁସି ଓ ସଫଳତା ପ୍ରାପ୍ତ ହେବ। କୌଣସି ଭଲ ଖବର ମିଳିବାର ସମ୍ଭାବନା। ଜରୁରୀ ମକଦ୍ଦମା ଆପଣଙ୍କ ପକ୍ଷରେ ହୋଇପାରେ। ଶିକ୍ଷା କ୍ଷେତ୍ରରେ ଉନ୍ନତି ଲାଗି ନୂଆ ସୁଯୋଗ ମିଳିବ।

ଧନୁ : ଆଜିର ବନ୍ଧୁ ମାନଙ୍କ ସହିତ ମନୋରଞ୍ଜନ କରିବେ । ସହକର୍ମୀଙ୍କ ସମର୍ଥନ ମିଳିବ I ଆଜିର କର୍ମକ୍ଷେତ୍ରରେ ପ୍ରତ୍ୟେକ ପରିସ୍ଥିତିରେ କାର୍ଯ୍ୟ ସମ୍ପନ୍ନ କରିବାରେ ଅସୁବିଧା ହେବ ନାହିଁ । ମନ ଭିତରେ ଉଙ୍କି ମାରୁଥିବା ଆଶା ପୂରଣ ହେବାରେ ଜଣେ ବନ୍ଧୁ ସାହାର୍ଯ୍ୟ କରିପାରନ୍ତି ।

ମକର : ବିରୋଧୀ ଙ୍କ ଉପରେ ବିଜୟ ପ୍ରାପ୍ତ କରିବେ I ପିଲାମାନଙ୍କ ସ୍ୱାସ୍ଥ୍ୟ କୁ ନେଇ ଚିନ୍ତିତ ରହିବେ I ବ୍ୟବସାୟରୁ ଲାଭ ପାଇବେ ,ଯଦି ସେୟାର ବଜାରରେ ପୁଞ୍ଜି ନିବେଶ କରିଛନ୍ତି ସେଥିରୁ ପ୍ରଚୁର ଲାଭ ମିଳିବ I ବନ୍ଧୁ ପରିଜନ ଙ୍କ ସହିତ ସମ୍ପର୍କ ଉତ୍ତମ ରହିବ I ବିଦ୍ୟାର୍ଥିମାନଙ୍କ ପାଇଁ ଦିନଟି ଶୁଭଙ୍କର ହେବ I

କୁମ୍ଭ : ମାନସିକ ଅସ୍ଥିରତା ଦେଖାଦେବ I ସଠିକ ନିର୍ଣ୍ଣୟ ନେବାରେ ଦ୍ୱନ୍ଦ୍ୱ ଉପୁଜିପାରେ I ଘରୋଇ କାର୍ଯ୍ୟରେ ବ୍ୟସ୍ତ ରହିବେ I ବନ୍ଧୁ ପରିଜନ ଙ୍କ ସହିତ ମତଭେଦ ଦେଖାଦେବ I ଶାରୀରିକ ସ୍ୱାସ୍ଥ୍ୟ ଭଲ ରହିବ I ଧାର୍ମିକ କାର୍ଯ୍ୟରେ ଖର୍ଚ୍ଚାନ୍ତ ହେବେ I

ମୀନ : ଶାରୀରିକ ଓ ମାନସିକ ଭାବରେ ଫୁର୍ତି ରହିବେ I ନୂତନ କାର୍ଯ୍ୟ ଆରମ୍ଭ କରିବେ I ପରିବାର ରେ ସୁଖାଦ୍ୟ ଭୋଜନ କରିବେ I କୌଣସି ଭଲ ଖବର ମିଳିବାର ସମ୍ଭାବନା ରହିଛି। ଜରୁରୀ ମକଦ୍ଦମା ଆପଣଙ୍କ ପକ୍ଷରେ ହୋଇପାରେ। ସରକାରୀ କାର୍ଯ୍ୟରୁ ଲାଭ ପାଇବେI ପରୋଉପକାରୀ ହେବେ I

Comments are closed, but trackbacks and pingbacks are open.