ଦୈନିକ ଭାଗ୍ୟଫଳ

33


ରାଶିଫଳ ୧୬-୦୬-୨୦୨୨ ଗୁରୁବାର : ଆଜି ଏହି ରାଶିର ବ୍ୟକ୍ତିମାନଙ୍କର ଧନ ଲାଭ ର ଯୋଗ ରହିଛି I ମେଷ – ସତର୍କତା ଅବଲମ୍ବନ କରନ୍ତୁ ,ବୃଷ – ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ , ମିଥୁନ – ସାଙ୍ଗସାଥି ଙ୍କ ସହ ମୌଜ ମସ୍ତି କରିବେ ,ଧନୁ- ସୌଭାଗ୍ୟ ପ୍ରାପ୍ତି ହେବେ, କୁମ୍ଭ -ମୀନ ଦିନଟି ଭଲରେ କଟିବ ,ଆସନ୍ତୁ ଜାଣିବା ଆପଣଙ୍କ ଭାଗ୍ୟଫଳ:

ମେଷ :ଆଜି ସତର୍କତା ଅବଲମ୍ବନ କରନ୍ତୁ I ବ୍ୟବସାୟରେ ଆପଣଙ୍କ ପାର୍ଟନର ଙ୍କ ସହିତ ବୁଝାମଣା ଉତ୍ତମ ରଖନ୍ତୁ I କାର୍ଯ୍ୟ ମନ୍ଥର ଗତିରେ ଚାଲିବ I ପାରିବାରିକ ଜୀବନ ସୁଖମୟ ହେବ I ଚାକିରୀ କ୍ଷେତ୍ରରେ ଅଧିକାରୀମାନେ ଆପଣଙ୍କ କାର୍ଯ୍ୟରେ ଖୁସି ହେବେ I ପଦୋନ୍ନତିର ସମ୍ଭାବନା ରହିଛି I ଯୋଜନା ଅନୁଯାୟୀ କାର୍ଯ୍ୟ କରିବା ଦ୍ୱାରା ଆର୍ଥିକ ଲାଭ ମଧ୍ୟ ମିଳିବ I

ବୃଷ : ଆଜି ଅଧିକ ଭାବପ୍ରବଣ ହୁଅନ୍ତୁ ନାହିଁ I ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ I କୌଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ I ପରିବାରରେ ଉତ୍ତମ ବୁଝାମଣା ରହିବ I ଅର୍ଥ ଲାଭ ର ଯୋଗ ରହିଛି I ମା’ଙ୍କ ଠାରୁ ଆଶୀର୍ବାଦ ପ୍ରାପ୍ତ ହେବେ I

ମିଥୁନ : ଦିନଟି ମଉଜ ମସ୍ତିରେ କଟିବ I ସାଙ୍ଗମାନଙ୍କ ସହିତ ବାହାରକୁ ଯିବା ପାଇଁ ଏକ କାର୍ଯ୍ୟକ୍ରମ କରିବେ I କାର୍ଯ୍ୟରେ ଉନ୍ନତି Iଭଲ ଖାଦ୍ୟ ଏବଂ ଭଲ ପୋଷାକ କିଣିବାକୁ ଆପଣ ଆଗ୍ରହୀ ହେବେ I ଅଧିକ ଖର୍ଚ୍ଚ ବୃଦ୍ଧି ପାଇବ I ଶତ୍ରୁ ପରାସ୍ତ ସହିତ ,ଧାର୍ମିକ ହେବେ I

କର୍କଟ: ଆଜି ପ୍ରତ୍ୟେକ କ୍ଷେତ୍ରରେ ପ୍ରତିବନ୍ଧକ ଲାଗି ରହିବ କିନ୍ତୁ ଆପଣ ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବେ ।ମନର ସରସତା ଉଭେଇ ଯାଇପାରେ । ଗୃହ ସମସ୍ୟା, ଗାଡିମୋଟର ସମ୍ପର୍କୀୟ ପ୍ରତିବନ୍ଧକ ଲାଗି ରହିବ । ବନ୍ଧୁବାନ୍ଧବ, ଧାରକରଜ ପ୍ରଭୃତିକୁ କେନ୍ଦ୍ରକରି କଳହର ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ ।

ସିଂହ :ଆପଣଙ୍କ ପାଇଁ ଦିନଟି ଉତ୍ତମ ରହିବ I ପେଟ ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ଗୋଳମାଳ ହୋଇପାରେ I ପରିବାରରେ ଆନନ୍ଦ ଉତ୍ସାହ ଲାଗିରହିବ I ଗୃହ କୁ ବନ୍ଧୁ ଆଗମନ କରିବେ I ମାନସିକ ସ୍ତରରେ ଖୁସି ଏବଂ ଶକ୍ତିଶାଳୀ ଅନୁଭବ କରିବେ I ବ୍ୟବସାୟରେ ଲାଭର ସମ୍ଭାବନା ଅଛି I ସହକର୍ମୀଙ୍କ ସମର୍ଥନ ପାଇବା ପରେ ଆନନ୍ଦ ଦ୍ୱିଗୁଣିତ ହେବ I ଶତ୍ରୁ ପରାସ୍ତ ହେବେ I

କନ୍ୟା : ଦିନସାରା ଫୁର୍ତି ରହିବେ Iଆଜି ପୂର୍ବସ୍ଥିରୀକୃତ ସ୍ଥାନକୁ ଯାତ୍ରା କରିପାରନ୍ତି । ବନ୍ଧୁମିଳନ ସହ ସାମୂହିକ ଆଲୋଚନା ମଧ୍ୟ ଫଳପ୍ରଦ ହୋଇପାରିବ । ବ୍ୟବସାୟ ଓ ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ସହଜ ଓ ସୁବିଧାରେ ଲକ୍ଷ୍ୟ ହାସଲ କରିବେ ।

ତୁଳା : ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଦିନଟି ଭଲ I ପ୍ରିୟ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ I ସୌଭାଗ୍ୟ ପ୍ରାପ୍ତ ହେବେ I ସାମାଜିକ ସ୍ତରରେ ପ୍ରତିଷ୍ଠା ବଢିବ I ପାରିବାରିକ ପରିବେଶ ସୁଖମୟ ରହିବ I ମା’ଙ୍କ ସ୍ୱାସ୍ଥ୍ୟ କୁ ନେଇ ଚିନ୍ତିତ ରହିବେ I

ବିଛା : ସାମୟିକ ସ୍ୱାସ୍ଥ୍ୟ ବିଗିଡ଼ିପାରେ I ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ନ ସରିବାରୁ ନିରାଶା ଅନୁଭବ ହେବ I ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ I ପାରିବାରିକ ପରିବେଶ ସୁଖମୟ ହେବ I ସନ୍ତାନ ମାନଙ୍କଠାରୁ ଖୁସି ଖବର ପାଇବେ I

ଧନୁ : ଆଜି ଦିନଟି ଆପଣଙ୍କ ପାଇଁ ଶୁଭ ଫଳଦାୟୀ ହେବ। ଆଜି ଆପଣଙ୍କ ପାଇଁ ବହୁତ ଶୁଭ ଦିନ I ଆଜି ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ ଏବଂ ଆପଣ ଆର୍ଥିକ ଦୃଷ୍ଟିରୁ ଉପକୃତ ହେବେ I ଆପଣ ଉଭୟ ଶାରୀରିକ ଏବଂ ମାନସିକ ସ୍ତରରେ ଉତ୍ସାହୀ ଏବଂ ଆନନ୍ଦିତ ରହିବେ I ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବା ଆପଣଙ୍କୁ ଉତ୍ସାହିତ ରଖିବ I

ମକର : କଥାବାର୍ତ୍ତାରେ ସଂଯମତା ରଖନ୍ତୁ I ପାରିବାରିକ ସମସ୍ୟାକୁ ନେଇ ଚିନ୍ତିତ ରହି ପାରନ୍ତି I ଆଧ୍ୟାତ୍ମିକତା ପ୍ରତି ଆଗ୍ରହ ବଢିବ I ଚାକିରିକ୍ଷେତ୍ରରେ କାର୍ଯ୍ୟଭାର ବଢିବ I ବିଦ୍ୟାର୍ଥିମାନେ ପଢାପଢି ରେ ଉତ୍ସାହିତ ରହିବେ ଇ ଗୃହ କୁ ବନ୍ଧୁ ଆଗମନ କରି ପାରନ୍ତି I

କୁମ୍ଭ : ଆଜି ଚତୁର୍ଦିଗ ରୁ ଲାଭାନ୍ବିତ ହେବେ I ସାମାଜିକ ସ୍ତରରେ ପ୍ରତିଷ୍ଠା ବଢିବ I ଆଜି ସମସ୍ତ ସମସ୍ୟା ଓ ଶତ୍ରୁତାର ପରିସମାପ୍ତି ଘଟାଇପାରନ୍ତି । କିନ୍ତୁ ବାରମ୍ବାର ସ୍ଥାନ ଓ କାମର ପରିବର୍ତ୍ତନ ଚିନ୍ତା ମନରେ ଆଲୋଡନ ସୃଷ୍ଟି କରିବ । ସ୍ୱାସ୍ଥ୍ୟରେ ଉନ୍ନତି ସହିତ ପରିବାରରେ ଉତ୍ତମ ବୁଝାମଣା ରହିବ I

ମୀନ : ଆଜି ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କ ପାଇଁ ଲାଭଦାୟକ I ଆପଣ କିଛି ଦାନ କାର୍ଯ୍ୟରେ ବ୍ୟସ୍ତ ରହିବେ I ବ୍ୟବସାୟରେ ଉପଯୁକ୍ତ ସଂଗଠନ ସହିତ ବ୍ୟବସାୟ ବୃଦ୍ଧି ପାଇବ I ଅଧିକାରୀମାନେ ଆପଣଙ୍କ କାର୍ଯ୍ୟକୁ ପ୍ରଶଂସା କରିବେ I ଆୟ ବୃଦ୍ଧି ହେବାର ସମ୍ଭାବନା ଅଛି I ମନ ପ୍ରଫୁଲ୍ଲ ରହିବ I

Comments are closed, but trackbacks and pingbacks are open.