ଦୈନିକ ଭାଗ୍ୟଫଳ

38

ରାଶିଫଳ :୦୩-୦୯-୨୦୨୨ ଶନିବାର : ବୃଷ,ମିଥୁନ,ତୁଳା ରାଶି ମାନଙ୍କର ଆର୍ଥିକ ଲାଭ ହେବ I କୁମ୍ଭ ରାଶି ପାଇଁ ଦିନଟି ସର୍ବୋତ୍ତମ I

ମେଷ : ଆଜି ଆପଣ ସାଂସାରିକ ବିଷୟ ଅପେକ୍ଷା ଆଧ୍ୟାତ୍ମିକତା ପ୍ରତି ଅଧିକ ଆଗ୍ରହ ଦେଖାଇବେ I ଆଧ୍ୟାତ୍ମିକ କ୍ଷେତ୍ରରେ ଆଗକୁ ବଢିବା ପାଇଁ ସମୟ ଉତ୍ତମ I ବାକ ସଂଯମତା ରକ୍ଷା କରନ୍ତୁ I ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ I

ବୃଷ :ଗୃହସ୍ଥ ଜୀବନରେ ସୁଖୀ ହେବେ I ଆପଣଙ୍କ ଘର ଏବଂ ପରିବାରରେ ଆନନ୍ଦ ଓ ଶାନ୍ତିପୂର୍ଣ୍ଣ ପରିବେଶ ରହିବ I ଆର୍ଥିକ ଲାଭ ହେବ I ଅର୍ଥ ର ସଦୁପଯୋଗ କରିବେ I ଦୀର୍ଘ ସମୟରୁ ଧରି ଅଟକି ରହିଥିବା କାମ ବର୍ତ୍ତମାନ ସମାପ୍ତ ହେବ I କାର୍ଯ୍ୟ ଚାପ ବଢିବ I କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ I

ମିଥୁନ : ଦିନଟି ଆପଣଙ୍କ ସପକ୍ଷରେ ଯିବ I ପାରିବାରିକ ଜୀବନରେ ସୁଖୀ ହେବେ I ପରିବାର ଏବଂ ଘନିଷ୍ଠ ସମ୍ପର୍କୀୟଙ୍କ ସହିତ ବାହାରକୁ ଯିବାକୁ ଏକ କାର୍ଯ୍ୟକ୍ରମ ହେବ I ଆର୍ଥିକ ଲାଭର ସମ୍ଭାବନା ଅଛି I ପିଲାମାନେ କ୍ୟାରିଅରରେ ଉନ୍ନତି କରିବେ I

କର୍କଟ : ଆପଣଙ୍କ ପ୍ରୟାସ ଲାଭଦାୟକ ପ୍ରମାଣିତ ହେବ। ରାଜ୍ୟ ବାହାରକୁ ଯିବାର ରାସ୍ତା ଉନ୍ମୁକ୍ତ ହେବ। ଦାମ୍ପତ୍ୟ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ। ଜରୁରୀ କାମରେ ଯିବାକୁ ଥିଲେ ଆତ୍ମବିଶ୍ବାସ ବଜାୟ ରଖନ୍ତୁ। ରାଜନୀତିରେ ସଫଳତା ପାଇବେ।

ସିଂହ : ପ୍ରବଳ ଲାଭ ମିଳିବ। କ୍ୟାରିୟରରେ ଉନ୍ନତି ହେବ। ଘରେ ସୁଖ-ଶାନ୍ତି ଲାଗି ରହିବ। ସନ୍ତାନଙ୍କ ଠାରୁ ଖୁସି ଖବର ପାଇବେ। ଛାତ୍ରଛାତ୍ରୀଙ୍କ ସମୟ ଭଲରେ କଟିବ। ଅଟକିଥିବା କାମ ପୂରଣ ହେବ। ସମ୍ପତ୍ତି ସହ ଜଡ଼ିତ ମାମଲାରେ ବିଜୟୀ ହେବେ।

କନ୍ୟା : ବନ୍ଧୁ ପ୍ରତିଶ୍ରୁତି ରକ୍ଷା କରି ଆବଶ୍ୟକ ସାହାଯ୍ୟ, ସହଯୋଗ ଅବଶ୍ୟ ପ୍ରଦାନ କରିବେ । ସମସ୍ତ ପ୍ରକାରର ସୁବିଧା ଥାଇ ମଧ୍ୟ କାମଟି ଅଟକି ରହିବା କାରଣରୁ କ୍ଷୋଭ ପ୍ରକାଶ କରିବେ । ବହୁତ ଦିନରୁ ପ୍ରତୀକ୍ଷା କରିଥିବା ସରକାରୀ ସ୍ତରରୁ ହଠାତ୍ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ ।

ତୁଳା : ମାନସିକ ଦ୍ୱନ୍ଦ୍ୱ ରେ ରହିବେ I ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ I ସାବଧାନ ରୁହନ୍ତୁ ,ପରିବାର ସଦସ୍ୟ ଙ୍କ ସହିତ ବିବାଦ ହୋଇପାରେ I କାର୍ଯ୍ୟକ୍ଷେତ୍ରରେ ପରିବେଶ ଭଲ ରହିବ I ଆର୍ଥିକ ଲାଭର ସମ୍ଭାବନା ଅଛି I ସ୍ୱାସ୍ଥ୍ୟ ଭଲ ରହିବ ଇବନ୍ଧୁ ସହଯୋଗ ମିଳିବ I

ବିଛା : ଆୟ ଆଶାନୁରୂପ ହେବ। ସୁସ୍ବାଦୁ ଆହାର ସ୍ବାସ୍ଥ୍ୟପ୍ରଦ ହେବ। ସାମାଜିକ ପ୍ରତିଷ୍ଠା ବଢିବ । ମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ସାମାନ୍ୟ ଅସୁସ୍ଥତା ଭୋଗିପାରନ୍ତି।

ଧନୁ : କର୍ମଚଞ୍ଚଳ ରହିବେ। ସେବା ଭାବନାର ଅଗ୍ରଗଣ୍ୟ ସାରଥି ହୋଇପାରନ୍ତି। ଅନେକ କ୍ଷେତ୍ରରେ ବାସ୍ତବତା ସହିତ ଯୋଡ଼ି ହୋଇପାରନ୍ତି। ପ୍ରଜ୍ଞାଦୀପ୍ତ ଭାବ ନେଇ କର୍ମତତ୍ପର ହେବେ। ବ୍ୟାୟାଧିକର ସୂଚନା ମିଳୁଛି।

ମକର : ପୂଜାପାଠରେ ଅଧିକ ସମୟ ଦେବେ। ସ୍ତ୍ରୀ ଓ ମାଆଙ୍କ ପୂରା ସହଯୋଗ ପାଇବେ। ବ୍ୟବସାୟୀ ମାନଙ୍କ ପାଇଁ ଦିନଟି ଉତ୍ତମ ରହିବ। ବ୍ୟବସାୟ ପାଇଁ ହଠାତ କରାଯାଇଥିବା କୌଣସି ଯାତ୍ରା ସକରାତ୍ମକ ପରିଣାମ ଦେବ। କ୍ୟାରିୟରରେ ଉନ୍ନତିର ସମ୍ଭାବନା ରହିଛି।

କୁମ୍ଭ : ଆଜି ଗୁରୁଜନ ଙ୍କ ଆଶୀର୍ବାଦ ମିଳିବ I ଉଚ୍ଚ ପଦାଧିକାରୀ ଙ୍କ କୃପା ଦୃଷ୍ଟିରେ ରହିବେ I ସମସ୍ତ କାର୍ଯ୍ୟରେ ସଫଳତା ମିଳିବ I ଚାକିରି- ବ୍ୟବସାୟରେ ସ୍ଥିତି ଭଲ ରହିବ I ସ୍ୱାସ୍ଥ୍ୟ ଉତ୍ତମ ରହିବ I ପାରିବାରିକ ଜୀବନ ରେ ସୁଖୀ ହେବେ I

ମୀନ : ଆଜି ଆପଣ ଶାରୀରିକ ଏବଂ ମାନସିକ ଅସୁସ୍ଥତା ଅନୁଭବ କରିବେ I ପିଲାମାନଙ୍କୁ ନେଇ ଚିନ୍ତିତ ରହିବେ Iକାର୍ଯ୍ୟାଳୟରେ ଉଚ୍ଚ ପଦାଧିକାରୀଙ୍କ ସହ ବିବାଦ ହୋଇପାରେ I କରଜ ଫେରସ୍ତ ପାଇବେ I ବ୍ୟବସାୟ ବିସ୍ତାର ପାଇଁ ଯୋଜନା ପ୍ରସ୍ତୁତ କରିବେ I

Comments are closed, but trackbacks and pingbacks are open.