ଦୈନିକ ଭାଗ୍ୟଫଳ
ରାଶିଫଳ -୧୭-୦୬-୨୦୨୨ ଶୁକ୍ର ବାର : ଏହି ରାଶିର ବ୍ୟକ୍ତିମାନଙ୍କର ଆର୍ଥିକ ଲାଭ ହେବ ଇ ମେଷ-କାର୍ଯ୍ୟଭାର ବୃଦ୍ଧି ,ବୃଷ-ଶୁଭ ଖବର ପାଇବେ ,ମିଥୁନ-ବୃଥା ଖର୍ଚ୍ଚାନ୍ତ,ମକର -ଦିନଟି ଶୁଭଙ୍କର ,କୁମ୍ଭ -ବାଦ ବିବାଦ ବଢିବ, ମୀନ – ସାମାଜିକ ସମ୍ମାନ ପ୍ରାପ୍ତି , ଆସନ୍ତୁ ଜାଣିବା ଆପଣଙ୍କ ରାଶି ବିଷୟରେ :
ମେଷ : ସରକାରୀ କାର୍ଯ୍ୟରୁ ଲାଭବାନ ହେବେ I ଅଫିସରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଅଧିକାରୀଙ୍କ ସହ ଆଲୋଚନା କରିବେ |ଅଫିସ୍ କାମ ପାଇଁ ବାହାରକୁ ଯିବାକୁ ପଡିବ I କାର୍ଯ୍ୟଭାର ବୃଦ୍ଧି ପାଇବ I ପାରିବାରିକ ବିଷୟରେ ମାଙ୍କ ସହିତ ଆଲୋଚନା କରିବେ I ସାମାଜିକ ପ୍ରତିଷ୍ଠା ବଢିବ I
ବୃଷ : ବିଦେଶ ଯିବା ପାଇଁ ସୁବର୍ଣ୍ଣ ସୁଯୋଗ ମିଳିବ I ବନ୍ଧୁ ଙ୍କ ଠାରୁ ଶୁଭ ଖବର ପାଇବେ I ବ୍ୟବସାୟ ରେ ଉନ୍ନତି କରିବେ I ହାତକୁ ନୂଆ କାର୍ଯ୍ୟ ଆସିବ I ଆଧ୍ୟାତ୍ମିକ ହେବେ I ପ୍ରତ୍ୟେକ କାର୍ଯ୍ୟ ଆତ୍ମବିଶ୍ୱାସ ଏବଂ ମନୋବଳରେ ସମ୍ପୂର୍ଣ୍ଣ କରିବେ ଏବଂ ସେଥିରେ ସଫଳତା ମଧ୍ୟ ମିଳିବ I ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ |
ମିଥୁନ : ଅଳସୁଆ ହେବେ I କାର୍ଯ୍ୟଭାର ବଢିବ I ବକ୍ତବ୍ୟରେ ସଂଯମତା ରଖନ୍ତୁ, ତା’ହେଲେ ଆପଣ ବିବାଦ କିମ୍ବା ବିଚ୍ଛିନ୍ନତାକୁ ଏଡାଇବାକୁ ସମର୍ଥ ହେବେ I ସାଙ୍ଗ ସାଥୀଙ୍କ ମେଳ ରେ ଖର୍ଚ୍ଚାନ୍ତ ହୋଇ ପାରନ୍ତି I
କର୍କଟ : କୌଣସି କାର୍ଯ୍ୟ ବିନା ବୁଝି ବିଚାରି କରନ୍ତୁ ନାହିଁ । ଆପଣଙ୍କୁ ସ୍ୱଜନମାନଙ୍କ ସହିତ ହୋଇଥିବା ସାକ୍ଷାତର ଆନନ୍ଦ ମିଳିବ । ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ । ଆଜି ଆପଣ ଶାରୀରିକ ଏବଂ ମାନସିକ ଅସୁସ୍ଥତା ଅନୁଭବ କରିପାରନ୍ତି । ମନରେ ନକାରାତ୍ମକ ବିଚାର ସୃଷ୍ଚି ନ ହେଉ ଏହାର ଧ୍ୟାନ ଦିଅନ୍ତୁ ।
ସିଂହ : ପାରିବାରିକ ସଦସ୍ୟମାନଙ୍କ ସହିତ ଭଲ ସମୟ ବିତିବ । ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି । ଭାଇମାନଙ୍କଠାରୁ ଲାଭ ହେବ । ଆଧ୍ୟାତ୍ମିକ କ୍ଷେତ୍ରରେ ସିଦ୍ଧି ପ୍ରାପ୍ତ ହେବ । ଆତ୍ମବିଶ୍ୱାସ ଏବଂ ନିର୍ଣ୍ଣୟ ଶକ୍ତିର କାରଣରୁ ଆଜି କୌଣସି କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ ।
କନ୍ୟା : ଚିନ୍ତା ଓ ଭୟ ଲାଗି ରହିବ I ଆଜିର ଦିନ ଆପଣଙ୍କ ବାଣୀର ପ୍ରଭାବରେ ଆପଣଙ୍କୁ ଲାଭ ହେବ । ଏହା ଅନ୍ୟ ଲୋକମାନଙ୍କ ସହିତ ଆପଣଙ୍କ ସମ୍ବନ୍ଧରେ ପ୍ରେମର ମଧ୍ୟ ବୃଦ୍ଧି ହେବ । ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଆପଣଙ୍କୁ ଲାଭ ହେବ । ଆକସ୍ମିକ ଧନ ଖର୍ଚ୍ଚ ହୋଇପାରେ ।
ତୁଳା : ଆଜି ଆପଣ ସାବଧାନ ହେବା ଆବଶ୍ୟକ I ଘରେ ମା ଏବଂ ମହିଳାଙ୍କ ବିଷୟରେ ଚିନ୍ତା ହୋଇପାରେ I ଆଜି ଭ୍ରମଣରୁ ଦୂରେଇ ରହିବା ଉଚିତ I ଶାରୀରିକ ଅସୁସ୍ଥତା ଅନୁଭବ କରିବେ I ପୈତୃକ ସମ୍ପତି ରୁ କୌଣସି ଲାଭ ମିଳିବ ନାହିଁ I କର୍ମକ୍ଷେତ୍ରରେ ପ୍ରମୋଶନ ହେବ I ଅଧସ୍ତନ କର୍ମଚାରୀ ଙ୍କ ସହଯୋଗ ପାଇବେ I
ବିଛା : ଆପଣ କାର୍ଯ୍ୟରେ ସଫଳତା ପାଇବେ I ଆର୍ଥିକ ଲାଭ ଏବଂ ଭାଗ୍ୟ ବୃଦ୍ଧି ହେବାର ସମ୍ଭାବନା ରହିଛି I ଭାଇଭଉଣୀଙ୍କ ସହ ପାରିବାରିକ ବିଷୟ ଉପରେ ଆଲୋଚନା କରିବେ ଏବଂ ଘର ଯୋଜନା ପ୍ରସ୍ତୁତ କରିବାରେ ସମର୍ଥ ହେବେ I ଆପଣ ଶାରୀରିକ, ମାନସିକ ସତେଜତା ଏବଂ ସୁଖ ଅନୁଭବ କରିବେ I ଆପଣ ଆଧ୍ୟାତ୍ମିକ ବିଷୟ ପ୍ରତି ଆଗ୍ରହ ଦେଖାଇବେ I
ଧନୁ : ଆଜି ଆପଣଙ୍କ କାର୍ଯ୍ୟର ଯୋଜନା ଭଲ ଭାବରେ ସଂପନ୍ନ ହେବ । ବ୍ୟବସାୟ ରୂପରେ ମଧ୍ୟ ସଫଳତା ପ୍ରାପ୍ତ ହେବ । କାର୍ଯ୍ୟାଳୟରେ ବାତାବରଣ ଅନୁକୂଳ ରହିବ । ପରିବାରରେ ମଧ୍ୟ ଆନନ୍ଦ-ଉଲ୍ଲାସ ରହିବ । ମିତ୍ରମାନଙ୍କ ସହିତ ହୋଇଥିବା ସାକ୍ଷାତଯୋଗୁଁ ମନ ପ୍ରଫୁଲ୍ଲିତ ରହିବ । ସ୍ୱାସ୍ଥ୍ୟ ମଧ୍ୟମ ଧରଣର ରହିବ । ଶାରୀରିକ ରୂପରେ ଆଲସ୍ୟ ଅନୁଭବ କରିପାରନ୍ତି । ମନରେ ବ୍ୟଗ୍ରତା ରହିପାରେ ।
ମକର : ଦିନଟି ଭଗବାନଙ୍କ ସ୍ମରଣରୁ ଆରମ୍ଭ କରନ୍ତୁ I ପାରିବାରିକ ପରିବେଶ ସୁଖମୟ ରହିବ I ପ୍ରିୟଜନଙ୍କ ସହିତ ଏକ କରିବେ I ଖୁସି ର ମାହୋଲ ରହିବ I ଚାକିରି କିମ୍ବା ବ୍ୟବସାୟରେ ଆପଣ ଲାଭ ପାଇବାକୁ ସକ୍ଷମ ହେବେ I ଚତୁର୍ଦିଗ ରୁ ସଫଳତା ପାଇବେ I
କୁମ୍ଭ : ଆର୍ଥିକ କାରବାର ଆପଣଙ୍କୁ କ୍ଷତି ପହଞ୍ଚାଇପାରେ I ମାନସିକ ଅସ୍ଥିରତା ବୃଦ୍ଧି ପାଇବ I ଭଲ ଭାବରେ ବୁଝି ବିଚାରି ପୁଞ୍ଜି ବିନିଯୋଗ କରନ୍ତୁ I ପରିବାର ସଦସ୍ୟଙ୍କ ସହ ମତଭେଦ ହେବ। କାର୍ଯ୍ୟକ୍ଷେତ୍ରରେ ମାନ୍ଦାବସ୍ଥା ଦେଖାଦେବ I
ମୀନ : ସାମାଜିକ ସମ୍ମାନ ପ୍ରାପ୍ତ ହେବେ I ବନ୍ଧୁ ଏବଂ ଗୁରୁଜନ ମାନଙ୍କଠାରୁ ସାହାଯ୍ୟ ପାଇବେ I ଏକ ନୂତନ ବନ୍ଧୁ ମାନଙ୍କର ନେଟୱାର୍କ ଗଠନ କରିବେ I ଚାକିରି କିମ୍ବା ବ୍ୟବସାୟରେ ତୁମର ଆୟ ବୃଦ୍ଧି ପାଇବ I ଆପଣ ପତ୍ନୀ ଏବଂ ପିଲାମାନଙ୍କ ଦ୍ୱାରା ମଧ୍ୟ ଉପକୃତ ହେବେ I ବୈବାହିକ ଜୀବନ ସୁଖମୟ ହେବ I
Comments are closed, but trackbacks and pingbacks are open.