ଭୁବନେଶ୍ବର: ଆଜି ନୂଆବର୍ଷ ଆରମ୍ଭରୁ ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି ଜଣେ ଥାନା ଅଧିକାରୀ। ଜଣେ ମଦ ଦୋକାନୀଠାରୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ନୂଆବର୍ଷରେ ମଉଜମଜିଲିସ କରିବା ପରିବର୍ତ୍ତେ ବର୍ତ୍ତମାନ ଜେଲରେ ତାଙ୍କର କଟିବ ଦିନ। ଏହି ଥାନା ଅଧିକାରୀ ହେଉଛନ୍ତି କଟକ ସିଆରଆରଆଇ ଥାନାର ଆଇଆଇସି ବିଜୟ କେତନ ବାରିକ। ବିଜୟ କେତନ ଆଜି ଭୁବନେଶ୍ବର ରାଜମହଲରେ ଜଣେ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନୀଠାରୁ ଚାଲିଶ ହଜାର ଟଙ୍କା ଲାଞ୍ଚି ନେଉଥିବା ବେଳେ ଭିଜିଲାନ୍ସ ଧରିଛି। ତାଙ୍କ ପାଖରୁ ରଙ୍ଗବୋଳା ଟଙ୍କା ଜବତ କରାଯିବା ସହିତ ତାଙ୍କର ବିଭିନ୍ନ ସ୍ଥାନରେ ଚଢାଉ ଚାଲିଛି। ବର୍ତ୍ତମାନ ସୂଚନା ଅନୁସାରେ ତାଙ୍କର ଭୁବନେଶ୍ବର ବାସଭବନରୁ ପାଞ୍ଚ ଲକ୍ଷ ଟଙ୍କା ନଗଦ ମିଳିଛି। ତାଙ୍କୁ ଭିଜିଲାନ୍ସ ଗିରଫ କରିଛି।
Comments are closed, but trackbacks and pingbacks are open.