ଦୈନିକ ଭାଗ୍ୟଫଳ

47

ରାଶିଫଳ : ୨୮-୦୪-୨୦୨୩ ଶୁକ୍ରବାର : ଆଜି ମେଷ, ମକର,ଓ କୁମ୍ଭ ରାଶିର ବ୍ୟକ୍ତି ମାନେ ଆର୍ଥିନ ନେଣ ଦେଣ କୁ ନେଇ ସାବଧାନତା ଅବଲମ୍ବନ କରନ୍ତୁ I ନଚେତ କ୍ଷତିର ସମ୍ମୁଖୀନ ହୋଇପାରନ୍ତି I ତୁଳା ରାଶିର ବ୍ୟକ୍ତିମାନେ ସର୍ବକ୍ଷେତ୍ରରେ ସଫଳତା ପାଇବେ Iଆସନ୍ତୁ ଜାଣିବା ଅନ୍ୟ ରାଶି ମାନଙ୍କ ବିଷୟରେ I

ମେଷ :ଆପଣଙ୍କ ପାଇଁ ଦିନଟି ଉତ୍ତମ Iରାଜନୀତିରେ କ୍ୟାରିୟର କରିବାକୁ ଚାହୁଁଥିବା ଯୁବକମାନଙ୍କ ପାଇଁ ସମୟ ବହୁତ ଭଲ I ରାଜନୀତିରେ ଏକ ନୂତନ ପଦବୀ ହାସଲ କରିପାରନ୍ତି I ଖର୍ଚ୍ଚରେ ଲଗାମ ଦିଅନ୍ତୁ I ଘରର ସାଜସଜ୍ଜା ଏବଂ ମରାମତି ପାଇଁ ଅର୍ଥ ବ୍ୟୟ କରିବେ I ପାରିବାରିକ ଜୀବନ ସୁଖମୟ ହେବ I ବିଦ୍ୟାର୍ଥିମାନେ ପରିଶ୍ରମର ଫଳ ପାଇବେ I

ବୃଷ : ଭାଗ୍ୟବାନ ହେବେ I ବ୍ୟବସାୟରେ ଉନ୍ନତି ସାଙ୍ଗକୁ ଆର୍ଥିକ ସଫଳତା ପାଇବେ I ବିଶେଷକରି ସହଭାଗିତାରେ ବ୍ୟବସାୟ କରୁଥିବା ଯୁବକମାନେ ଯଥେଷ୍ଟ ଲାଭ ପାଇବେ I ବେରୋଜଗାର ଲୋକଙ୍କୁ ଭଲ ରୋଜଗାରର ମିଳିବ I ପୁରୁଣା ବନ୍ଧୁଙ୍କୁ ଭେଟିବେ , ମନ ପ୍ରଫୁଲ୍ଲ ରହିବ I

ମିଥୁନ : ଆପଣଙ୍କ ପାଇଁ ଏକ ଭଲ ଦିନ ହେବ I ବ୍ୟବସାୟ ବିସ୍ତାର ପାଇଁ ସୁଯୋଗ ପାଇବେ I ପାରିବାରିକ ସାହାଯ୍ୟ ମିଳିବ I ଛାତ୍ରମାନେ ସଫଳତା ପାଇବେ I ପିଲାମାନଙ୍କ ପାଇଁ ବୈବାହିକ ପ୍ରସ୍ତାବ ଆସିପାରେ I ପିତା ମାତାଙ୍କ ସହିତ ଉତ୍ତମ ଆଚରଣ କରନ୍ତୁ I

କର୍କଟ : ଦିନଟି ମିଶ୍ରିତ ଫଳ ଦେବ I ପାରିବାରିକ ଜୀବନରେ ସୁଖ ଏବଂ ଶାନ୍ତି ରହିବ I ଜୀବନସାଥୀଙ୍କ ସହିତ ଉତ୍ତମ ବୁଝାମଣା ରହିବ I ପରିବାର ସଦସ୍ୟଙ୍କ ପାଇଁ ସପିଂ କରିବେ I କାର୍ଯ୍ୟକ୍ଷେତ୍ରରେ ସମ୍ମାନିତ ହେବେ I ଆର୍ଥିକ ସ୍ଥିତିକୁ ଧ୍ୟାନରେ ରଖି ଖର୍ଚ୍ଚ କରନ୍ତୁ I ସହକର୍ମୀଙ୍କ ସମର୍ଥନ ପାଇବେ I

ସିଂହ : ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ I ଚାକିରିରେ ନୂତନ ଅଧିକାରୀ ପାଇବେ, ଯେଉଁଥିପାଇଁ ମନ ଖୁସି ରହିବ I ଆପଣଙ୍କ ଜୀବନସାଥୀଙ୍କୁ କିଛି ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ପ୍ରେରଣା ଦେବେ I ପରିବାରରେ ଖୁସିର ମାହୋଲ ରହିବ I ଆଗକୁ ଖର୍ଚ୍ଚ ବଢିବ I ପିଲାମାନଙ୍କ କ୍ୟାରିୟରକୁ ନେଇ ଚିନ୍ତିତ ରହିବେ I

କନ୍ୟା : ଅନ୍ୟ ଦିନ ଅପେକ୍ଷା ଆଜି ଦିନଟି ଭଲରେ କଟିବ I କୌଣସି ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟରେ ପରିବାର ସଦସ୍ୟଙ୍କ ସମର୍ଥନ ପାଇବେ I ଦୂର ସ୍ଥାନକୁ ଭ୍ରମଣରେ ଯିବେ I ନୂତନ ଯାନ ବାହନ କ୍ରୟ କରି ପାରନ୍ତି I କାର୍ଯ୍ୟକ୍ଷେତ୍ରରେ ଉନ୍ନତି ହେବ I ପୈତୃକ ସମ୍ପତ୍ତିରୁ ଲାଭ ପାଇବେ I

ତୁଳା : ଚତୁର୍ଦିଗରୁ ସଫଳତା ମିଳିବ I କାର୍ଯ୍ୟକ୍ଷେତ୍ରରେ ଚାପ ବଢିବ I ଉପରିସ୍ଥ ଅଧିକାରୀଙ୍କ ଠାରୁ ପ୍ରସଂଶିତ ହେବେ I ପାରିବାରିକ ସମର୍ଥନ ଆପଣଙ୍କ ସହିତ ରହିବ I ସନ୍ତାନ ମାନଙ୍କୁ ନେଇ ଗର୍ବ ଅନୁଭବ କରିବେ I ସାମୟିକ ଭାବରେ ଜୀବନ ସାଥୀଙ୍କ ସ୍ୱାସ୍ଥ୍ୟ ଖରାପ ହେଇପାରେ I ନୂତନ ସ୍କିମରେ ଅର୍ଥ ବିନିଯୋଗ କରିବେ I

ବିଛା : ଧାର୍ମିକ କାର୍ଯ୍ୟରେ ମନ ବଳାଇବେ I ବ୍ୟବସାୟ କରୁଥିବା ଲୋକମାନେ ବ୍ୟବସାୟରେ କିଛି ନୂତନ ପ୍ରକଳ୍ପ ପାଇବେ I କର୍ମକ୍ଷେତ୍ରରେ ବାକ ସଂଯମତା ରଖନ୍ତୁ I ନଚେତ ସହକର୍ମୀ ବିଶ୍ୱାସଘାତକତା କରିବେ I କୌଣସି ରାଜନୈତିକ ବ୍ୟକ୍ତିଙ୍କୁ ଭେଟିବାର ସୁଯୋଗ ମିଳିବ I ବିଦ୍ୟାର୍ଥିମାନେ କଠିନ ପରିଶ୍ରମର ଫଳ ପାଇବେ I

ଧନୁ :କାର୍ଯ୍ୟବ୍ୟସ୍ତରେ ଦିନଟି କଟିବ I ବିଦ୍ୟାର୍ଥି ମାନଙ୍କ ପାଇଁ ଅନୁକୂଳ ସମୟ I କାର୍ଯ୍ୟକ୍ଷେତ୍ରରେ ଦିଆଯାଇଥିବା କାର୍ଯ୍ୟଗୁଡ଼ିକୁ ଠିକ୍ ସମୟରେ ସଂପୂର୍ଣ୍ଣ କରିବାକୁ ପଡିବ I ଉଚ୍ଚ ପଦାଧିକାରୀଙ୍କ ଠାରୁ ପ୍ରସଂଶିତ ହେବେ I ମନ ପ୍ରଫୁଲ୍ଲ ରହିବ I ବ୍ୟବସାୟରେ ଆର୍ଥିକ ଉନ୍ନତି ହେବ I ଅନେକ ଦିନରୁ ସ୍ଥଗିତ କାର୍ଯ୍ୟ ସମାପ୍ତ କରିବାକୁ ସକ୍ଷମ ହେବେ I ଗୁରୁଜନଙ୍କ ଆଶୀର୍ବାଦ ପାଇବେ I

ମକର : ଦିନଟି ସର୍ବୋତ୍ତମ ହେବ I ଚାକିରୀ ସମ୍ବନ୍ଧୀୟ ଶୁଭ ଖବର ପାଇବେ I ଉଚ୍ଚ ବେତନ ଯୁକ୍ତ ନୂତନ ଚାକିରି ଅଫର ମଧ୍ୟ ଆସିବ I ଆପଣଙ୍କ ଜୀବନରେ ଆକର୍ଷଣୀୟ ଏବଂ ଗୁରୁତ୍ୱପୂର୍ଣ୍ଣ ମୋଡ଼ ଆଣିବ I ଉଚ୍ଚ ପଦାଧିକାରୀଙ୍କଠାରୁ ଲାଭ ପାଇବେ I ରାଜନେତାମାନେ ସଫଳ ହେବେ। ପାରିବାରିକ ଜୀବନ ସୁଖମୟ ହେବ I

କୁମ୍ଭ : ଦିନଟି ସୁଖରେ ପରିପୂର୍ଣ୍ଣ ହେବାକୁ ଯାଉଛି I ଆପଣ ପ୍ରତ୍ୟେକ କ୍ଷେତ୍ରରୁ କିଛି ଭଲ ଖବର ଶୁଣିବାକୁ ପାଇବେ I ବିଦ୍ୟାର୍ଥିମାନେ ସଫଳତା ପାଇବେ I ଶିକ୍ଷା କ୍ଷେତ୍ରରେ ସଫଳତା ହାସଲ ହେବ I ବିଦ୍ୟାର୍ଥିମାନେ କଠିନ ପରିଶ୍ରମର ଫଳ ପାଇବେ I ଆର୍ଥିକ କ୍ଷେତ୍ରରେ ସାବଧାନତା ଅବଲମ୍ବନ କରନ୍ତୁ I ବ୍ୟବସାୟରେ ଆଂଶିକ ଲାଭ ପାଇବେ I କୌଣସି କଥାକୁ ନେଇ ଦ୍ୱନ୍ଦ୍ୱ ରେ ରହିବେ I

ମୀନ : କୌଣସି ପୁରୁଣା ରୋଗ ମୁଣ୍ଡ ଟେକିବ I ପାଣିପାଗର ପରିବର୍ତ୍ତନ ହେତୁ ସ୍ୱାସ୍ଥ୍ୟରେ ପ୍ରଭାବ ପଡିବ I ପୁରୁଣା ବିବାଦ ସମାପ୍ତ କରିବାର ଉପଯୁକ୍ତ ସମୟ I ପାରିବାରିକ ସୌହାର୍ଧ୍ୱ ବୃଦ୍ଧି ପାଇବ I ଘରେ ପୂଜା, ପାଠର ଆୟୋଜନ କରିବେ I

Comments are closed, but trackbacks and pingbacks are open.