ଦୁଇ ବର୍ଷ ପରେ ଚଳିତ ହେବ କଟକର ଐତିହାସିକ ବାଲିଯାତ୍ରା

23

ଦୁଇ ବର୍ଷ ପରେ କଟକ ରେ ହେବାକୁ ଯାଉଛି କଟକର ଐତିହାସିକ ବାଲିଯାତ୍ରା। ବର୍ତ୍ତମାନ ରାଜ୍ୟରେ କରୋନା ସ୍ଥିତିରେ ସୁଧାର ଆସିଥିବାରୁ ଚଳିତବର୍ଷ ବାଲିଯାତ୍ରା କରିବାକୁ ନିଷ୍ପତ୍ତି ନିଆଯାଇଛି । ଏ ନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ। ଏହାସହ ଡିଆରଡିଏ ପିଡିଙ୍କୁ ବାଲିଯାତ୍ରାର ନୋଡାଲ ଅଫିସର ଭାବେ ଦାୟିତ୍ୱ ମିଳିବ ବୋଲି ଜିଲ୍ଲାପାଳ କହିଛନ୍ତି I

ଜିଲ୍ଲାପାଳଙ୍କ କହିବା ଅନୁସାରେ ଚଳିତ ବର୍ଷ ପ୍ରଥମ ଥର ପାଇଁ କଟକର ବାରବାଟୀ ପ୍ୟାଲେସ୍‌ରେ ୧୪, ୧୫ ଓ ୧୬ ତାରିଖରେ କାଇଟ୍‌ ଉତ୍ସବ ଅନୁଷ୍ଠିତ ହେବ। କଟକରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ଦ୍ୱାରା ଏହାର ଆୟୋଜନ ହେବ। ଏଥିପାଇଁ ମିଶନ ଶକ୍ତି ବିଭାଗ, ଓରମାସ୍‌ ଓ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ସ୍ୱତନ୍ତ୍ର ଖସଡା ପ୍ରସ୍ତୁତ କରାଯାଇଛି। ଏଠାରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ, ଖାଦ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଳି ଜିଲ୍ଲାପାଳ କହିଛନ୍ତି।
ଚଳିତବର୍ଷ ହେବାକୁ ଥିବା ବାଲିଯାତ୍ରାରେ ଷ୍ଟଲ ସଂଖ୍ୟା ବଢ଼ିବ। ଫଳରେ ଅଧିକ ବ୍ୟବସାୟୀ ଲାଭବାନ ହେବେ ବୋଲି ଜିଲ୍ଲାପାଳ କହିଛନ୍ତି।

ସୂଚନାରୁ ପ୍ରକାଶ, ମହାମାରୀ କରୋନା ପାଇଁ ଗତ ଦୁଇ ବର୍ଷ ଧରି କଟକରେ ବାଲି ଯାତ୍ରା ବନ୍ଦ ରହିଥିଲା। ଯାହା କଟକବାସୀଙ୍କୁ ନିରାଶ କରିଥିଲା। ଚଳିତବର୍ଷ ବାଲିଯାତ୍ରା ଆୟୋଜନ ନେଇ ଜିଲ୍ଲାପାଳଙ୍କ ଘୋଷଣା ପରେ କଟକବାସୀଙ୍କ ମନରେ ଖୁସିର ଲହରୀ ଖେଳି ଯାଇଛି।

Comments are closed, but trackbacks and pingbacks are open.