ଦୈନିକ ଭାଗ୍ୟଫଳ
ରାଶିଫଳ -୨୧-୦୬-୨୦୨୨ ମଙ୍ଗଳବାର : ମକର ରାଶିର ଅଚାନକ ଧାନ ପ୍ରାପ୍ତି ହେବ I କୁମ୍ଭ -ବାଣୀରେ ସଂଯମତା ରଖନ୍ତୁ ,ମୀନ-ଅଯଥା ଖର୍ଚାକୁ ନିୟନ୍ତ୍ରଣ କରନ୍ତୁ ,ତୁଳା -ଦିନଟି ସର୍ବୋତ୍ତମ ହେବ ,ବିଛା -ଶାରୀରିକ ଅସୁସ୍ଥତା ଦେଖାଦେବ,ମିଥୁନ -ଦିନଟି ଲାଭଦାୟକ ଓ କର୍କଟ ରାଶିର ବ୍ୟକ୍ତିମାନେ ଧାର୍ମିକ ହେବେ I ଆସନ୍ତୁ ଜାଣିବା ଆପଣଙ୍କ ରାଶି ବିଷୟରେ :
ମେଷ : ଦିନଟି ଅତି ସତର୍କତାର ସହିତ ଅତିବାହିତ କରନ୍ତୁ I ସାମୟିକ ଅସୁସ୍ଥତା ଲାଗିରହିବ I ବନ୍ଧୁଙ୍କ ସହିତ ମନୋମାଳିନ୍ୟ ଦେଖାଦେବ I ଆଜି କାହାକୁ ଟଙ୍କା କରଜ ଦିଅନ୍ତୁ ନାହିଁ I ଧାର୍ମିକ ଏବଂ ସାମାଜିକ କାର୍ଯ୍ୟରେ ଟଙ୍କା ଖର୍ଚ୍ଚ ହେବ I କର୍ମକ୍ଷେତ୍ରରେ ଦିନଟି ଵ୍ୟସ୍ତରେ କଟିବ I
ବୃଷ : ପରିବାରରେ ସୁଖ ଏବଂ ଶାନ୍ତି ବଜାୟ ରହିବ I କର୍ମକ୍ଷେତ୍ରରେ ସାଙ୍ଗମାନଙ୍କ ସହିତ ଖୁସିର ମୁହୂର୍ତ୍ତ ବିତାଇବେ I ଆୟ ଏବଂ ବ୍ୟବସାୟ ବୃଦ୍ଧି ପାଇବ I ମନୋରମ ସ୍ଥାନରେ ପର୍ଯ୍ୟଟନର ଆୟୋଜନ କରାଯିବ I ବିଦ୍ୟାର୍ଥିମାନେ ଶିକ୍ଷା କ୍ଷେତ୍ରରେ ଉନ୍ନତି କରିବେ I
ମିଥୁନ : ଦିନଟି ଆପଣଙ୍କ ପାଇଁ ବହୁତ ଲାଭଦାୟକ ହେବ I ଅବିବାହିତ ମାନଙ୍କ ପାଇଁ ବିବାହ ପ୍ରସ୍ତାବ ଆସିବ I ଅର୍ଥ ପ୍ରାପ୍ତି ହେବ I ଗୁରୁଜନ ମାନଙ୍କ ଉପଦେଶ ମାନନ୍ତୁ I ସୁଖାଦ୍ୟ ଭୋଜନ କରିବେ I କର୍ମକ୍ଷେତ୍ରରେ ଉନ୍ନତି I ପତ୍ନୀ ଓ ପିଲାମାନଙ୍କ ଶୀତ ଆନନ୍ଦମମୟ ପରିବେଶ ରହିବ I
କର୍କଟ : ଆଜି ଆପଣ ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ I କର୍କଟ ରାଶିର ବ୍ୟକ୍ତି ଆଜି ଅଧିକ ଲାଭବାନ ହେବେ। ଆଜି ଦିନଟି ମଜା-ମସ୍ତିରେ ବିତିବ । ଆପଣ ଯାହା କିଛି ବି କରୁଛନ୍ତି ପୂରା ମନରୁ କରନ୍ତୁ। ଦିନଟି ଆପଣଙ୍କ ପାଇଁ ସବୁଦିନ ସ୍ମୃତି ହୋଇ ରହିବ। ଆର୍ଥିକ ଉନ୍ନତି ଘଟିବ। ଅଟକି ରହିଥିବା କାର୍ଯ୍ୟ ପୂରା ହେବ। ବ୍ୟବସାୟ କରୁଥିବା ବ୍ୟକ୍ତି ଅଟକି ଥିବା ଟଙ୍କା ଫେରିପାଇବେ।
ସିଂହ : ଆଜି ଦିନଟି ମାଧ୍ୟମ ଫଳ ଦାୟୀ ହେବ Iବୁଦ୍ଧି, ବିଦ୍ୟା ସହିତ ଶ୍ରେଷ୍ଠ କର୍ମଯୁକ୍ତ ହେବେ। ସାମାଜିକ ପ୍ରତିଷ୍ଠା ବଢିବ । ବହୁ ଧନସମ୍ପଦଯୁକ୍ତ ହେବେ। କଥାକାର ହୋଇପାରନ୍ତି। ଉପଯୁକ୍ତ କର୍ମାନୁରକ୍ତ ହେବେ। ସରକାରୀ ଧନରେ ଧନଶାଳୀ ହେବେ। କୌଣସି କଥାରେ ଯୁକ୍ତି ତର୍କ ନ କରି ଜେଷ୍ଠସମ୍ଭଵ ମୌନ ରୁହନ୍ତୁ I
କନ୍ୟା : ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ I ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ I ଚାକିରି କରିଥିବା ବ୍ୟକ୍ତିଙ୍କୁ ପଦୋନ୍ନତି ମିଳିବ। ପୁରୁଣା ଶତ୍ରୁ, ପୁରୁଣା ବିବାଦ ଏବଂ ପୁରୁଣା କଥା ସାମ୍ନାକୁ ଆସିପାରେ। ସନ୍ତାନ ମାନଙ୍କ ଠାରୁ ଖୁସି ଖବର ପାଇବେ I
ତୁଳା : ଆଜି ଦିନଟି ଆନନ୍ଦ ଏବଂ ସୁଖରେ ଅତିବାହିତ ହେବ I କାର୍ଯ୍ୟକ୍ଷେତ୍ରରେ ଲାଭବାନ ହେବେ I ନୂତନ ପୋଷାକ ଓ ଅଳଙ୍କାର କିଣିବାକୁ ମନସ୍ଥ କରିବେ I ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ I ସାମାଜିକ ସମ୍ମାନ ବଢିବ I ବୈବାହିକ ଜୀବନ ସୁଖମୟ ହେବ I
ବିଛା : ବହୁତ ଦିନର ନୂଆ ଯୋଜନାଟିକୁ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଦେବେ । ସାହସ ହ୍ରାସ ପାଇବ । ନିଜକୁ ଅଧିକ ସଂକୁଚିତ ମନେ କରିବେ । ଦେହ ଅସୁସ୍ଥ ରହିପାରେ । ପାରିବାରିକ ସହ ଯୋଗ ଓ ଅନୁପ୍ରେରଣା ପାଇବେ ।
ଧନୁ : ଦିନସାରା ଅଳସୁଆ ଲାଗିବ । କୌଣସି କଥାକୁ ନେଇ ଚିନ୍ତିତ ରହିବେ I ସେୟାର ବଜାରରେ ପୁଞ୍ଜି ବିନିଯୋଗ କରିବେ Iଜମିଜମା ଏବଂ ଗାଡିକୁ ନେଇ କିଛି କଷ୍ଟ ପାଇପାରନ୍ତି। ସାର୍ବଜନୀନ ସ୍ଥଳ ରେ ମୋୖନ ରହିବା ଭଲ I
ମକର : ଆପଣଙ୍କ ପାଇଁ ଦିନଟି ଅନୁକୂଳ ରହିବ I ଗୃହସ୍ଥ ଜୀବନ ରେ ଶାନ୍ତି ପାଇବେ I ଆଣ୍ଠୁ ଗଣ୍ଠି ଜନିତ ପୀଡା ଦେଖା ଦେବ I ଦୀର୍ଘ ଦିନ ଧରି ଅଟକିଥିବା କାମରେ ଆଜି ସଫଳତା ମିଳିବ। ବନ୍ଧୁଙ୍କ ସହଯୋଗରେ କାମ ହାସଲ କରିବେ। ଅଚାନକ ଧନ ପ୍ରାପ୍ତି ର ଯୋଗ ରହିଛି I
କୁମ୍ଭ : ବାଣୀ ଉପରେ ସଂଯମତା ରଖିଲେ ଆଜି ଅନେକ ସମସ୍ୟାରୁ ମୁକ୍ତି ମିଳିବ I ପ୍ରତ୍ୟେ କାର୍ଯ୍ୟ ପାଇଁ ଚେଷ୍ଟା ନୂତନ ଶୈଳୀର ହେବ। ଶୃଙ୍ଖଳିତ ଜୀବନଯାପନ ଅତିବାହିତ କରିବେ। ଦେହ ମନ ସୁସ୍ଥ ରହିବ। ଏକାଧିକ ଉପାୟରେ ଅର୍ଥ ଉପାର୍ଜନ କରିବେ। ବେସରକାରୀ ସ୍ତରରେ ନିଯୁକ୍ତି ମିଳିବ। ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ।
ମୀନ : ଆପଣଙ୍କୁ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ପଡିବ I ଅଧିକ ଖର୍ଚ୍ଚାନ୍ତ ଫଳରେ ଟାଣଟୁଣ ପରିସ୍ଥିତି ସୃଷ୍ଟି ହେବ I କ୍ରୋଧିତ ହୁଅନ୍ତୁ ନାହିଁ I ଆଜି କାହା ସହିତ ବିବାଦ ହୋଇପାରେ I ବିଶେଷକରି ଆର୍ଥିକ କାରବାରରେ ସାବଧାନ ରୁହନ୍ତୁ I ସମ୍ପର୍କୀୟଙ୍କ ସହ ବିବାଦ ହେବାର ସମ୍ଭାବନା ଅଛି I ନକାରାତ୍ମକ ଚିନ୍ତାଧାରା ହେତୁ ମନ ଉଦାସ ହୋଇପାରେ I
Comments are closed, but trackbacks and pingbacks are open.