ରାଶିଫଳ : ୧୭-୦୮-୨୦୨୨ ବୁଧୁବାର : ଏହି ରାଶି ବ୍ୟକ୍ତି ଙ୍କ ପାଇଁ ଦିନଟି ଖୁସ ହାଲ ରହିବ I ମକର, ମୀନ ଦିନଟି ଜଗି ରଖି ଚଳନ୍ତୁ I କନ୍ୟା – ମନକୁ ସଂଯମ ରଖିଲେ ବିବାଦ ରୁ ଦୂରେଇବେ I ଆସନ୍ତୁ ଜାଣିବା ଅନ୍ୟ ରାଶିଫଳ ବିଷୟରେ :
ମେଷ : ଦିନଟି ଅନୁକୂଳ ରହିବ I ମନପସନ୍ଦ ର କାର୍ଯ୍ୟ କରିବେ I ସୁସଙ୍ଗ ରେ ରହିବେ I ଅଟକିଥିବା ଗୃହ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ହେବ I ପିଲାମାନେ କ୍ୟାରିଅରରେ ଉନ୍ନତି କରିବେ I
ବୃଷ : ଧାର୍ମିକ ହେବେ I କାର୍ଯ୍ୟକ୍ଷେତ୍ରରେ ଅହେତୁକ ଚାପ ବଢିବ I ପାରିବାରିକ ବିଷୟ କୁ ନେଇ ଚିନ୍ତିତ ରହିବେ I ଆର୍ଥିକ ପରିସ୍ଥିତି ଟାଣଟୁଣ ଅବସ୍ଥାରେ ରହିବ I ଦାମ୍ପତ୍ୟ ଜୀବନ ରେ ବୁଝାମଣା ଉତ୍ତମ ରହିବ I
ମିଥୁନ : ସ୍ବାସ୍ଥ୍ୟରେ ଉନ୍ନତି ହେବ । କେତେକ କ୍ଷେତ୍ରରେ ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍ ଦୃଷ୍ଟିକୋଣରୁ ବିଚାର କରି କ୍ଷୁବ୍ଧ ହୋଇପାରନ୍ତି। ଆଜି ଚେଷ୍ଟା କରୁଥିବା କାମରେ ସଫଳତା ମିଳିବ। ସାହସିକ ପଦକ୍ଷେପ ନେଇ ପ୍ରଶଂସିତ ହେବେ।
କର୍କଟ : ପାରିବାରିକ ଜୀବନ ସୁଖମୟ ରହିବ ଓ ସୁସ୍ୱାଦୁ ଭୋଜନ କରିବେ। କର୍ମକ୍ଷେତ୍ରରେ ସଫଳତା ପାଇବେ ଓ ମାନସମ୍ମାନ ପ୍ରାପ୍ତି ହେବ। ଦୂରସ୍ଥାନକୁ ଯାତ୍ରା କଲାବେଳେ ସତର୍କତା ଅବଲମ୍ବନ କରନ୍ତୁ।
ସିଂହ : ଅଟକି ରହିଥିବା ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ଆପାଣାଛାଏ ସମାଧାନ ହୋଇଯିବ। ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ଆୟ ବୃଦ୍ଧିର ସୂଚନା ମିଳୁଛି। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ସୁଶୀଳ ପତ୍ନୀର ସାହଚର୍ଯ୍ୟା ମିଳିବ।
କନ୍ୟା : ମନକୁ ସଂଯମ ରଖନ୍ତୁ I ନ ହେଲେ ଅଯଥା ବିବାଦ ରେ ଫସି ପାରନ୍ତି I କାର୍ଯ୍ୟକ୍ଷେତ୍ରରେ ଅଗ୍ରଗତି କରିବେ I ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ ଇ ଖର୍ଚ ବଢିବ I ପାଣି ସ୍ଥାନ ରୁ ଦୁରେଇ ରୁହନ୍ତୁ I
ତୁଳା : ଆତ୍ମ ସନ୍ତୋଷ ଲାଭ କରିବେ I ପରୋପକାରୀ ହେବେ। ବ୍ୟବସାୟିକ ଯାତ୍ରା ସୁଖଦ ରହିବ I ପରିବାର ରେ ଆନନ୍ଦ ର ମାହୋଲ ରହିବ I ଛାତ୍ରଛାତ୍ରୀ ମାନେ ଅଧ୍ୟୟନ ରେ ଅଗ୍ରଗତି କରିବେ I
ବିଛା : ଆଜିର କର୍ମକ୍ଷେତ୍ରରେ ନିକଟ ସମ୍ପର୍କୀୟମାନଙ୍କ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। ସହକର୍ମୀଙ୍କ ଯୋଗୁ ହୁଏତ କର୍ମକ୍ଷେତ୍ରର ଗତି ମନ୍ଥର ରହିବ। ସଭାସମିତି, ଗବେଷଣା କ୍ଷେତ୍ର, ଆଇନ ଅଦାଲତରେ ସଫଳତା ହାସଲ କରିବେ।
ଧନୁ : ସ୍ୱାସ୍ଥ୍ୟସମସ୍ୟା ଦେଖା ଦେଇପାରେ। କାର୍ଯ୍ୟରେ ସଫଳ ରୂପାୟନ କରି ପ୍ରଶଂସିତ ହେବେ। ମନ ପ୍ରସନ୍ନ ରହିବ। ବ୍ୟବସାୟ ଲାଭଜନକ ହେ । ସମାଜ ସେବାରେ ବ୍ରତୀ ହୋଇପାରନ୍ତି ।
ମକର : ଆଜି ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହେବ I ନିଜର ପ୍ରିୟବନ୍ଧୁଙ୍କ ସହ ମତାନ୍ତର ସହ ଶତ୍ରୁତା ହେବ। ବାଣିଜ୍ୟ, ବ୍ୟବସାୟ ମାନ୍ଦା ରହିବ ଏବଂ ଆର୍ଥିକ ସଙ୍କଟ ଦେଖାଦେବ। କର୍ମରେ ବିଫଳତା, ସମ୍ମାନ ହାନି ଏବଂ ସହକର୍ମୀଙ୍କ ଉପହାସର ପାତ୍ର ହେବେ।
କୁମ୍ଭ : ପ୍ରତ୍ୟେକ କାମରେ ସଫଳତା ପାଇବେ ଓ ମାନସମ୍ମାନ ବୃଦ୍ଧି ହେବ । ବହୁଦିନରୁ ଆଶା କରିଥିବା ଅର୍ଥ ହାତକୁ ଆସିବାରୁ ମନ ଖୁସି ରହିବ । ଶତ୍ରୁମାନେ ମିତ୍ରତାର ହାତ ବଢ଼ାଇବେ । ଅଯଥା ଖର୍ଚ୍ଚ ବୃଦ୍ଧି ହେବ।
ମୀନ : ମନରୁ ନକାରାତ୍ମକ ଚିନ୍ତାଧାରା ହଟାନ୍ତୁ I କାହା ସହିତ ଯୁକ୍ତି ତର୍କ କରନ୍ତୁ ନାହିଁ I ବ୍ୟବସାୟ ସମ୍ପ୍ରସାରଣ କରିବେ I ଶାରୀରିକ ସ୍ୱାସ୍ଥ୍ୟ ମଧ୍ୟମ ରହିବ I ପରିବାର ସଦସ୍ୟଙ୍କ ସହିତ କିଛି ସମୟ ବିତାନ୍ତୁ I
Comments are closed, but trackbacks and pingbacks are open.