ମୋହନଲାଲଙ୍କୁ ଦାଦାସାହେବ ଫାଲ୍‌କେ

173

ନୂଆଦିଲ୍ଲୀ: ଅଭିନେତା ମୋହନଲାଲଙ୍କୁ ମିଳିବ ଦାଦାସାହେବ ଫାଲ୍‌କେ ପୁରସ୍କାର। ଭାରତୀୟ ସିନେମାରେ ଉଲ୍ଲେଖନୀୟ ଅବଦାନ ପାଇଁ ପାଇବେ ପୁରସ୍କାର। ୨୦୨୩ ବର୍ଷ ପାଇଁ ମୋହନଲାଲଙ୍କୁ ଦାଦାସାହେବ ଫାଲ୍‌କେ ପୁରସ୍କାର ପାଇବେ। ସେପ୍ଟେମ୍ବର ୨୩ ତାରିଖରେ ଆୟୋଜିତ ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ପ୍ରଦାନ କରାଯିବ ଆଓ୍ୱାର୍ଡ। ଏନେଇ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ କରାଗଲା ଘୋଷଣା। ଚାରି ଦଶନ୍ଧିରୁ ଅଧିକ ସମୟ ଧରି ତାଙ୍କ କ୍ୟାରିଅରରେ ସେ ୪୦୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ମୋହନଲାଲ କେବଳ ମାଲାୟଲମରେ ନୁହେଁ ବରଂ ତାମିଲ, ତେଲୁଗୁ ଏବଂ ହିନ୍ଦୀ ଚଳଚ୍ଚିତ୍ରରେ ମଧ୍ୟ ତାଙ୍କର ଅଭିନୟ ଯାଦୁ ବିସ୍ତାର କରିଛନ୍ତି। ସେ ପାଞ୍ଚଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଏବଂ ପଦ୍ମଭୂଷଣ ମଧ୍ୟ ପାଇଛନ୍ତି।

Comments are closed, but trackbacks and pingbacks are open.