କାକିନାଡ଼ା ରେ ସ୍ଥଳ ଭାଗ ଛୁଇଁପାରେ ବାତ୍ୟା ‘ଅସାନି’ :ଏସଆରସି

18

ଭାରତୀୟ ପାଣିପାଗର ପୂର୍ବାନୁମାନ ଅନୁସାରେ ବାତ୍ୟା ସ୍ଥଳଭାଗ ଛୁଇଁବ ନାହିଁ ବୋଲି ଆକଳନ କରାଯାଇଥିଲା। କିନ୍ତୁ ଏବେ ବାତ୍ୟା ‘ଅସାନି’ ସ୍ଥଳଭାଗ ଛୁଇଁବ ବୋଲି ଆକଳନ କରାଯାଇଛି। ବାତ୍ୟା ‘ଅସାନି’ ନେଇ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି ଯେ ସଦ୍ୟତମ ସୂଚନା ଅନୁସାରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ। ଆନ୍ଧ୍ର କାକିନାଡା ପାଖାପାଖି ସ୍ଥଳଭାଗ ଛୁଇଁପାରେ ବାତ୍ୟା ଅସାନି। କାକିନାଡା-ବିଶାଖାପାଟଣା ମଝାମଝି ସ୍ଥଳଭାଗ ଛୁଇଁ ଛୁଇଁ ଯାଇପାରେ। ସ୍ଥଳଭାଗ ଛୁଇଁ ଛୁଇଁ ଯିବା ପରେ ପୁଣି ସମୁଦ୍ରକୁ ରିକର୍ଭ କରିପାରେ। ସମୁଦ୍ରକୁ ପୁଣି ପଶିବା ପରେ ଦୁର୍ବଳ ହୋଇ ଡିପ ଡିପ୍ରେସନ ହୋଇଥିବ। ବର୍ତ୍ତମାନ ଆକଳନ ଅନୁସାରେ ବାତ୍ୟା ଅସାନି ଓଡ଼ିଶା ଉପକୂଳ ଛୁଇଁ ନ ପାରେ। ମେ’ ୧୩ ପର୍ଯ୍ୟନ୍ତ ବାତ୍ୟା ଓଡ଼ିଶାର ଉପକୂଳରେ ପହଞ୍ଚିବ ନାହିଁ। ମେ’ ୧୩ ବେଳକୁ ବାତ୍ୟା ଅସାନି ସମ୍ପୂର୍ଣ୍ଣ ଦୁର୍ବଳ ହୋଇଥିବା ଆଶା କରାଯାଉଛି। ବାତ୍ୟା ଅସାନି ପ୍ରଭାବରେ କୋରାପୁଟ, ଗଜପତି, ଗଞ୍ଜାମ. ମାଲକାନଗିରି ଓ ରାୟଗଡ଼ା ଜିଲାରେ ପ୍ରବଳ ବର୍ଷା ହେବ। ପରିସ୍ଥିତି ଦେଖି ଓଡ୍ରାଫ ଓ ଅଗ୍ନିଶମ ବାହିନୀ ମୁତୟନରେ ପରିବର୍ତ୍ତନ କରାଯାଇଛି ବୋଲି ସ୍ବତନ୍ତ୍ର ରିଲିଫ କମିଶନର ପ୍ରକାଶ କରିଛନ୍ତି।

Comments are closed, but trackbacks and pingbacks are open.