ଦୈନିକ ଭାଗ୍ୟଫଳ

2,600

ରାଶିଫଳ ୦୯-୦୫-୨୦୨୩ ମଙ୍ଗଳବାର :

ମେଷ : କ୍ରୋଧରେ ସଂଯମତା ରଖନ୍ତୁ I ପିଲାମାନେ କ୍ୟାରିଅରରେ ଅଗ୍ରଗତି କରିବେ I କର୍ମ କ୍ଷେତ୍ରରେ ଉନ୍ନତି କରିବେ,କିନ୍ତୁ ନିଜ ବାଣୀ ଉପରେ ସଂଯମତା ନରହିଲେ କାମ ବିଗିଡି ପାରେ I ଧାର୍ମିକ ଉତ୍ସବରେ ଯୋଗ ଦେଇ ପାରନ୍ତି I

ବୃଷ : ଶରୀର ମାନ୍ଦା ରହିବ I ଆଜି କୌଣସି ନୂତନ କାର୍ଯ୍ୟ ଅନୁକୂଳ ନକଲେ ଭଲ I ସ୍ୱାସ୍ଥ୍ୟ ସଚେତନ ହୁଅନ୍ତୁ I କର୍ମକ୍ଷେତ୍ରରେ କାର୍ଯ୍ୟଭାର ବଢିବ I ଧ୍ୟାନ ଯୋଗ କରନ୍ତୁ I

ମିଥୁନ: ଯାହା ପାଇବା ସକାଶେ ଆଶା ରଖିଛନ୍ତି ଅବଶ୍ୟ ପାଇବେ । ହଠାତ୍‌ କୌଣସି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଦୂର ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି । ମହିଳାମାନେ ଆଶା କରୁଥିବା ଦିଗରୁ ଅର୍ଥ, ମାନ ସମ୍ମାନ, ପ୍ରତିଷ୍ଠା ଲାଭ କରିବେ ।

କର୍କଟ: ଶତ୍ରୁମାନେ ପରାଜିତ ହେବେ ଓ ବିରୋଧୀମାନେ ଆପଣଙ୍କ ସାମ୍ନା କରିପାରିବେ ନାହିଁ। ଉଚ୍ଚ ସମ୍ଭାବନାର ଆଶା ଆଶ୍ୱାସନା ଲାଭ କରି ମାନସିକ ଶାନ୍ତି ଅନୁଭବ କରିବେ। ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ।

ସିଂହ : ସୃଜନଶୀଳତା ଏବଂ କଳାତ୍ମକ ପ୍ରବୃତ୍ତି ପାଇଁ ଆଜି ସର୍ବୋତ୍ତମ ଦିନ | ବିଦ୍ୟାର୍ଥିମାନେ ସେମାନଙ୍କର ସର୍ବୋତ୍ତମ ପ୍ରଦର୍ଶନ କରିବେ | ପ୍ରିୟଜନଙ୍କ ସହିତ ସାକ୍ଷାତ ହେବ | ଶାରୀରିକ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ | ମାନସିକ ଶାନ୍ତି ପାଇଁ କ୍ରୋଧ ଉପରେ ସଂଯମତା ରଖନ୍ତୁ |

କନ୍ୟା : ପ୍ରତିକୂଳ ପରିସ୍ଥିତିର ସାମ୍ନା କରି ପାରନ୍ତି । ଆଜି ଶାରୀରିକ ଶକ୍ତିର ଅଭାବ ରହିବ ଏବଂ ମାନସିକ ଚିନ୍ତା ବଢିବ | ପତ୍ନୀଙ୍କ ସହ ମତଭେଦ ହୋଇପାରେ | ରିଅଲ୍ ଇଷ୍ଟେଟ୍ କାର୍ଯ୍ୟରେ ଅର୍ଥ ଲଗାନ୍ତୁ ନାହିଁ |

ତୁଳା : ଦିନଟି ହସ ଖୁସିରେ ବିତିବ । ପ୍ରତ୍ୟକ କାର୍ଯ୍ୟରେ ସଫଳ ହେବେ I ପରିବାରରେ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ଆଲୋଚନାରେ ଭାଗ ନେବେ । ଧାର୍ମିକ କାର୍ଯ୍ୟରେ ଯୋଗ ଦେଇ ପାରନ୍ତି I

ବିଛା: ଆର୍ଥିକ ସୁଧାର ହେବ। ଅନ୍ୟଠୁ ସହଯୋଗ ନେବାରେ ସଫଳତା ମିଳିବ। ଧନ, ଯଶ, କୀର୍ତ୍ତିରେ ବୃଦ୍ଧି ହେବ। ଦାମ୍ପତ୍ୟ ଜୀବନ ସୁଖରେ କଟିବ।

ଧନୁ: ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବାର ଆବଶ୍ୟକ ରହିଛି। ଜୀବନସାଥୀ କିମ୍ବା ଶାଶୁଘର ପକ୍ଷରୁ ଚାପ ମିଳିପାରେ। ବ୍ୟର୍ଥରେ ଦୌଡ଼ାଦୌଡ଼ି କରିବେ।

ମକର : ଶାରୀରିକ ପୀଡା ଯୋଗୁଁ ଅସ୍ଥିର ଅନୁଭବ କରିବେ I ଧାର୍ମିକ, ସାମାଜିକ କାର୍ଯ୍ୟରେ ଅର୍ଥ ବ୍ୟୟ ହେବ I ଆର୍ଥିକ ନେଣ ଦେଣ କୁ ନେଇ ସମ୍ପର୍କୀୟ ଏବଂ ସାଙ୍ଗମାନଙ୍କ ସହିତ ମତଭେଦ ହେଇପାରେ I ଆଧ୍ୟାତ୍ମିକତା ପ୍ରତି ଅଧିକ ଆଗ୍ରହୀ ହେବେ I କୋର୍ଟର କାର୍ଯ୍ୟରେ ସଫଳତା ପାଇବେ |

କୁମ୍ଭ: ସମ୍ପର୍କୀୟଙ୍କ ସହ ବିବାଦ ଦେଖାଦେଇପାରେ । ଫେରନ୍ତା ବାଟରେ ହଠାତ୍ ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ। କର୍ମକ୍ଷେତ୍ରରେ ଆତ୍ମୀୟତାର ସହ କାମ କରିବେ ସତ, କିନ୍ତୁ ପ୍ରତିବଦଳରେ ଓଲଟା ଫଳ ପାଇବେ। ପାଖ ପଡୋଶୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ ।

ମୀନ :ଦିନଟି ଶୁଭଙ୍କର ହେବ I ଚାକିରି କିମ୍ବା ବ୍ୟବସାୟରେ ତୁମେ ସଫଳତା ପାଇବେ I ଉଚ୍ଚ ପଦାଧିକାରୀମାଙ୍କର କୃପା ଦୃଷ୍ଟି ରହିବ I ବ୍ୟବସାୟରେ ଉନ୍ନତି ସହିତ ଉଦ୍ଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ I ପିତା ମାତାଙ୍କର ଆଶୀର୍ବାଦ ମିଳିବ I ପାରିବାରିକ ଖୁସି ଅତୁଟ ରହିବ I

Comments are closed, but trackbacks and pingbacks are open.