ଦୈନିକ ଭାଗ୍ୟଫଳ

25

ରାଶିଫଳ: ୨୦-୦୭-୨୦୨୨ : ବୁଧବାର ଦିନ ନକାରାତ୍ମକ ଚିନ୍ତାଧାରାରୁ ଦୂରେଇ ରୁହନ୍ତୁ I

ମେଷ : ଆଜି ଆପଣ ପରୋଉପକାରୀ ହେବେ I ଅନ୍ୟକୁ ସାହାଯ୍ୟ କରି ଆତ୍ମସନ୍ତୋଷ ଲାଭ କରିବେ I ବିଭିନ୍ନ ଉପାୟରେ ଆୟ ବଢିବ I ଲୋଭରେ ପଡନ୍ତୁ ନାହିଁ I ଯାନବାହନରେ ସାବଧାନତା ଅବଲମ୍ବନ କରନ୍ତୁ I

ବୃଷ : ଆପଣ ପରିବାର ଏବଂ ପିଲାମାନଙ୍କ ଠାରୁ ଭଲ ଖବର ପାଇବେ I ପୁରୁଣା ବନ୍ଧୁମାନଙ୍କୁ ଭେଟିବେ I ବ୍ୟବସାୟରେ ଲାଭ ହେବ I ମାନସିକ ଚିନ୍ତିତ ରହିବେ I ଧାର୍ମିକ ହେବେ I ପୁଞ୍ଜି ବିନିଯୋଗରେ ସାବଧାନ ରୁହନ୍ତୁ I

ମିଥୁନ : ଦିନଟି ଲାଭଦାୟକ ହେବ I ଉଭୟ ପରିବାର ଏବଂ ବୃତ୍ତିଗତ କ୍ଷେତ୍ରରେ ତୁମର ପ୍ରତିଷ୍ଠା ବୃଦ୍ଧି ପାଇବ I ଘରୁ ବାହାରକୁ ଭ୍ରମଣରେ ଯିବେ I ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ I ବୃତ୍ତିଗତ ଜୀବନ ରେ ଲାଭବାନ ହେବେ I ଦୀର୍ଘ ଦିନ ଧରି ଅଟକି ରହିଥିବା ସରକାରୀ କାର୍ଯ୍ୟରେ ସଫଳତା ମିଳିବ I

କର୍କଟ : ଆଜି ଆପଣ ସାହିତ୍ୟିକ କାର୍ଯ୍ୟକଳାପରେ ବ୍ୟସ୍ତ ରହିବେ I ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ I ବ୍ୟବସାୟରେ ଲାଭର ଏକ ସୁଯୋଗ ରହିବ I ଆଜି ଆପଣଙ୍କୁ ଅଫିସ୍ ଏବଂ ବ୍ୟବସାୟରେ ଟିକେ ଯତ୍ନର ସହ ପାଦ ଦେବାକୁ ପଡିବ I ପାରିବାରିକ ସହଯୋଗ ମିଳିବ I

ସିଂହ : ନୂତନ କାର୍ଯ୍ୟ ଆରମ୍ଭ କରିବେ I ପିତାଙ୍କ ଠାରୁ ସାହାଯ୍ୟ ପାଇବେ । ସର୍ବଶକ୍ତିମାନ୍ ହୋଇପାରନ୍ତି । ହେବେ । ବ୍ୟବସାୟ ପାଇଁ ଉଦ୍ୟମ ଜାରି ରଖିବେ । ମାଲିମୋକଦ୍ଦମାରେ ବିଜୟୀ ହେବା ସହ ଧନ ପ୍ରାପ୍ତ ଓ ଐଶ୍ୱର୍ଯ୍ୟଯୁକ୍ତ ହେବେ । ଧନ ସମ୍ପଦ ଭରପୂର ରହିବ ।

କନ୍ୟା : ଆଜିର ଦିନ ଅତ୍ୟନ୍ତ ଶୁଭ। ସାଙ୍ଗମାନଙ୍କ ସହିତ ମନୋରଞ୍ଜନ ରେ ଦିନ ବିତିବ I ରାଜଯୋଗ ରହିଛି। କଡା କଥା କାହାକୁ କୁହନ୍ତୁ ନାହିଁ। ସାବଧାନତାର ସହ ରାସ୍ତା ପାର ହୁଅନ୍ତୁ।

ତୁଳା : ଆଜି ଦୃଢ ମନୋବଳ ଓ ଆତ୍ମବିଶ୍ୱାସ ର ସହିତ କାମ କରିବେ I ଗୃହସ୍ଥ ଜୀବନରେ ସୁଖଶାନ୍ତି ଭାରି ରହିବ I କୌଣସି ମାଙ୍ଗଳିକ ବିଷୟରେ ଆଲୋଚନା କରି ଶେଷ ପର୍ଯ୍ୟାୟରେ ପହଞ୍ଚିବେ। ବ୍ୟବସାୟ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ।

ବିଛା : ମନରେ ଅଧିକ ଭାବପ୍ରବଣତା ରହିବ । କର୍ତ୍ତବ୍ୟନିଷ୍ଠ ଓ ଦୟାଳୁ ସ୍ୱଭାବର ହେବେ । କୁଳଦୀପକ ହୋଇପାରନ୍ତି । ମନ ପ୍ରସନ୍ନ ରହିବ । ବ୍ୟବସାୟ ଲାଭଜନକ ହେବ । ଯଶ ଅର୍ଜନ କରିପାରନ୍ତି । ନିଜ ପରିବାର ପ୍ରତି ସ୍ନେହ ଭାବ ରହିବ ।

ଧନୁ : ଆଜି ଆପଣ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ହାସଲ କରିବେ । ନିଜ ଲୋକ ବିଶ୍ୱାସଘାତକତା କରିପାରନ୍ତି। ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ କେହି ଜଣେ ସହୃଦୟ ବ୍ୟକ୍ତି ସାହାଯ୍ୟ ସହଯୋଗ କରିବେ । ବିଦ୍ୟାର୍ଥୀମାନେ ପଢାପଢ଼ାରେ ଏକାଗ୍ରତା ରଖି କୃତକାର୍ଯ୍ୟ ହେବେ ।

ମକର : ଆଜି ଆପଣ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ସକ୍ଷମ ହେବେ I ବନ୍ଧୁ ଏବଂ ପ୍ରିୟଜନଙ୍କ ସହିତ ସାକ୍ଷାତ ଆନନ୍ଦଦାୟକ ହେବ I ଏକ ସ୍ୱଳ୍ପ ଯାତ୍ରା ଆୟୋଜିତ ହୋଇପାରିବ I ଭାଇମାନଙ୍କ ସହିତ ସମ୍ପର୍କରେ ଘନିଷ୍ଠତା ରହିବ I ସ୍ଥାୟୀ ସମ୍ପତ୍ତି ଦସ୍ତାବିଜରେ ଦସ୍ତଖତ କରିବା ସମୟରେ ସତର୍କ ରୁହନ୍ତୁ I ମାଆ ଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତିତ ରହିବେ I

କୁମ୍ଭ : ଆଜି, କ୍ରୋଧ ଏବଂ କଥାରେ ଉପରେ ସଂଯମତା ରଖନ୍ତୁ I ନକାରାତ୍ମକ ଚିନ୍ତାଧାରା ଆପଣଙ୍କ ମନକୁ ଦୁଃଖ ଦେଇପାରେ I ଖାଦ୍ୟ ପାନୀୟରେ ମଧ୍ୟ ସାବଧାନ ରୁହନ୍ତୁ I ନିଜର ସୃଜନଶୀଳତା ସହିତ, ଆପଣ ଏକ ନୂତନ ଉପାୟରେ କାର୍ଯ୍ୟ କରିବାକୁ ସମର୍ଥ ହେବେ I ଭାଇଭଉଣୀଙ୍କ ସହ ସମ୍ପର୍କ ଭଲ ରହିବ I

ମୀନ : ଆଜି ଆପଣଙ୍କ ଦିନ ଶୁଭ ଫଳ ଦାୟୀ ହେବ I ସମସ୍ତ କାର୍ଯ୍ୟରେ ଆପଣ ଆଜି ଉତ୍ସାହୀ ରହିବେ I ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ସମୟ ଉତ୍କୃଷ୍ଟ I ପରିବାର ସଦସ୍ୟଙ୍କ ସହିତ ସମୟ ଖୁସିରେ ଗତି କରିବ | ଧାର୍ମିକ କାର୍ଯ୍ୟରେ ଖର୍ଚ୍ଚ ହେବ I

Comments are closed, but trackbacks and pingbacks are open.