ବାତ୍ୟାର ପ୍ରଭାବ ଓଡ଼ିଶାରେ ପଡ଼ିବ ନାହିଁ; IMD ଡିଜି

275

ଆଜି ସନ୍ଧ୍ୟା ସୁଦ୍ଧା ଗଭୀର ଅବପାତ ବାତ୍ୟାର ରୂପ ନେବ । ଏ ନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଓଡ଼ିଶାରେ ସେପରି କିଛି ପ୍ରଭାବ ପଡ଼ିବ ନାହିଁ । ଉତ୍ତର ଓଡ଼ିଶା ଉପକୂଳରେ କେବଳ ହାଲୁକା ବର୍ଷା ହେବ ।

ଓଡ଼ିଶାରେ ସେପରି କିଛି ପ୍ରଭାବ ପଡ଼ିବ ନାହିଁ । ଉତ୍ତର ଓଡ଼ିଶା ଉପକୂଳରେ କେବଳ ହାଲୁକା ବର୍ଷା ହେବ । ଜଗତସିଂହପୁର ଓ ବାଲେଶ୍ୱରର କିଛି ସ୍ଥାନରେ ବର୍ଷା ଅଧିକ ହୋଇପାରେ । ସମ୍ଭାବ୍ୟ ବାତ୍ୟା ନେଇ ଭାରତୀୟ ପାଣିପଗ ବିଭାଗର ଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଏହି ବାତ୍ୟା ବାଂଲା ଦେଶ ଉପକୂଳ ଯିବ ତେଣୁ ଓଡିଶାକୁ ସିଧାସଳଖ କୌଣସି ଭୟ ନାହିଁ । ସ୍ଥଳଭାଗ ଛୁଇଁଲା ବେଳକୁ ଏହି ବାତ୍ୟା ଦୁର୍ବଳ ହୋଇସାରିଥିବ । ବାତ୍ୟାରୁ ଦୁର୍ବଳ ହୋଇ ଗଭୀର ଅବପାତ ଭାବେ ସ୍ଥଳଭାଗ ଛୁଇଁବ।

ତେବେ ଉପକୂଳ ଓଡିଶାର ପୂଜା ପେଣ୍ଡାଲଗୁଡ଼ିକୁ ସତର୍କ କଲେ ଆଇଏମ୍‌ଡି ମହାନିର୍ଦ୍ଦେଶକ । ବାତ୍ୟା ପ୍ରଭାବ ଜନିତ ବର୍ଷା ଓ ହାଲୁକା ପବନ ନେଇ ସତର୍କ କଲେ ଡିଜି। ଉପକୂଳ ଓଡ଼ିଶାର ସମୁଦ୍ରକୂଳରେ ଝଙ୍କାଳିଆ ପବନ ବହିପାରେ । ପାର୍ବଣ ଋତୁ ଚାଲିଥିବାରୁ ବର୍ଷା ପାଇଁ ଅସୁବିଧା ହୋଇପାରେ। ପୂଜା ମଣ୍ଡପ ଭଲ ତିଆରି ହୋଇ ନଥିଲେ କ୍ଷତି ହୋଇପାରେ । ବର୍ଷା, ପବନ ଯୋଗୁଁ ଦର୍ଶକମାନେ ମଧ୍ୟ ହଇରାଣ ହୋଇପାରନ୍ତି। ବର୍ତ୍ତମାନ ଏହା ଗଭୀର ଅଵପାତରେ ରହିଛି ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପ ନେବ ବୋଲି ସୂଚନା ଦେଲେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

ଓଡ଼ିଶାରେ ସେପରି କିଛି ପ୍ରଭାବ ପଡ଼ିବ ନାହିଁ । ଜଗତସିଂହପୁର ଓ ବାଲେଶ୍ବରର କିଛି ସ୍ଥାନରେ ବର୍ଷା ଅଧିକ ହୋଇପାରେ। ଆଜି ସନ୍ଧ୍ୟାରୁ ସମୁଦ୍ରରେ ୬୦ରୁ ୭୦ କିମି ବେଗରେ ପବନ ବହିବ । କାଲି ପର୍ଯ୍ୟନ୍ତ ତୀବ୍ରତା ବଢ଼ି ୮୦ରୁ ୯୦ କିମି ଯାଏଁ ଯାଇପାରେ । ୨୫ ତାରିଖ ସଂଧ୍ୟାରେ ବାଂଲାଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବ । ରାଜ୍ୟର ସମସ୍ତ ସାମୁଦ୍ରିକ ବନ୍ଦର ଗୋପାଳପୁର, ପୁରୀ (ସିଗ୍ନାଲ ପୋର୍ଟ), ପାରାଦ୍ୱୀପ ଏବଂ ଧାମରା ପାଇଁ ବିପଦ ସଂକେତ ୩- ଜାରି କରାଯାଇଛି । ସମୁଦ୍ର ଅଶାନ୍ତ ରହିବ। ଉଚ୍ଚ ଜୁଆର ଆସିବ। ମଷ୍ୟ ଯିବି ମାନେ ସମୁଦ୍ର ଭିତରକୁ ଯିବାକୁ ମନା ରହିଛି।

Comments are closed, but trackbacks and pingbacks are open.