ଦୈନିକ ଭାଗ୍ୟଫଳ

417

ରାଶିଫଳ :୦୪-୦୫-୨୦୨୩ ଗୁରୁବାର : ଆଜି, ଗୁରୁବାର ଚନ୍ଦ୍ରଙ୍କର ଅବସ୍ଥାନ ତୁଳା ଓ କନ୍ୟା ରାଶିରେ ହେଉଥିବାରୁ ତଥା ଚନ୍ଦ୍ର, ସୂର୍ଯ୍ୟ, ବୁଧ, ଗୁରୁ ଏବଂ ରାହୁଙ୍କ ଗୋଚର ଯୋଗୁଁ ସମ ସପ୍ତକ ଯୋଗ ହେଉଛି I ତେଣୁ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଆଜି କର୍କଟ ଏବଂ କୁମ୍ଭ ରାଶି ପାଇଁ ଲାଭଦାୟକ ହେବ। ଆସନ୍ତୁ ଜାଣିବା ଅନ୍ୟ ରାଶି ମାନଙ୍କ ବିଷୟରେ :

ମେଷ : ଆଜି ବ୍ୟବସାୟ ଏବଂ କର୍ମ କ୍ଷେତ୍ରରେ ଉନ୍ନତି ହେବ I ଆୟର ନୂତନ ସୁଯୋଗ ସୃଷ୍ଟି ହେବ I ଯଦି ଆପଣ ଏକ ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ଚେଷ୍ଟା କରୁଛନ୍ତି, ତେବେ ଆପଣ ଏଥିରେ ସଫଳତା ପାଇବେ, ଜୀବନ ସାଥୀଙ୍କଠାରୁ ସମ୍ପୂର୍ଣ୍ଣ ସମର୍ଥନ ପାଇବ I ମଧ୍ୟାହ୍ନ ପରେ ସମୟ ଅନୁକୂଳ ରହିବ I ସ୍ଥଗିତ କାର୍ଯ୍ୟ ସମାପ୍ତ ହେବାରୁ ମନ ପ୍ରଫୁଲ୍ଲ ରହିବ I ବନ୍ଧୁ ଦର୍ଶନ ହେବ I ମଙ୍ଗଳ ସ୍ତୋତ୍ର ଜପ କରନ୍ତୁ I

ବୃଷ : ରାଜନୀତି କ୍ଷେତ୍ରରେ ସଫଳତା ପାଇବେ I ସାମାଜିକ ଏବଂ ରାଜନୈତିକ କ୍ଷେତ୍ରରେ ପ୍ରଭାବ ବୃଦ୍ଧି ପାଇବ I ଆଜି ପରିବାରରେ କିଛି ଶୁଭ କାର୍ଯ୍ୟ ହେଇ ପାରେ |ବ୍ୟବସାୟରେ ଏକ ନୂତନ ଚୁକ୍ତି ପାଇବା ଆପଣଙ୍କ ଲାଭ ଏବଂ ପ୍ରତିଷ୍ଠା ବୃଦ୍ଧି କରିବ I ମା’ଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଏକ ସମସ୍ୟା ହୋଇପାରେ I ଶିବ ସ୍ତୋତ୍ର ପାଠ କରନ୍ତୁ I

ମିଥୁନ : କାର୍ଯ୍ୟରେ ଅବହେଳା କରନ୍ତୁ ନାହିଁ I ବିଦ୍ୟାର୍ଥିମାନେ ପ୍ରତିଯୋଗିତାରେ ସଫଳତା ପାଇବେ I ପ୍ରେମ ଜୀବନରେ ଏକ ସୁଖଦ ଅନୁଭବ ହେବ I ପୂର୍ବରୁ ସ୍ଥଗିତ ରହିଥିବା କାର୍ଯ୍ୟ ସମାପ୍ତ ହେବ I ମାଙ୍ଗଳିକ କାର୍ଯ୍ୟରେ ଅଂଶଗ୍ରହଣ କରିବେ I ପାରିବାରିକ ବିବାଦ ଦେଖାଦେବ I

କର୍କଟ: କାର୍ଯ୍ୟକ୍ଷେତ୍ରରେ ପରିଶ୍ରମ ଅନୁଯାୟୀ ଫଳ ପାଇବେ I ଶୈକ୍ଷିକ କାର୍ଯ୍ୟରେ ମନ ଲାଗିବ। କୌଣସି ମିତ୍ରଙ୍କ ସହଯୋଗରୁ ଚାକିରିର ଅବସର ମିଳିପାରେ। ଖର୍ଚ୍ଚ ବଢ଼ିପାରେ। ମାଙ୍ଗଳିକ କାର୍ଯ୍ୟ ହୋଇ ପାରେ। ବ୍ୟବସାୟୀମାନେ କ୍ରୟ ପାଇଁ ଦୂର ଯାତ୍ରା କରିବେ I

ସିଂହ: ପରିବାର ର ସାହାଯ୍ୟରୁ ନୂତନ ବ୍ୟବସାୟ ଆରମ୍ଭ କରିବେ I ଆର୍ଥିକ ସ୍ଥିତି ଉନ୍ନତ ରହିବ Iମାଆଙ୍କ ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ। ବାପାଙ୍କ ସାଥ୍‌ ମିଳିବ। ପାରିବାରିକ ଦାୟିତ୍ୱ ବଢ଼ିପାରେ। ଆଜି ପରିଶ୍ରମ ଅଧିକ କରିବେ। ବିଦ୍ୟାର୍ଥିମାନେ ସଫଳ ହେବେ I

କନ୍ୟା : ଦିନଟି ଶୁଭଙ୍କର ହେବ I କାର୍ଯ୍ୟକ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିବ Iରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ । ପଡୋଶୀମାନେ ସମ୍ମୁଖରେ ପ୍ରଶଂସା କରି ପଛରେ ନିନ୍ଦା କରିପାରନ୍ତି । ବାହନରେ କୌଣସି ଜାଗାକୁ ଯାତ୍ରାକଲେ ସତର୍କତା ଅବଲମ୍ବନ କରିବା ଉଚିତ୍ । ସୁଖାଦ୍ୟ ଭୋଜନ କରିବେ I

ତୁଳା: ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ Iପରିବାରରେ କୌଣସି ପ୍ରସଙ୍ଗକୁ ନେଇ ସମସ୍ୟା ଦେଖାଦେଇପାରେ। ବିଭିନ୍ନ ପ୍ରକାର ବାଧାବିଘ୍ନ ଓ ସମସ୍ୟା ଲାଗି ରହୁଥିବା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ନକାରାତ୍ମକ ଚିନ୍ତା ମନକୁ ଆକ୍ରାନ୍ତ କରିବ। ବନ୍ଧୁ,ସମ୍ପର୍କୀୟଙ୍କ ସାହାଯ୍ୟରେ ତୁମର ଦୀର୍ଘ ଦିନର ସମସ୍ୟା ସମାଧାନ ହେବ I

ବିଛା : କର୍ମକ୍ଷେତ୍ରରେ କିଛି ସମସ୍ୟା ହେତୁ ମାନସିକ ଚାପ ଅନୁଭବ କରିପାରନ୍ତି I ଆର୍ଥିକ ପ୍ରସଙ୍ଗରେ ଆୟ ଏବଂ ବ୍ୟୟ ସମାନ ରହିବ I ଆଜି ଆପଣ ନିଜ ଜୀବନସାଥୀ ସହିତ ଭବିଷ୍ୟତ ଯୋଜନା ବିଷୟରେ ଆଲୋଚନା କରିବେ I ପିଲାମାନଙ୍କ ପଢା ପଢି ନେଇ ଚିନ୍ତିତ ରହିବେ I ପାରିବାରିକ ବିବାଦରୁ ଦୂରରେଇ ରୁହନ୍ତୁ I

ଧନୁ : ବ୍ୟବସାୟରେ ବୃଦ୍ଧି ଘଟିବ I କିନ୍ତୁ ପରିଶ୍ରମ ଅନୁଯାୟୀ ଫଳ ପାଇବେ ନାହିଁ I ଦେଇଥିବା ଋଣ ଫେରି ପାଇବେ I କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଅନ୍ୟମାନଙ୍କ ଉପରେ ନିର୍ଭର କରନ୍ତୁ ନାହିଁ I ପରିବାରର ଗୁରୁଜନ ମାନଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି I ଧାର୍ମିକ ଯାତ୍ରାରେ ଯିବେ I

ମକର : ଦିନଟି ମିଶ୍ରିତ ଫଳ ଦେବ I ପାରିବାରିକ ପରିବେଶ ଉତ୍ତମ ରହିବ I ଆଜି ଭାଇ, ଭଉଣୀଙ୍କର ସହଯୋଗ ମିଳି ପାରେ। ଆତ୍ମବିଶ୍ୱାସ ଭରପୂର ରହିବ। କ୍ରୋଧ ବି ଅଧିକ ରହିବ। ଧାର୍ମିକ କାର୍ଯ୍ୟକ୍ରମରେ ଭାଗ ନେବେ। କୌଣସି ପୁରୁଣା ରୋଗ ମୁଣ୍ଡ ଟେକିପାରେ I ଆର୍ଥିକ ସଫଳତା ମିଳିବ I

କୁମ୍ଭ : ଆଜି ଅନେକ କ୍ଷେତ୍ରରେ ଅନୁକୂଳ ଏବଂ ଲାଭଦାୟକ ହେବ I ଉଚ୍ଚଶିକ୍ଷାର ରାସ୍ତା ଖୋଲା ରହିବ ଏବଂ ବିଦେଶରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ଦିନଟି ପ୍ରଗତିଶୀଳ ହେବ Iଆବଶ୍ୟକ ନିର୍ଣ୍ଣୟ ନେବା ପାଇଁ ସମର୍ଥ ହେବେ। ମିତ୍ରମାନଙ୍କ ସହିତ ସାକ୍ଷାତ ହେବ, ଫଳରେ ମନ ଆନନ୍ଦିତ ରହିବ । ଭାଇମାନଙ୍କ ସହିତ ସୁସମ୍ପର୍କ ରହିବ। ନିଜ କାର୍ଯ୍ୟଧାରାକୁ ଅଧିକ କ୍ରିୟାଶୀଳ କରିବାକୁ ଅଗ୍ରସର ହେବେ ।

ମୀନ : ଦିନଟି ଆପଣଙ୍କ ପାଇଁ ମିଶ୍ରିତ ଫଳ ଦେବ I ପାରିବାରିକ ସମସ୍ୟା ଶେଷ ହେବ I ବ୍ୟବସାୟରେ ଅଧିକ ପରିଶ୍ରମ ହେତୁ କ୍ଳାନ୍ତ ଅନୁଭବ କରିବେ I ଛୋଟ ପିଲାମାନଙ୍କ ସହିତ ଭଲ ସମୟ ଅତିବାହିତ ହେବ | ଯଦି ଆପଣ ଭବିଷ୍ୟତ ପାଇଁ ସଞ୍ଚୟ ଯୋଜନାରେ ବିନିଯୋଗ କରିବାକୁ ଚିନ୍ତା କରୁଛନ୍ତି, ତେବେ ଏଥିପାଇଁ ଦିନଟି ଭଲ I ଯେଉଁମାନେ ବିଦେଶ ଯାତ୍ରା ପାଇଁ ଉଦ୍ୟମ କରୁଛନ୍ତି ସେମାନେ ସେମାନଙ୍କର ପ୍ରୟାସରେ ସଫଳତା ପାଇବେ I

Comments are closed, but trackbacks and pingbacks are open.