ଦୈନିକ ଭାଗ୍ୟଫଳ

27

ରାଶିଫଳ ୨୬-୦୮-୨୦୨୨ ଶୁକ୍ରବାର : ଯଶ କୀର୍ତି ପ୍ରାପ୍ତ ହେବେ I ମେଷ-ସରକାରୀ କାର୍ଯ୍ୟ ରୁ ଲାଭ ପାଇବେ I ବୃଷ – ଚିନ୍ତା ମୁକ୍ତ ହେବେ I ବିଛା -ଶାରୀରିକ ଅସୁସ୍ଥତା ଦେଖାଦେବ I ଧନୁ -କୌଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ I ଆସନ୍ତୁ ଜାଣିବା ଆପଣଙ୍କ ରାଶିଫଳ ବିଷୟରେ :

ମେଷ : ଚିନ୍ତାଧାରା ଉଚ୍ଚ ରହିବ I ସାମାଜିକ କାର୍ଯ୍ୟରେ ଭାଗନେବେ I କର୍ମକ୍ଷେତ୍ରରେ ସ୍ଥିତାବସ୍ଥା ବଜାୟ ରହିବ I ପାରିବାରିକ ଖର୍ଚ ବଢିବ I ନୂତନ ଗୃହଉପକରଣ କିଣିବେ I ସରକାରୀ କାର୍ଯ୍ୟରୁ ଲାଭ ମିଳିବ I

ବୃଷ : ଚିନ୍ତା ମୁକ୍ତ ହେବେ I ମନ ହାଲୁକା ରହିବ I ସାହିତ୍ୟ ଏବଂ କଳା କ୍ଷେତ୍ରରେ ଯୋଗଦାନ କରିବାକୁ ସମର୍ଥ ହେବେ I ପରିବାର ସଦସ୍ୟଙ୍କ ସହିତ ଘନିଷ୍ଠତା ବୃଦ୍ଧି ପାଇବ I ଭ୍ରମଣ ରେ ଯାଇ ପାରନ୍ତି I ଆର୍ଥିକ ବିଷୟ ଉପରେ ଧ୍ୟାନ ଦିଅନ୍ତୁ ଇଦିନଟି ଭଲ ରେ ବିତିବ I

ମିଥୁନ : ସମସ୍ତ କାର୍ଯ୍ୟଗୁଡ଼ିକ ସହଜରେ ସମାପ୍ତ ହେବ I ମନ ଖୁସି ରହିବ I ଭବିଷ୍ୟତ ପାଇଁ ଆର୍ଥିକ ଯୋଜନା କରିବେ I ବ୍ୟବସାୟ ରେ ସତର୍କ ଦୃଷ୍ଟି ରଖନ୍ତୁ I ଚାକିରି ବ୍ୟବସାୟରେ ସହକର୍ମୀଙ୍କ ସମର୍ଥନ ପାଇବେ I ବନ୍ଧୁ ଦର୍ଶନ ହେବ I ପରିବାରରେ ଶାନ୍ତି ଏବଂ ସୁଖର ପରିବେଶ ରହିବ I

କର୍କଟ : ଆଶା ବାସ୍ତବତାରେ ପରିଣତ ହେବ। ଉଦ୍ୟମରେ ସଫଳତା ମିଳିବ। ନିର୍ବାଚନ ପ୍ରତିଦ୍ୱନ୍ଦିବାରେ ବିଜୟୀ ପାଇଁ ସ୍ୱତନ୍ତ୍ର ଭାବେ ପୂଜା କରିବେ। ବେକାରଙ୍କୁ ନିଯୁକ୍ତି ମିଳିବ। ଯାନବାହନ କ୍ଷେତ୍ରରେ ଉନ୍ନତି କରିବେ। ପରିବାରକୁ ନେଇ ଦୂର ଯାତ୍ରା କରିବେ। ପୂଜାପାଠରେ ଅଧିକ ସମୟ ଦେବେ।

ସିଂହ :କୋର୍ଟ କଚେରୀ ମାମଲାରୁ ଦୂରେଇ ରୁହନ୍ତୁ I ଅଯଥା ଖର୍ଚ୍ଚାନ୍ତ ହେବେ I ପୁରୁଣା ରୋଗ ମୁଣ୍ଡ ଟେକିବ I କର୍ମକ୍ଷେତ୍ରରେ ଅତ୍ୟଧିକ କାର୍ଯ୍ୟଚାପ ବଢିବ I ଅଟକି ରହିଥିବା କାର୍କୟ ସମ୍ପୂର୍ଣ୍ଣ ହେବ I କରଜ ଫେରସ୍ତ ପାଇବେ I

କନ୍ୟା : ଆଜି ଆପଣ ବିଭିନ୍ନ କ୍ଷେତ୍ରରେ ଯଶ କୀର୍ତି ପ୍ରାପ୍ତ ହେବେ I ଆର୍ଥିକ କ୍ଷେତ୍ର ପ୍ରଶସ୍ତ ହେବ I ପୁରାତନ ବନ୍ଧୁ ଦର୍ଶନ ସହିତ ସୁଖାଦ୍ୟ ଭୋଜନ କରିବେ I ପତ୍ନୀ ଏବଂ ପିଲାମାନଙ୍କ ସହିତ ଉତ୍ତମ ସମୟ ବିତିବ I

ତୁଳା : କାର୍ଯ୍ୟକ୍ଷେତ୍ରରେ ବିଶେଷ ଉନ୍ନତି କରିବେ I ଆପଣଙ୍କ ଆତ୍ମବିଶ୍ବାସର ସ୍ତର ଭଲ ରହିବ। କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। ଚାକିରି ଖୋଜୁଥିବା ବ୍ୟକ୍ତିଙ୍କ ପାଇଁ ପଦୋନ୍ନତିର ସୁଯୋଗ ଅଛି I ମାତୃକୃପା ଲାଭ କରିବେ I

ବିଛା : ଆଜି ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ ଥକ୍କା ଏବଂ ଅସ୍ଥିରତା ଅନୁଭବ କରିବେ I ଯେଉଁଥିପାଇଁ ଉତ୍ସାହର ଅଭାବ ରହିବ I କ୍ୟାରିଅର ରେ ଉନ୍ନତି କରିବେ I ରଚନାତ୍ମକ କାର୍ଯ୍ୟ ପ୍ରତି ରୁଚି ବଢିବ I ଛାତ୍ରଛାତ୍ରୀ ମାନେ ପଢାପଢିରେ ଉନ୍ନତି କରିବେ I

ଧନୁ : କୌଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ I ସରକାରୀ କାର୍ଯ୍ୟରେ ଆପଣଙ୍କ ପ୍ରୟାସ ଲାଭଦାୟକ ପ୍ରମାଣିତ ହେବ। ରାଜ୍ୟ ବାହାରକୁ ଯିବାର ରାସ୍ତା ଉନ୍ମୁକ୍ତ ହେବ। ଦାମ୍ପତ୍ୟ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ। ଆର୍ଥିକ ଦିଗଟି ପ୍ରଶସ୍ତ ରହିବ I

ମକର : ସୁଯୋଗର ସଦ୍ ବ୍ୟବହାର କରିବା କାଠିକର ପାଠ ହୋଇପାରେ। ମାନସିକ ସ୍ତରରେ ଉଦ୍‌ବେଗ ଜାତ ହୋଇପାରେ। କୌଣସି ଏକ ନିର୍ଦ୍ଧିଷ୍ଟ କାରଣରୁ କ୍ରୋଧିତ ହୋଇପାରନ୍ତି। ସାମର୍ଥ୍ୟର ପରିଶ୍ରମ କରି ଆଗକୁ ବଢିବେ।

କୁମ୍ଭ : କାର୍ଯ୍ୟରେ ସଫଳତା ପାଇବା ପାଇଁ ଆଜି ଏକ ଭଲ ଦିନ I କାର୍ଯ୍ୟରୁ ଯଶ ଖ୍ୟାତି ପାଇବେ I ପାରିବାରିକ ପରିବେଶ ଉତ୍ତମ ରହିବ I ଶରୀର ଏବଂ ମନରୁ ଆପଣ ସତେଜ ଏବଂ ଶକ୍ତିଶାଳୀ ଅନୁଭବ କରିବେ I ଚାକିରି-ବ୍ୟବସାୟ କ୍ଷେତ୍ରରେ ସହକର୍ମୀଙ୍କ ସମର୍ଥନ ପାଇବେ I ଖର୍ଚ ବୃଦ୍ଧି ହେବ I

ମୀନ : ସୃଜନାତ୍ମକ ବିଷୟ ପ୍ରତି ରୁଚି ବଢିବ I କଳା ପ୍ରିୟ ହେବେ I ପୁରୁଣା ସମସ୍ୟା ସମାଧାନ ହେବ। ବ୍ୟବସାୟରେ ଲାଭ ହେବ। କର୍ମକ୍ଷେତ୍ରରେ ଦୀର୍ଘ ଦିନ ଧରି ଲାଗିରହିଥିବା ସମସ୍ୟାର ସମାଧାନ ହୋଇଯିବ। ବାଦବିବାଦ, ପରୀକ୍ଷା, ପ୍ରତିଯୋଗିତା, ମାଲି ମକଦ୍ଦମା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ।

Comments are closed, but trackbacks and pingbacks are open.