ଦୈନିକ ଭାଗ୍ୟଫଳ

51

ରାଶିଫଳ ୧ ମେ-୨୦୨୩ ସୋମବାର : ମେଷ ,କର୍କଟ ,ଧନୁ ରାଶି ଅଳସୁଆ ଅନୁଭବ କରିବେ I କୁମ୍ଭ,ମୀନ ରାଶି ବ୍ୟକ୍ତି ମାନଙ୍କୁ ପରିବାରରୁ ସାହାଯ୍ୟ ମିଳିବ Iଅନ୍ୟ ରାଶି ମାନଙ୍କ ପାଇଁ ଦିନଟି ମିଶ୍ରିତ ଫଳ ଦେବ I

ମେଷ : ଅଳସୁଆ ହେବେ Iଆର୍ଥିକ ଦୃଷ୍ଟିରୁ ଦିନଟି ଉତ୍କୃଷ୍ଟ ହେବ I ଆଜି ସୁଖରେ ପରିପୂର୍ଣ୍ଣ ଦିନ ହେବ ପୁରୁଣା ସମସ୍ୟା ଦୂର ହୋଇଯିବ I ଜୀବନସାଥୀଙ୍କ ସହିତ ମନୋରଞ୍ଜନରେ ସମୟ ଅତିବାହିତ କରିବେ I ଧାର୍ମିକ କାର୍ଯ୍ୟକଳାପ ପ୍ରତି ଆଗ୍ରହ ବଢିବ I

ବୃଷ : ଆଜି ଆପଣଙ୍କ ଦିନ ଭଲ ରହିବ। କାର୍ଯ୍ୟକ୍ଷେତ୍ରରେ ଉନ୍ନତି ହେବା ନିଶ୍ଚିତ। ସାଙ୍ଗର ସାହାଯ୍ୟ ଦ୍ୱାରା କୌଣସି ଜରୁରୀ କାମ ପୂରା ହୋଇଯିବ। ସହକର୍ମୀଙ୍କ ସହିତ କୌଣସି ଉତ୍ସବରେ ଯୋଗ ଦେବେ I

ମିଥୁନ :ଆଜି ଆପଣଙ୍କ ପାଇଁ ଏକ ଖୁସିର ଦିନ ହେବ I ପୁରୁଣା ବନ୍ଧୁଙ୍କ ସହିତ ଭେଟ ହେବ I ପଡି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ I ଦାମ୍ପତ୍ୟ ଜୀବନ ସୁଖମୟ ହେବ I ପିଲାମାନେ ଗର୍ବିତ ଅନୁଭବ କରିବେ ଏବଂ ଛାତ୍ରମାନେ ଶିକ୍ଷା କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ I

କର୍କଟ : ସାମାଜିକ ପ୍ରତିଷ୍ଠା ବଢ଼ିବ। ପ୍ରତିଯୋଗିତାରେ ବିଜୟୀ ହେବେ। ପରିବାରରେ ସୁଖଶାନ୍ତି ବଜାୟ ରହିବ। ବ୍ୟବସାୟରେ ସଫଳତା ମିଳିବ। ଅପରାହ୍ନରେ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।

ସିଂହ: ଆଜି ଆପଣଙ୍କ ଆର୍ଥିକ ସ୍ଥିତି ସାମାନ୍ୟ ରହିବ। ଭାବିଥିବା କାମ ଠିକ୍‌ ସମୟରେ ପୂରା କରିବାରେ ସଫଳ ହେବେ। ଛାତ୍ରମାନଙ୍କୁ ସଫଳତା ହାସଲ ହେବ।

କନ୍ୟା : ପରିଶ୍ରମୀ ହେବେ I କାର୍ଯ୍ୟକ୍ଷେତ୍ରରେ ଚାପ ବଢିବ I ଜମି ଜମା ସଂକ୍ରାନ୍ତୀୟ ପୁରୁଣା ମାମଲାରୁ ମୁକ୍ତି ପାଇବେ I ପରିବାରରେ ଗୁରୁଜନ ମାନଙ୍କର ସ୍ୱାସ୍ଥ୍ୟ ହାନି ଦେଖା ଦେଇ ପରେ I ପିଲାମାନେ କ୍ୟାରିଅରରେ ଅଗ୍ରଗତି କରିବେ I

ତୁଳା : ପରିବାରରେ ଖୁସିର ମାହୋଲ ରହିବ I ଅତିଥିଙ୍କ ଗହଣରେ ଦିନ କାଟିବେ I ସୌଖିନ ଜିନିଷ କ୍ରୟ କରିବେ I କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସମର୍ଥ ପାଇବେ I ବିବାଦୀୟ ପରିସ୍ଥିତିରୁ ଦୁରେଇ ରୁହନ୍ତୁ I

ବିଛା: ଆଜି ଭାଗ୍ୟ ଆପଣଙ୍କୁ ପୂରା ସାଥ୍‌ ଦେବ। ଆଗକୁ ବଢ଼ିବା ପାଇଁ ଆପଣ କିଛି ନୂଆ ଶିଖିବେ। ମାଆ, ବାପାଙ୍କ ଆଶୀର୍ବାଦ ଆପଣଙ୍କ ସହିତ ରହିବ। ଆର୍ଥିକ ଅଭିବୃଦ୍ଧି ଘଟିବ I ଭବିଷ୍ୟତ ପାଇଁ ଅର୍ଥ ବିନିଯୋଗ କରିବେ I

ଧନୁ : ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ I ପରୋପକାରୀ ହେବେ Iଭବିଷ୍ୟତ ପାଇଁ ଆପଣ ଆଜି କାହାକୁ ନ ଜଣାଇ କିଛି ବିନିଯୋଗ କରିପାରିବେ I ଆଜି ସନ୍ଧ୍ୟାରେ ସମାରୋହରେ ଯୋଗଦେବେ ଏବଂ ଦୂର ସମ୍ପର୍କୀୟଙ୍କୁ ଭେଟିବେ, ଯାହା ମନକୁ ଖୁସି କରିବ I ଜୀବନସାଥୀଙ୍କ ଠାରୁ ସାହାଯ୍ୟ ପାଇବେ I

ମକର: ବନ୍ଧୁଙ୍କ ସହଯୋଗରେ କୌଣସି ବ୍ୟକ୍ତିଗତ ସମସ୍ୟାର ସମାଧାନ କରିବେ। କୌଣସି ବ୍ୟକ୍ତିଙ୍କୁ ଦୀର୍ଘ ସମୟ ଅପେକ୍ଷା କରି ବ୍ୟସ୍ତତା ଅନୁଭବ କରିପାରନ୍ତି। ପୁରାତନ ରୋଗର ଉପଶମ ହେବ। ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ପରିବାରରେ ସମସ୍ୟା ଦେଖାଦେଇପାରେ।

କୁମ୍ଭ: ଆଜି ଆପଣ ଯେଉଁ ବି କାମ କରିବାକୁ ଭାବିବେ, ସେଥିରେ ସଫଳତା ମିଳିବ। ଅଧିକାରୀ ବର୍ଗ ଆପଣଙ୍କ କାମର ପ୍ରଶଂସା କରିବେ। ଆଜି ରୋଜଗାରର ନୂଆ ଅବସର ମିଳିବ।

ମୀନ : ଦିନଟି ଆପଣଙ୍କ ସପକ୍ଷରେ ଯିବ I କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହିତ ବିବାଦ ହୋଇପାରେ I ସାକ୍ଷାତକାର ଦେଇଥିବା ଲୋକମାନେ ଆଜି ସଫଳତା ପାଇପାରିବେ I ମନୋରଞ୍ଜନ ମାଧ୍ୟମରେ ଅର୍ଥ ଖର୍ଚ୍ଚ କରିପାରନ୍ତି I ଆଜି ସ୍ୱାସ୍ଥ୍ୟ ଉତ୍ତମ ରହିବ । ଜୀବନସାଥୀ ସହିତ ଘର ବାହାରେ ରାତ୍ରୀ ଭୋଜନ କରିବାର ସମ୍ଭାବନା ରହିବ I

Comments are closed, but trackbacks and pingbacks are open.