ଦୈନିକ ଭାଗ୍ୟଫଳ

58

ରାଶିଫଳ ୦୨-୦୫-୨୦୨୩ ମଙ୍ଗଳବାର : ଆଜି କେତେକ ରାଶି ମାନେ ସ୍ୱାସ୍ଥ୍ୟ ଏବଂ ଆର୍ଥିକ ଦିଗରେ ସତର୍କ ରହିବା ଆବଶ୍ୟକ। ଏହା ସହିତ, ଅନ୍ୟ କିଛି ରାଶି ମାନଙ୍କ ପାଇଁ ଶୁଭ ଖବର ପାଇବାର ଆଶା ରହିଛି I

ମେଷ : ଆଜି ଆପଣ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ I ଯାହା ଭବିଷ୍ୟତରେ ଲାଭଦାୟକ ହେବ I ପିଲାମାନଙ୍କ କ୍ୟାରିୟରକୁ ନେଇ ଘରେ ଅଶାନ୍ତି ସୃଷ୍ଟି ହେବ। ସମ୍ମାନିତ ଲୋକଙ୍କ ସହିତ ଯୋଗାଯୋଗ ରେ ଆସିବେ I କାର୍ଯ୍ୟଭାର ବଢିବ I ଜଳବାୟୁ ପରିବର୍ତନ ଜନିତ ଅସୁସ୍ଥତା ଅନୁଭବ କରି ପାରନ୍ତି I ଆଧ୍ୟାତ୍ମିକବାଦୀ ହେବେ I

ବୃଷ : ଆପଣଙ୍କ ପାଇଁ ଦିନଟି ଉତ୍ତମ I କାର୍ଯ୍ୟ ବ୍ୟସ୍ତ ରହିବେ I ନକାରାତ୍ମକ ଚିନ୍ତାଧାରା ରୁ ଦୂରେଇ ରୁହନ୍ତୁ I ତରବର ହୋଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ I ସକାଳେ ସ୍ୱାମୀ-ସ୍ତ୍ରୀଙ୍କ ସହ ଯୁକ୍ତିତର୍କ ହୋଇପାରେ, ପରେ ପରିସ୍ଥିତି ସ୍ପଷ୍ଟ ହେବା ପରେ ଅନୁତାପ ହେବ I ଆର୍ଥିକ ଅଭିବୃଦ୍ଧି ଘଟିବ I ସ୍ୱାସ୍ଥ୍ୟରେଉନ୍ନତି ହେବ I

ମିଥୁନ : ଆଜିର ଦିନଟି ଭଲରେ କଟିବ । ଆର୍ଥିକ ଦୃଷ୍ଟିରୁ ଅଗ୍ରଗତି କରିବେ Iଆଜି ଆପଣ ସବୁ ପ୍ରକାର ପରିସ୍ଥିତି ସହ ଲଢ଼ିବା ପାଇଁ ପ୍ରସ୍ତୁତ ରହିବେ। ପାରିବାରିକ ସମସ୍ୟା ଆଜି ସମାପ୍ତ ହେବ।

କର୍କଟ: ପ୍ରତ୍ୟେକ କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ। ଆଶା କରୁଥିବା ଦିଗରୁ ନିରାଶ ହେବାକୁ ପଡ଼ିପାରେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ କାମରେ ଅସନ୍ତୁଷ୍ଟ ହୋଇପାରନ୍ତି। ପତ୍ନୀଙ୍କ ସହ ମତାନ୍ତର ହେବାର ଆଶଙ୍କା ରହିଛି।

ସିଂହ: ଆପଣଙ୍କ ପାଇଁ ଆଜିର ଦିନ ଅନୁକୂଳ। ବାପାଙ୍କ ସହିତ ଆପଣଙ୍କ ସମ୍ପର୍କ ଆହୁରି ଅଧିକ ମଜଭୁତ ହେବ। ପାରିବାରିକ ମାହୋଲ ସୁଖମୟ ରହିବ।

କନ୍ୟା : କୌଣସି କାରଣରୁଚିନ୍ତିତ ରହିବେ I ଶୀଘ୍ର କାମ କରିବାରେ କ୍ଷତି ହୋଇପାରେ I ସାମୟିକ ସ୍ୱାସ୍ଥ୍ୟ ବିଗିଡିବ I ଚାକିରି ବୃତ୍ତିରେ ସହକର୍ମୀଙ୍କ ସହିତ ଯୁକ୍ତିତର୍କ ହୋଇପାରେ I ଭୁଲ ବୁଝାମଣା ହେତୁ ପିତାଙ୍କ ସହ ଯୁକ୍ତିତର୍କ ହୋଇପାରେ I

ତୁଳା : ଆଜି ଦିନଟି ଆପଣଙ୍କ ପାଇଁ ସୁଖମୟ ହେବ I କାର୍ଯ୍ୟକ୍ଷେତ୍ରରେ ପ୍ରସଂଶିତ ହେବେ I ନୂତନ ଯାନ ବାହନ କ୍ରୟ କରିପାରନ୍ତି I ପିତା,ମାତାଙ୍କ ଆଶୀର୍ବାଦ ପ୍ରାପ୍ତ ହେବେ I ବିବାଦୀୟ ପରିସ୍ଥତିର ଅନ୍ତ ଘଟିବ I ଆର୍ଥିକ ଉନ୍ନତି ହେବ I

ବିଛା : ସମ୍ପର୍କୀୟମାନଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହେବେ। ବିବାଦୀୟ ପରିସ୍ଥିତିରୁ ଦୂରେଇ ରୁହନ୍ତୁ । ବ୍ୟବସାୟୀଙ୍କ ପାଇଁ ଦିନଟି ଭଲ ରହିବ I ଭ୍ରମଣରେ ଯାଇ ପାରନ୍ତି I ଭବିଷ୍ୟତ ପାଇଁ ପୁଞ୍ଜି ବିନିଯୋଗ କରିବେ I

ଧନୁ : ଆଜି ଆପଣ ଭାଗ୍ୟବାନ ହେବେ I ସମ୍ମାନ ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ଆପଣ ପୁରସ୍କୃତ ହେବେ I ପରିବାର ସହିତ ବାହାରକୁ ଯିବାକୁ ଯୋଜନା କରିବେ I ବ୍ୟବସାୟ କ୍ଷେତ୍ରରେ ଆପଣଙ୍କର ମତାମତ ପ୍ରଶଂସିତ ହେବ I ଆର୍ଥିକ ଦୃଷ୍ଟିରୁ ଦିନଟି ସ୍ୱାଭାବିକ ହେବ I ପାରିବାରିକ ପରିବେଶ ସୁଖଦ ରହିବ I

ମକର : ଆତ୍ମୀୟସ୍ୱଜନଙ୍କ ଗହଣରେ ଦିନଟି ହସଖୁସିରେ ଅତିବାହିତ କରିବେ। ଆକସ୍ମିକ ଭାବେ ଖର୍ଚ୍ଚଭାର ବୃଦ୍ଧି ହେତୁ ଚିନ୍ତା ପ୍ରକଟ କରିପାରନ୍ତି। ଅଗ୍ନି, ଜଳ ଓ ବିଦ୍ୟୁତ ପ୍ରତି ସାବଧାନ ରୁହନ୍ତୁ। ପ୍ରଶାସନିକ ସ୍ତରରେ ଉଚ୍ଚ ସମ୍ମାନ ମିଳିପାରେ।

କୁମ୍ଭ : ଦିନଟି ମିଶ୍ରିତ ଫଳ ଦେବ I ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅବହେଳା ଆପଣଙ୍କୁ ଅସୁବିଧାରେ ପକାଇପାରେ I ଆଜି, ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଗୁଡ଼ିକର ସମୟ ସମାପ୍ତ ନହେବା ହେତୁ, ଆପଣ ମାନସିକ ଚାପ ଅନୁଭବ କରିବେ | ଦିନ ସମୟ ଅପେକ୍ଷା ସନ୍ଧ୍ୟା ସମୟ ଭଲ ହେବ I ପିଲାମାନଙ୍କ ସହିତ କୌଣସି କାର୍ଯ୍ୟକ୍ରମରେ ଯୋଗ ଦେବେ I ବନ୍ଧୁ ଆଗମନ କରିବେ I

ମୀନ : ଆଜି ସକାଳ ସମୟ ବ୍ୟସ୍ତ ରହିବେ I ବନ୍ଧୁ ଦର୍ଶନ ହେବ I ଘରର ଜରୁରୀ ଜିନିଷ ପାଇଁ ଟଙ୍କା ଖର୍ଚ୍ଚ ହେବ I ଚାକିରୀରେ ସ୍ଥାନ ପରିବର୍ତ୍ତନ ର ସୁଯୋଗ ରହିଛି I ପରିବାର ସଦସ୍ୟଙ୍କ ସହ ଯୁକ୍ତିତର୍କରୁ ଦୂରରେଇ ରୁହନ୍ତୁ I ବୁଝି ବିଚାରି ଅର୍ଥ ଉଧାର ଦିଅନ୍ତୁ I ଶତ୍ରୁ ପରାଜିତ ହେବେ I

Comments are closed, but trackbacks and pingbacks are open.