ସାଇବର ଠକେଇ: ରାଜସ୍ଥାନର୨ ସାଇବର ଠକଙ୍କ ସମେତ ଜଣେ ସ୍ଥାନୀୟ ଯୁବକ ଗିର

25

ଭୁବନେଶ୍ୱର: ଅନ୍ତରାଜ୍ୟ ସାଇବର ଠକେଇ ନେଟୱାର୍କର ୩ ଜଣ ସଦସ୍ୟଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ପୁଲିସ । ସେମାନଙ୍କ ମଧ୍ୟରେ ରହିଛନ୍ତି ରାଜସ୍ଥାନର ୨ ସଦସ୍ୟ ମାମୁଦ୍ ଖାନ୍ ଏବଂ ମୁନ୍‌ଫେଦ୍ ଖାନ୍ ଏବଂ ମୟୂରଭଞ୍ଜର ବାଇସିଙ୍ଗା ଅଞ୍ଚଳର ଅନିଲ ଖିଲର । ରାଜସ୍ଥାନରୁ ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କୁ ରାଜସ୍ଥାନ ପୁଲିସ ସହାୟତାରେ ରାମଗଡ଼ ଥାନା ଅନ୍ତର୍ଗତ ଅଲ୍‌ୱର ଅଞ୍ଚଳରୁ ଗିରଫ କରାଯାଇଥିଲା । ଗିରଫ ପରେ ଅଭିଯୁକ୍ତମାନଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା । ୫ ଦିନିଆ ଟ୍ରାଞ୍ଜିଟ୍ ରିମାଣ୍ଡ ମିଳିବା ପରେ ତାଙ୍କକୁ ଓଡିଆ ଅଣାଯାଇ ଡାକ୍ତରୀ ପରିକ୍ଷା ପରେ କୋର୍ଟ ଚାଲାଣ କରାଯାଇଛି । ଏମାନେ ଅନ୍ୟମାନଙ୍କ ନାମରେ ସିମ୍‌କାର୍ଡ ସଂଗ୍ରହ କରିବା ସହ ଏବଂ ବ୍ୟାଙ୍କ ଆକାଉଣ୍ଟ ଖୋଲି ଟଙ୍କା ଠକେଇ କରୁଥିଲେ । ଏଥିପାଇଁ ଓଡ଼ିଶା ସମେତ ପୂର୍ବ ଭାରତର ଅନ୍ୟ ରାଜ୍ୟ ଗୁଡିକରେ ଥିବା ପଛୁଆଅଞ୍ଚଳରେ ରହୁଥିବା ନିରୀହ ଲୋକଙ୍କୁ ଟାର୍ଗେଟ କରୁଥିଲେ । ସାଧାରଣ ନିରୀହ ଲୋକଙ୍କ ନାମରେ ମୋବାଇଲ ସିମ୍ ଏବଂ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କରେ ଆକାଉଣ୍ଟ ଖୋଲାଯାଇଥିଲା । ଏଭଳି ପ୍ରାୟ ଦୁଇ ହଜାରରୁ ଅଧିକ ଆକାଉଣ୍ଟକୁ କ୍ରାଇମ୍‌ବ୍ରାଞ୍ଚର ଇଓଡବ୍ଲୁ ଠାବ କରିଛି । ଯାହାକୁ ସାଇବର ଠକ ଠକେଇ କରିବାକୁ ବ୍ୟବହାର କରୁଥିଲେ । ଏହି ଆକାଉଣ୍ଟରେ ମାଧ୍ୟମରେ ଠକେଇ ଟଙ୍କା ସଂଗ୍ରହ କରାଯାଉଥିଲା । ହେଲେ ଏସମ୍ପର୍କରେ ସାନ୍ୟତମ ଟେର ପାଉ ନ ଥିଲେ ଆକାଉଣ୍ଟ ହୋଡ଼ର୍ । ଇଓଡବ୍ଲୁ ସୂତ୍ରରୁ କୁହାଯାଇଛି ଏହା ଏକ ବିଶାଳ ନେଟ୍‌ୱାକ୍ । ଯେଉଁଥିରେ ୧୫ରୁ ଅଧିକ ରାକେଟ୍ କାମ କରୁଛନ୍ତି । ଯାହାର ସଦସ୍ୟ ସଂଖ୍ୟା ୧୦୦୦ରୁ ଅଧିକ । ଏମାନେ ବିଭିନ୍ନ ସ୍ତରରେ ଅପରେଟ୍ କରିଥାନ୍ତି । କିଏ ସିମ୍ ଯୋଗଡ କରେ ଆଉ କିଏ ନିରିହ ଲୋକଙ୍କ ନାମରେ ବ୍ୟାଙ୍କ୍ ଆକାଉଣ୍ଟ ଖୋଲାଏ । ପୁୂଣି ଅନ୍ୟ ଏକ ଗ୍ୟାଙ୍ଗ ସପିଂ ସ୍କାମ୍‌, ନଗ୍ନ ଭିଡିଓ କଲ ଫ୍ରଡ୍‌, ଚାକିରି ଦେବା ନାମରେ ଠକେଇ, ଲଟେରୀ, ନାଇଜେରିଆନ୍ ଫ୍ରଡ୍ ଏବଂ ବିଲିଂ ଫ୍ରଡ୍ ଭଳି ଠକେଇ ଲିପ୍ତ ରୁହେ । ଅନ୍ତରାଜ୍ୟ ରାକେଟ୍‌ର ଚେର ପୂର୍ବ ଭାରତରୁ ପଶ୍ଚିମ ଭାରତ ପର୍ଯ୍ୟନ୍ତ ଲମ୍ବିଛି । କ୍ରାଇମ୍‌ବ୍ରାଞ୍ଚ ପ୍ରଥମେ ନବରଙ୍ଗପୁର କିଛି ଯୁବକଙ୍କୁ ଗିରଫ କରିଥିଲା । ଗିରଫ ପରେ ଅନ୍ତରାଜ୍ୟ ସଦସ୍ୟଙ୍କ ନାମ ସାମ୍ନାକୁ ଆସିଥିଲା । ଏହା ପରେ ପୁଲିସ ଟିମ୍ ସେଠାକୁ ଯାଇ ଉପରୋକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ଯେ ନବରଙ୍ଗପୁରର ନିରୀହ ଲୋକଙ୍କ ନାମରେ ଖୋଳାଯାଇଥିବା ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ମାମୁଦ୍ ଖାନଙ୍କୁ ସାଇବର ଠକେଇର ୬୨ ଲକ୍ଷ ଟଙ୍କା ସଂଗ୍ରହ କରିଛି ।

Comments are closed, but trackbacks and pingbacks are open.