ଦୈନିକ ଭାଗ୍ୟଫଳ

31

ରାଶିଫଳ : ୧୮-୦୭-୨୦୨୨-ସୋମବାର : ମେଷ,ବୃଷ,ସିଂହ ରାଶିର ବ୍ୟକ୍ତି ମାନଙ୍କ ପାଇଁ ଦିନଟି ଶୁଭଙ୍କର ହେବ I କୁମ୍ଭ ,କର୍କଟ ଆଧ୍ୟାତ୍ମିକ ବାଦୀ ହେବେ I

ମେଷ : ଆର୍ଥିକ ସ୍ୱଚ୍ଛଳତା , ବିବାହ ଯୋଗ୍ୟ ପ୍ରାର୍ଥୀଙ୍କୁ ଉତ୍ତମ ଜୀବନସାଥୀ ,ସାମାଜିକ ଖ୍ୟାତି ଏବଂ କ୍ୟାରିଅର ରେ ଉନ୍ନତି କରିବେ I ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ଘଟିବ। ପ୍ରିୟଜନଙ୍କ ଭ୍ରମଣ ରେ ଯିବେ I

ବୃଷ : ଆଜି ଆପଣଙ୍କ ପାଇଁ ଶୁଭ ଦିନ I ବ୍ୟବସାୟରେ ଉନ୍ନତି , କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବ I ପାରିବାରିକ ଜୀବନରେ ଉଲ୍ଲାସ ସହିତ ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ I ଅଟକିଥିବା କାର୍ଯ୍ୟ ମଧ୍ୟ ସହଜରେ ସମାପ୍ତ ହେବ I ଆର୍ଥିକ ଲାଭ ରେ ରହିବେ I

ମିଥୁନ : ଆଜି ଏକ ମିଶ୍ରିତ ଦିନ ହେବ I ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ I ବ୍ୟବସାୟରେ ଭାଗୀଦାରଙ୍କ ସହିତ ପାର୍ଥକ୍ୟ ହୋଇପାରେ I ଖର୍ଚ୍ଚାନ୍ତ ହେବେ I ମଧ୍ୟାହ୍ନ ପରେ ତୁମ କାମରେ ସଫଳତା ପାଇବ I ଲକ୍ଷ୍ୟ ପୂରଣ ହେବା ସହିତ ତୁମର ମନ ମଧ୍ୟ ଖୁସି ହେବ I ଘରର ଗୁରୁଜନ ଙ୍କ ଆଶୀର୍ବାଦ ଆପଣଙ୍କ ସହିତ ରହିବ I

କର୍କଟ : ନିଜ ମନକୁ ଶାନ୍ତ ରଖନ୍ତୁ ଏବଂ ଭଗବାନଙ୍କ ନାମ ଜପନ୍ତୁ I ନକାରାତ୍ମକ ଚିନ୍ତାଧାରା ଆପଣଙ୍କୁ ବ୍ୟଥିତ କରିପାରେ I ଆର୍ଥିକ ଚିନ୍ତା ଲାଗିରହିବ I ଚାକିରୀ କରୁଥିବା ବ୍ୟକ୍ତି ଅଧିକାରୀଙ୍କ ସହ ଯୁକ୍ତିତର୍କ କରିବା ଉଚିତ୍ ନୁହେଁ। ଦୂର ସମ୍ପର୍କୀୟଙ୍କ ଠାରୁ ଖୁସି ଖବର ପାଇବେ I

ସିଂହ : ମନ ଖୁସି ରହିବ I ପ୍ରିୟଜନଙ୍କ ସହିତ ଭେଟ ହେବେ I ପର୍ଯ୍ୟଟନ ପାଇଁ ସମ୍ଭାବନା ଅଛି I କାର୍ଯ୍ୟ କ୍ଷେତ୍ରରେ ଚାପ ବଢିବ I ଆର୍ଥିକ ପରିସ୍ଥିତି ସମାନ ରହିବ I ପରିବାର ରେ ମାଙ୍ଗଳିକ କାର୍ଯ୍ୟ ହେବ I

କନ୍ୟା : ଆଜି ଚେଷ୍ଟା କରୁଥିବା କାମରେ ସଫଳତା ମିଳିବ। ସାହସିକ ପଦକ୍ଷେପ ନେଇ ପ୍ରଶଂସିତ ହେବେ। ସ୍ବାସ୍ଥ୍ୟରେ ବିଶେଷ ଉନ୍ନତି ପରିଲକ୍ଷିତ ହେବାରୁ ମନୋବଳ ବୃଦ୍ଧି ପାଇବ। କେତେକ କ୍ଷେତ୍ରରେ ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରି କ୍ଷୁବ୍ଧ ହୋଇପାରନ୍ତି।

ତୁଳା : ଲେଖା ଏବଂ ସାହିତ୍ୟିକ କାର୍ଯ୍ୟକଳାପ ପାଇଁ ଆଜି ଏକ ଶୁଭ ଦିନ I କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ଆଲୋଚନାରେ ଅଂଶଗ୍ରହଣ କରିବେ I ନୂତନ କାର୍ଯ୍ୟରେ ନିଯୁକ୍ତ ବ୍ୟକ୍ତିମାନେ ସେମାନଙ୍କ ପ୍ରତିଭା ପ୍ରତିପାଦନ କରିବେ I ଖ୍ୟାତି ବୃଦ୍ଧି ପାଇବ I ବ୍ୟବସାୟରେ ପରିବେଶ ଅନୁକୂଳ ହେବ I ପରିବାରରେ ଆନନ୍ଦର ବାତାବରଣ ରହିବ I

ବିଛା : ଶାରୀରିକ ସୁସ୍ଥତା ଅନୁଭବ କରିବେ। ମାନ ସମ୍ମାନ ମିଳିବ। ଆଗକୁ ବଢ଼ିବା ପାଇଁ ଭଲ ଦିନଟିଏ। ଜରୁରୀ କାର୍ଯ୍ୟରେ ବନ୍ଧୁ ସାହାଯ୍ୟ କରିବେ। ଉଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ।

ଧନୁ : ଉଦାରତା ଭାବ ଆପଣଙ୍କୁ ମହାନ୍‌ କରିପାରେ। ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ। ସମାଜରେ ଯଶ, କୀର୍ତ୍ତି ସ୍ଥାପନ କରିବେ।

ମକର : ଧାର୍ମିକ କାର୍ଯ୍ୟରେ ଧନ ଖର୍ଚ ହେବ I ପରିବାରରେ ମତ ପାର୍ଥକ୍ୟ ଦେଖାଦେବ I ନୂତନକାର୍ଯ୍ୟ କରିବା ପାଇଁ ମନ ବଳାଇବେ I ଗୃହ କୁ ବନ୍ଧୁ ଆଗମନ କରିବେ I ସୌଭାଗ୍ୟ ବୃଦ୍ଧି ହେବ I ଭାଇ ଭଉଣୀ ଙ୍କ ସହ ସମ୍ପର୍କ ନିବିଡ଼ ହେବ I

କୁମ୍ଭ : ମନ ଖୁସି ରହିବ I ଆଧ୍ୟାତ୍ମିକବାଦୀ ହେବେ I ଆଦର୍ଶ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ବିଭିନ୍ନ ସ୍ତରରୁ ଅର୍ଥାଗମ ହେବ। ବାଣୀ ଉପରେ ସଂଯମତା ରଖନ୍ତୁ I ବିଦ୍ୟାର୍ଥିମାନେ ପଢ଼ାରେ ଅମନଯୋଗୀ ହେବେ I

ମୀନ : ଆର୍ଥିକ କାରବାର କୁ ନେଇ ସାବଧାନ ହୁଅନ୍ତୁ I ଅଦାଲତ କାର୍ଯ୍ୟରେ ସଫଳ ହେବେ ନାହିଁ I ଧୈର୍ଯ୍ୟ ବାନ ହୁଅନ୍ତୁ I ଯାନ ବାହାନ ରେ ସାବଧାନତା ଅବଲମ୍ବନ କରନ୍ତୁ I ମଧ୍ୟାହ୍ନ ପରେ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି ହେବ I ବିଶେଷକରି ଧାର୍ମିକ ଏବଂ ଆଧ୍ୟାତ୍ମିକ କାର୍ଯ୍ୟରେ, ଆପଣଙ୍କର ମନ ବ୍ୟସ୍ତ ରହିବ I ପାରିବାରିକ ପରିବେଶରେ ଆନନ୍ଦ ଆସିବ I

Comments are closed, but trackbacks and pingbacks are open.