ଦୈନିକ ଭାଗ୍ୟଫଳ

28

ରାଶିଫଳ, ଜୁନ୍ ୧୮ , ୨୦୨୨ : ମେଷ, ବୃଷ ଏବଂ ମିଥୁନ ରାଶିର ବ୍ୟକ୍ତି ମାନଙ୍କର ସେୟାର ବଜାର ରୁ ପାଇବେ ଆର୍ଥିକ ଲାଭ I

ମେଷ : ଅର୍ଥ ସଂଗ୍ରହ ଏବଂ ସ୍ଥାନାନ୍ତରଣ ପାଇଁ ଆଜି ଏକ ଭଲ ଦିନ I ବ୍ୟବସାୟ ସମ୍ବନ୍ଧୀୟ କାର୍ଯ୍ୟଗୁଡ଼ିକ ନେଇଥିବା ପଦକ୍ଷେପ ଫଳପ୍ରଦ ହେବ I ଘରେ ଏକ ଶୁଭ କାର୍ଯ୍ୟକ୍ରମ ଆୟୋଜିତ କରିବେ Iସେୟାର-ବେଟିଂରେ ଆର୍ଥିକ ଲାଭ ହେବ I ପତ୍ନୀଙ୍କ ସ୍ୱାସ୍ଥ୍ୟ ବିଷୟରେଚିନ୍ତିତ ରହିବେ I ପରିବାର ସଦସ୍ୟଙ୍କ ସହିତ ଭ୍ରମଣ ରେ ଯିବେ I

ବୃଷ : ଦିନଟି ଉତ୍ଥାନ ପତନ ଦେଇ ଗତି କରିବ I ଭବିଷ୍ୟତ କାର୍ଯ୍ୟକ୍ରମ ପାଇଁ ଯୋଜନା କରିବେ I ଭ୍ରାତୃ ସହଯୋଗ ମିଳିବ I ବ୍ୟବସାୟରେ କିଛି ନୂଆ କରିବାକୁ ଚେଷ୍ଟା କରିବେ Iସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ I ବିରୋଧୀମାନଙ୍କ ସହିତ ଯୁକ୍ତିତର୍କ କରନ୍ତୁ ନାହିଁ I ଚାକିରିରେ ପଦୋନ୍ନତି ହୋଇପାରେ I ସେୟାର ବଜାର ରୁ ପ୍ରବଳ ଲାଭ ପାଇବେ I ପାରିବାରିକ ଜୀବନ ରେ ଉତ୍ତମ ବୁଝାମଣା ରହିବ I

ମିଥୁନ : ଆଜି ଖାଦ୍ୟ ଏବଂ ପାନୀୟରେ ବିଶେଷ ଯତ୍ନ ନିଅନ୍ତୁ I ନକାରାତ୍ମକ ଚିନ୍ତାଧାରା ମନରୁ ବାହାର କରନ୍ତୁ I ବ୍ୟବସାୟ ସମ୍ବନ୍ଧରେ କୌଣସି ଅନୈତିକ କାର୍ଯ୍ୟ ରୁ ଦୂରରେ ରୁହନ୍ତୁ I କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ପିତାମାତାଙ୍କ ସହିତ ଆଲୋଚନା କରନ୍ତୁ I ସେୟାର ବଜାର ରେ ଲାଗିଥିବା ଅର୍ଥରୁ ଲାଭ ପାଇବେ I

କର୍କଟ : ପରିଶ୍ରମ ଅନୁଯାୟୀ ଫଳ ପାଇବେ Iବାସ୍ତବତା, ପାରିବାରିକ, ରାଜନୈତିକ,ମାଙ୍ଗଳିକ, ଦୈନିକ ପ୍ରତ୍ୟେକ କ୍ଷେତ୍ରରେ ଆଜିର ଦିନ ଶୁଭପ୍ରଦ ହେବ। ଦେହ ଓ ମନ ସୁସ୍ଥ ରହିବ। ଛାତ୍ରଙ୍କୁ ଲେଖାପଢ଼ାରେ ସଫଳତା ମିଳିବ।ପାରିବାରିକ ଜୀବନ ସୁଖମୟ ହେବ।

ସିଂହ: ଉଦ୍ୟମରେ ସଫଳତା ମିଳିବ। ଆଶା ବାସ୍ତବରେ ପରିଣତ ହେବ। ସମସ୍ତଙ୍କର ସହଯୋଗ ମିଳିବ। ସାମାଜିକ ଜୀବନ ସବୁ ଦୃଷ୍ଟିରୁ ଭଲ ରହିବ। କୌଣସି କାମରେ ଭାଇଭଉଣୀଙ୍କର ସହଯୋଗ ପାଇବେ। ନୂଆ ଚାକିରି ମିଳିବାର ଯୋଗ ରହିଛି।

କନ୍ୟା : ବ୍ୟସନ ଭୂଷଣ ପ୍ରିୟ ହେବେ I କଲା ପ୍ରତି ରୁଚି ବଢିବ Iବ୍ୟବସାୟରେ ଅଧିକ ଲାଭ ପାଇବେ। କର୍ମକ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ହେବ। ଶତ୍ରୁମାନେ ପରାଜିତ ହେବେ। ଶାରିରୀକ ଅସୁସ୍ଥତା ଦେଖାଦେଇପାରେ।

ତୁଳା : ଆଜି ଏକ ମଧ୍ୟମ ଫଳପ୍ରଦ ଦିନ ହେବ I କାର୍ଯ୍ୟକ୍ଷେତ୍ରରେ ଅଧିକ ଧାଁ ଦୌଡ଼ ଯୋଗୁଁ ଶାରୀରିକ ସତେଜତା ଏବଂ ମାନସିକ ସୁଖର ଅଭାବ ରହିବ I ଆପଣ ସୃଜନଶୀଳ କାର୍ଯ୍ୟରେ ବ୍ୟସ୍ତ ରହିବେ I ପିଲାମାନଙ୍କ ସହିତ ଆନନ୍ଦ ଦାୟକ ମୁହୂର୍ତ୍ତ କଟିବ I ଆର୍ଥିକ ଚିନ୍ତା ବଢିବ I

ବିଛା : ଜମିଜମା ସଂକ୍ରାନ୍ତୀୟ କାର୍ଯ୍ୟ କୁ ସତର୍କତା ର ସହିତ କରନ୍ତୁ I ସାମାଜିକ କାର୍ଯ୍ୟରେ ଅଂଶ ଗ୍ରହଣ କରିବେ। ଆପଣଙ୍କୁ ଖୁସି ଖବର ମିଳିବ। ନୂଆ ଉତ୍ସରୁ ଧନଲାଭ ହେବ। ସ୍ଥଗିତ କାମ ସଂପୂର୍ଣ୍ଣ ହେବ। ଜୀବନସାଥୀଙ୍କ ବ୍ୟବହାର ପ୍ରେମଭରା ରହିବ। ଭାଇ ବନ୍ଧୁଙ୍କ ସାହାଯ୍ୟ ପାଇବେ I

ଧନୁ : କ୍ରୋଧ ପରିତ୍ୟାଗ କରନ୍ତୁ । ଆଧ୍ୟାତ୍ମିକ ଦିଗରେ ରୁଚି ବଢିବ । ବିବାଦୀୟ ଘଟଣାରେ ନୀରବତା ଅବଲମ୍ବନ କରିବା ବ୍ୟତୀତ କିଛି କରିପାରିବେ ନାହିଁ। କଚେରି ମାମଲା ପାଇଁ ଆଇନ ବିଶେଷଜ୍ଞଙ୍କ ପାଖକୁ ଦୌଡି ପାରନ୍ତି। ପାରିବାରିକ ଜୀବନ ରେ ଉତ୍ତମ ବୁଝାମଣା ରହିବ I ପୈତୃକ ସମ୍ପତି ରୁ ବେଶେଷ ଲାଭବାନ ହେବେ I

ମକର : ଆଜି ଆପଣ ଧାର୍ମିକ କାର୍ଯ୍ୟରେ ଆଗ୍ରହ ପ୍ରକାଶ କରିବେ I ବ୍ୟବସାୟ ପାଇଁ ପରିବେଶ ଅନୁକୂଳ ହେବ I ସମସ୍ତ କାର୍ଯ୍ୟକୁ ସହଜରେ ସଂପୂର୍ଣ୍ଣ କରିବାକୁ ସକ୍ଷମ ହେବ Iଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ I ଅପରାହ୍ନରେ, କିଛି ବିଷୟରେ ଚିନ୍ତା କରିବା ନକାରାତ୍ମକ ଚିନ୍ତାଧାରା ଆଣିପାରେ I ସେୟାର ବଜାରରେ ପୁଞ୍ଜି ବିନିଯୋଗ କରିପାରିବେ I

କୁମ୍ଭ : ଧାର୍ମିକ ଏବଂ ସାମାଜିକ କାର୍ଯ୍ୟରେ ଅର୍ଥ ଖର୍ଚ୍ଚ କରିବେ I ସମ୍ପର୍କୀୟ ଏବଂ ସାଙ୍ଗମାନଙ୍କ ସହିତ ବିବାଦ ହୋଇପାରେ I ଅଫିସରେ ପ୍ରଭାବ ବୃଦ୍ଧି ପାଇବ I ଅଧିକାରୀମାନେ ଆପଣଙ୍କ କାର୍ଯ୍ୟରେ ଖୁସି ହେବେ I ମାନସିକ ଶାନ୍ତି ବଜାୟ ରହିବ I

ମୀନ : ବ୍ୟବସାୟରେ ଉନ୍ନତି I ଗୁପ୍ତ ସମ୍ପର୍କ ବୃଦ୍ଧିପାଇବ I ଅବିବାହିତ ମାନଙ୍କ ପାଇଁ ପ୍ରସ୍ତାବ ପକ୍କା ହେବ I ଆର୍ଥିକ ଚିନ୍ତା ଲାଗି ରହିବ I ଅଟକି ଥିବା କାର୍ଯ୍ୟ ପାଇଁ ଧାଁ ଦୌଡ଼ କରିବେ I ବନ୍ଧୁ ସହଯୋଗ ମିଳିବ I

Comments are closed, but trackbacks and pingbacks are open.